କୋଭିଡ୍‌-୧୯କୁ ନେଇ ସଚେତନତା ବାର୍ତ୍ତା ବାଣ୍ଟିବା ପାଇଁ ରୋମିଓ-ଜୁଲିଏଟ୍‌ ମିମ୍ ସେୟାର୍‌ କଲା ମୁମ୍ବାଇ ପୁଲିସ୍‌

ମୁମ୍ବାଇ: କରୋନା ମୁକାବିଲା ପାଇଁ ମାସ୍କ ପିନ୍ଧିବାକୁ ଲୋକଙ୍କୁ ବିଭିନ୍ନ ଉପାୟରେ ସଚେତନ କରାଯାଉଥିବା ବେଳେ ଏକ ନିଆରା ତରିକା ଆପଣେଇଛି ମୁମ୍ବାଇ ପୁଲିସ୍‌। ପ୍ରେମୀ ଯୁଗଳ ରୋମିଓ-ଜୁଲିଏଟ୍‌ଙ୍କୁ ବ୍ୟବହାର କରି ମୁମ୍ବାଇ ପୁଲିସ୍‌ ଏକ ମିମ୍ ପ୍ରସ୍ତୁତ କରି ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ପାଲଟିଛି।

ପ୍ରେମ ଦ୍ବାରା ସଚେତନ ବାର୍ତ୍ତା ବାଣ୍ଟିବାର ଉଦ୍ୟମ ମିମରେ ସ୍ପଷ୍ଟ ‌ଦେଖିବାକୁ ମିଳିଛି। ମୁମ୍ବାଇ ପୁଲିସ୍‌ ଇନ୍‌ଷ୍ଟାରେ ଦେଇଥିବା ପୋଷ୍ଟ୍‌ଟିରେ ଏକ ଚଳନ୍ତା ଫଟୋ(ମୋସନ୍‌ ପିକ୍‌ଚର) ଦେଖିବାକୁ ମିଳିଛି। ଫଟୋଟିରେ ପତ୍ନୀଟି ମାସ୍କ ପିନ୍ଧି ଅନ୍ୟ ଏକ ମାସ୍କ ହାତରେ ଧରି ବାଲକୋନିରେ ଛିଡ଼ା ହୋଇଥିବା ବେଳେ ବାହାରାକୁ ଯାଉଛନ୍ତି ସ୍ବାମୀ।

 

 

View this post on Instagram

 

“O Romeo, Romeo! Wherefore art thy ‘mask’, Romeo?” #OMaskLello #TakingOnCorona #covid19

A post shared by Mumbai Police (@mumbaipolice) on

ପତ୍ନୀ ତାଙ୍କ ସ୍ବାମୀଙ୍କୁ ମାସ୍କଟି ବଢ଼ାଇବା ସହ ‘ନିଜ ମାସ୍କ କେବେ ଭୁଲ ନାହିଁ’ ବୋଲି କହୁଛନ୍ତି। ସେହିପରି ତା’ର ଉତ୍ତରରେ ସ୍ବାମୀ କହୁଛନ୍ତି ଯେ ‘ତୁମେ ନଥିଲେ ମୁଁ କ’ଣ କରିଥାନ୍ତି‘। ମୁମ୍ବାଇ ପୁଲିସ୍‌ ପୋଷ୍ଟ୍‌ଟି ଦେଇ ‌ସ୍ବାମୀଙ୍କୁ ରୋମିଓ ବୋଲି ସମ୍ବୋଧନ କରିଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର