ନୂଆଦିଲ୍ଲୀ: କିଛିଲୋକଙ୍କ ଏପରି ଅଭ୍ୟାସ ଥାଏ କି କିଏ ଉତ୍ତର ଦେଉ କି ନ ଦେଉ ସେମାନେ କ୍ରମ‌ାଗତ ଭାବେ ମେସେଜ କରି ଚାଲିଥାଆନ୍ତି। ଏମିତି ଅଧିକାଂଶ ଘଟଣା ମହିଳାମାନଙ୍କ କ୍ଷେତ୍ରରେ ଘଟିଥାଏ। ସେମାନେ ଯେଉଁ ବ୍ୟକ୍ତିଙ୍କୁ ଜାଣି ନଥାଆନ୍ତି ସେହି ବ୍ୟକ୍ତିମାନେ ତାଙ୍କୁ କ୍ରମାଗତ ଭାବେ ମେସେଜ ପଠାଇ ଥାଆନ୍ତି। ଏହାପରେ ଯାହା ହୋଇଥାଏ ତାହାକୁ ନେଇ ମୁମ୍ବାଇ ପୁଲିସ ଏକ ମଜାଳିଆ ପୋଷ୍ଟ ସେୟାର କରିଛି।  ମୁମ୍ବାଇ ପୁଲିସର ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ ଦ୍ବାରା ପୋଷ୍ଟ କରାଯାଇଥିବା ମେସେଜକୁ ଲୋକେ ଖୁବ ପସନ୍ଦ କରୁଛନ୍ତି।

Advertisment

ମୁମ୍ବାଇ ପୁଲିର ଏହି ପୋଷ୍ଟ ଅତି ସାଧାରଣ। ଏହି ପୋଷ୍ଟକୁ ଦେଖି ଅନୁମାନ କରାଯାଉଛି କି, ଆପଣ ଜଣକୁ କ୍ରମାଗତ ମେସେଜ କରୁଛନ୍ତି। ଗୋଟିଏ ପଟୁ ହାଏ, ହ୍ୟାଲୋ ବାରମ୍ବାର ମେସେଜ କରାଯାଉଛି। ଦେଖିବାକୁ ଗଲେ ଅନ୍ୟପଟୁ ଏହାର କୌଣସି ଉତ୍ତର ଆସୁନାହିଁ।

ଏହାପରେ ସେଥିରେ ଲେଖାଯାଉଛି କି ସାମ୍ନା ବ୍ୟକ୍ତି ତୁମର ନମ୍ବର ବ୍ଳକ କରି ଦେଇଛନ୍ତି। ଏହି ପୋଷ୍ଟର କ୍ୟାପସନ ମୁମ୍ବାଇ ପୁଲିସ ଲେଖିଛି କି, ଫୁଡ ଫର ଥଟ: ନଟ ଅଲ ଆଡଭାନ୍ସ ଆର ଆପ୍ରିସିଏଟେଡ।