ମୁମ୍ବାଇ: ଆପଣ ଯଦି ଇନଷ୍ଟାଗ୍ରାମରେ ସକ୍ରିୟ ଅଛନ୍ତି ତେବେ ମୁମ୍ବାଇ ପୁଲିସ ଦ୍ବାରା ଇନଷ୍ଟାଗ୍ରାମରେ ସେୟାର କରାଯାଉଥିବା ଫଟୋ ଓ ଭିଡିଓକୁ ନିଶ୍ଚୟ ଦେଖୁଥିବେ। ଏହି ବିଭାଗ ସର୍ବଦା ସଚେତନତାଭିତ୍ତିକ ପୋଷ୍ଟ ପାଇଁ ସୋସିଆଲ ମିଡିଆର ଉପଯୋଗ କରିଥାଏ।

Advertisment

ମୁମ୍ବାଇ ପୁଲିସ ସାଇବର ଅପରାଧ ବିରୋଧରେ ସଚେତନତାର ପ୍ରଚାର କରିବାଠାରୁ ନେଇ ମହାମାରୀରୁ କିପରି ରକ୍ଷା ପାଇ ହେବ ସେସବୁକୁ ନେଇ ପୋଷ୍ଟ କରିଥାଏ। ଏଥିସହିତ ବିଭିନ୍ନ ଘଟଣାକୁ ରଚନାତ୍ମକ ଶୈଳୀରେ ପରିବେଷଣ କରି  ପୋଷ୍ଟ ସେୟାର କରିଥାଏ ମୁମ୍ବାଇ ପୁଲିସ। ଅନେକ ଥର ମୁମ୍ବାଇ ପୁଲିସର ପୋଷ୍ଟ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥାଆନ୍ତି। ନିକଟରେ ମୁମ୍ବାଇ ପୁଲିସ ମାସ୍କ ସହିତ ଜଡ଼ିତ ଏକ ମଜାଦାର ପୋଷ୍ଟ ସେୟାର କରିଛି, ଯାହା ଭାଇରାଲ ହେବାରେ ଲାଗିଛି।

ଏହି ଫଟୋ ସେୟାର କରାଯାଇ ଲେଖାଯାଇଛି, ପିଜା ସହ ପାଇନାପଲ ହୁଏତ ଠିକ ଲାଗିପାରେ କିନ୍ତୁ ଦାଢ଼ିରେ ମାସ୍କ ପିନ୍ଧିବାର ଯେଉଁ କମ୍ବିନେସନ ତାହା ଆଦୌ ଠିକ ଲାଗୁନାହିଁ। କାରଣ ଉକ୍ତ ଫଟୋରେ ଜଣେ ବ୍ୟକ୍ତି ମୁହଁରେ ନୁହେଁ ଦାଢ଼ିରେ ମାସ୍କ ପିନ୍ଧିଥିବା ଦେଖାଯାଇଛି।

ମୁମ୍ବାଇ ପୁଲିସର ଏହି ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି। ଲୋକେ ଠିକ ଭାବେ ମାସ୍କ ପିନ୍ଧୁ ନଥିବା ମହାରାଷ୍ଟ୍ର ରାଜ୍ୟ ସରକାରଙ୍କ ପାଇଁ ଚିନ୍ତା କାରଣ ପାଲଟିଛି।