ଝିଅ ବାହାଘରରେ ମିଳିଥିବା ୫ ଲକ୍ଷ ଟଙ୍କା ଦାନ କଲେ ମୁମ୍ବାଇର ଏହି ଇଂଜିନିୟର

ମୁମ୍ବାଇ: ଝିଅ ବାହାଘରରେ ମିଳିଥିବା ଉପହାର ବାବଦକୁ ୫ ଲକ୍ଷ ଟଙ୍କା ସମାଜ କଲ୍ୟାଣ ପାଇଁ ଦାନ କରିଛନ୍ତି ମୁମ୍ବାଇର ଜଣେ ସିଭିଲ ଇଂଜିନିୟର ।

ମୁମ୍ବାଇର ଧାନୁସ୍ଥିତ ଦାଣ୍ଡେପଡ଼ାର ଜଣେ ସିଭିଲ ଇଂଜିନିୟର ରାଜେଶ ଆକ୍ରେଙ୍କ ଝିଅ ବାହାଘରରେ ଉପହାର ବାବଦରେ ମିଳିଥିବା ପ୍ରାୟ ୫ ଲକ୍ଷ ଟଙ୍କା ସେ ସମାଜସେବୀ ପ୍ରକାଶ ଆମତେଙ୍କ ଦ୍ୱାରା ପରିଚାଳିତ ବ୍ରଦରହୁଡ ଅଫ ପିପୁଲ୍ସ ପ୍ରୋଜେକ୍ଟକୁ ଦାନ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି ।

ଏ ସଂପର୍କରେ ଆକ୍ରେ କହିଛନ୍ତି ଯେ ଈଶ୍ୱରଙ୍କ ଦୟାରୁ ତାଙ୍କ ପରିବାର ଆର୍ଥିକ ଦୃଷ୍ଟିକୋଣରୁ ବେଶ ସକ୍ଷମ, କିନ୍ତୁ ଯେଉଁମାନଙ୍କ ଅବସ୍ଥା ସେତେଟା ଭଲ ନାହିଁ ସେମାନଙ୍କୁ ସହାୟତାର ହାତ ବଢାଇବାକୁ ତାଙ୍କ ପରିବାର ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନେଇଥିଲା । ଏଣୁ ପରିବାର ସମର୍ଥନରେ ଉପହାର ବାବଦ ଅର୍ଥ ଦାନ କରିବାକୁ ସେ ନିଷ୍ପତ୍ତି ନେଲେ ବୋଲି କହିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଦାନ ବିଷୟରେ ଅତିଥିମାନଙ୍କୁ ଜଣାଇ ଦିଆଯାଇଥିଲା । ବାହାଘର ନିମନ୍ତ୍ରଣ କାର୍ଡରେ ଏ ସଂପର୍କରେ ଉଲ୍ଲେଖ କରାଯାଇଥିଲା ।

ସମ୍ବନ୍ଧିତ ଖବର