ମୁମ୍ବାଇ: ସାରା ଦେଶ ଏବେ କରୋନା ଭୂତାଣୁ ବିରୋଧରେ ଲଢ଼ୁଛି | କିଛି ରାଜ୍ୟ ଏବେ କରୋନା ମୁକ୍ତ ହୋଇସାରିଥିବା ବେଳେ ଏବେ କିଛି ରାଜ୍ୟ ଦେଶର ହଟସ୍ପଟ୍ ପାଲଟିଛି | ତେବେ କରୋନା ସହ ଲଢେଇରେ କରୋନା ଯୋଦ୍ଧାମାନଙ୍କୁ ସାହାଯ୍ୟ କରିବା ପାଇଁ ଏବେ ବ୍ରିହାନମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ(ବିଏମସି)ର ମେୟର କିଶୋରୀ ପେଡନେକର ଆଗେଇ ଆସିଛନ୍ତି | ନର୍ସ ଭାବେ କାମ କରି ସେ କୋଭିଡ-୧୯ ବିରୋଧରେ ଦେଶ ଲଢ଼ୁଥିବା ଲଢେଇରେ ସେ ସହଯୋଗ କରିବାକୁ ନିଷ୍ପତ୍ତି ନେଇଛନ୍ତି। ।

Advertisment

ସୂଚନା ମୁତାବକ, ରାଜନୀତିକୁ ଆସିବା ପୂର୍ବରୁ ପେଡନେକର ଜଣେ ନର୍ସ ଭାବେ କାମ କରୁଥିଲେ | ଏବେ କୋଭିଡ-୧୯ ରୋଗୀଙ୍କୁ ଏହି ଭୂତାଣୁ ମୁକ୍ତ କରିବାରେ ସାହାଯ୍ୟ କରିବାକୁ ବିଏମସିର ବିୱାଇଏଲ ନାୟର ହସ୍ପିଟାଲରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି। ମେୟର ପେଡନେକର ପୂର୍ବରୁ ସୂଚନା ଦେଇଥିଲେ ଯେ, ଗତ ୧୪ଦିନ ଧରି ଗୋଟିଏ ମଧ୍ୟ କୋଭିଡ-୧୯ ରୋଗୀ ଚିହ୍ନଟ ହୋଇ ନଥିବାରୁ ୨୩୧ଟି ଜୋନ୍ କଣ୍ଟେଣ୍ଟମେଣ୍ଟ ଜୋନ୍ ତାଲିକାରୁ ମୁକ୍ତ ହୋଇଛି |

coronavirus in mumbai: ಕೋವಿಡ್ - 19‌ ವಿರುದ್ಧ ... Vijaya Karnataka

କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ଅନୁଯାୟୀ, ମହାରାଷ୍ଟ୍ରରେ ସମୁଦାୟ ସକରାତ୍ମକ କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା ୮,୦୬୮ଅଟେ। ବର୍ତ୍ତମାନ ସୁଦ୍ଧା ୧,୦୭୬ ଜଣ ଲୋକ ଆରୋଗ୍ୟ ହୋଇଛନ୍ତି କିମ୍ବା ଡିସଚାର୍ଜ ହୋଇଥିବା ବେଳେ ୩୪୨ଜଣଙ୍କର ମୃତ୍ୟୁ ହୋଇଛି।