ଶେଖର କପୁରଙ୍କ ମତାମତ ଗ୍ରହଣ କରିବ ମୁମ୍ବାଇ ପୁଲିସ

ସୁଶାନ୍ତଙ୍କ ମୃତ୍ୟୁ ପରେ ନିର୍ଦେଶକ ଶେଖର କପୁର ସୁଶାନ୍ତଙ୍କ ସମ୍ପର୍କରେ କିଛି କଥା ପ୍ରକାଶ କରିଥିଲେ। ସୁଶାନ୍ତ ଶେଖରଙ୍କ ‘ପାନି’ ଚଳଚ୍ଚିତ୍ରରେ କାମ କରିବାକୁ ଯାଉଥିଲେ। ମାତ୍ର ଏହି ଚଳଚ୍ଚିତ୍ରର ପ୍ରଯୋଜକ କହିଥିଲେ ଯେ ସେ ସୁଶାନ୍ତଙ୍କୁ‌ ନେଇ ଫିଲ୍ମ ନିର୍ମାଣ କରିବାକୁ ଚାହୁଁନାହାନ୍ତି। ମନୋଜ ବାଜପେୟୀଙ୍କ ସହ ଇନଷ୍ଟାଗ୍ରାମରେ ଶେଖର କପୁର ଯୋଡ଼ି ହୋଇ ସୁଶାନ୍ତଙ୍କୁ ନେଇ ସେ ଫିଲ୍ମ କରିବାକୁ ଚାହୁଁଥିଲେ ବୋଲି କହିଥିଲେ। ଶେଖରଙ୍କ ଟ୍ବିଟ ଆଧାରରେ ମୁମ୍ବାଇ ପୁଲିସ ଶେଖରଙ୍କୁ ଏନେଇ ପଚରାଉଚରା କରିବାକୁ ଯାଉଛି।

ସୁଶାନ୍ତଙ୍କ ମୃତ୍ୟୁ ପରେ ଅଙ୍କିତା ଏକତା କପୁରଙ୍କ ଘରକୁ ଯାଇଥିଲେ
ସୁଶାନ୍ତ ସିଂହ ରାଜପୁତ ଓ ଅଙ୍କିତା ଲୋଖଣ୍ଡେଙ୍କ ପ୍ରେମ କଥା ସମସ୍ତେ ଜାଣନ୍ତି। ତେବେ ସୁଶାନ୍ତଙ୍କ ମୃତ୍ୟୁ ପରେ ଅଙ୍କିତାଙ୍କୁ ଏକତା କପୁରଙ୍କ ବାସଭବନ ସାମ୍ନାରେ ଦେଖିବାକୁ ମିଳିଥିଲା। ଏକତା ସୁଶାନ୍ତ-ଅଙ୍କିତାଙ୍କ ହିଟ୍‌ ସିରିଆଲ ‘ପବିତ୍ର ରିସ୍ତା’ର ପ୍ରଯୋଜକ ଥିଲେ। ସୁଶାନ୍ତଙ୍କ ପ୍ରେମିକା କୁହାଯାଉଥିବା ରିଆ ଚକ୍ରବର୍ତୀ ମଧ୍ୟ ସୁଶାନ୍ତଙ୍କ ମୃତ୍ୟୁ ପରେ ମେଡିକାଲକୁ ଯାଇ ସୁଶାନ୍ତଙ୍କୁ ଶେଷ ଦର୍ଶନ କରିଥିଲେ।

କରନ୍‌, ସଲମନ୍‌ ଓ ଏକତାଙ୍କ ସମେତ ୮ ଜଣଙ୍କ ବିରୋଧରେ ଏତଲା
ସୁଶାନ୍ତଙ୍କ ମୃତ୍ୟୁକୁ ପ୍ରଶଂସକମାନେ ଏବେ ବି ହଜମ କରିପାରୁନାହାନ୍ତି। ରାଜାନେତର ସଞ୍ଜୟ ନିରୁପମ ନିକଟରେ ଏକ ଟ୍ବିଟରେ କହିଥିଲେ, ‘ଛିଛୋରେ’ର ସଫଳତା ପରେ ମଧ୍ୟ ଏଇ ୬ ମାସ ମଧ୍ୟରେ ସୁଶାନ୍ତ ୭ଟି ଫିଲ୍ମ ହରାଇଥିଲେ। ଯାହା ଫଳରେ ସେ ଆତ୍ମହତ୍ୟା କରିବା ପଦକ୍ଷେପ ନେଇଥାଇପାରନ୍ତି। ଏଇ ପରିପ୍ରେକ୍ଷୀରେ ବଲିଉଡର କିଛି ରଥୀମାନଙ୍କୁ ଦାୟୀ କରାଯାଇଛି। ତେଣୁ କରନ ଜୋହର, ସଞ୍ଜୟ ଲୀଲା ଭଂସାଲି, ସଲମନ ଖାନ, ଏକତା କପୁରଙ୍କ ସମେତ ମୋଟ ୮ ଜଣଙ୍କ ନାମରେ ଆଜି ଏତଲା ଦିଆଯାଇଛି। ଆଡଭୋକେଟ ସୁଧୀର କୁମାର ଓଝା ଏହି ଏତଲା ଦେଇଛନ୍ତି। କରନ ଓ ଏକତା ଏନେଇ ବିହାର କୋର୍ଟରେ ପହଞ୍ଚିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର