ମହିଳାଙ୍କୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇ ରେଳ ଧାରଣାକୁ ଡେଇଁ ପଡ଼ିଲେ ଆରପିଏଫ୍ ଯବାନ

ନୂଆଦିଲ୍ଲୀ: ମୁମ୍ବାଇର ଜଣେ ଆରପିଏଫ ଯବାନ ନିଜ ଜୀବନକୁ ବାଜି ଲଗାଇ ଜଣେ ମହିଳାଙ୍କ ଜୀବନ ବଞ୍ଚାଇଛନ୍ତି। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ପ୍ରକାଶିତ ରିପୋଆର୍ଟ ମୁତାବକ, ମୁମ୍ବାଇର ସ୍ୟାଣ୍ଡହର୍ଷ୍ଟ ରୋଡ ଷ୍ଟେସନସ୍ଥିତ ପ୍ଲାଟଫର୍ମରେ ଛିଡ଼ା ହୋଇଥିବା ଜଣେ ମହିଳା ହଠାତ ଧାରଣାରେ ପଡ଼ି ଯାଇଥିଲେ। ଏହି ସମୟରେ ଡିୟୁଟିରେ ଥିବା ଆରପିଏଫ ଯବାନ ନିଜ ଜୀବନକୁ ଖାତିର ନକରି ମହିଳାଙ୍କ ଜୀବନ ବଞ୍ଚାଇବା ପାଇଁ ଧାରଣାକୁ ଡେଇଁ ପଡ଼ିଥିଲେ। ଫଳସ୍ବରୂପ ଟ୍ରେନ ଆସିବା ପୂର୍ବରୁ ମହିଳାଙ୍କ ଜୀବନ ବଞ୍ଚି ଯାଇଥିଲା।

 

ଗୁରୁବାର ସନ୍ଧ୍ୟା ୭ଟା ୪୦ରେ ୨୩ବର୍ଷୀୟ ଜଣେ ମହିଳା ଅନିଶା ଶେଖ ସ୍ୟାଣ୍ଡହଷ୍ଟ ରୋଡ ‌ଷ୍ଟେସନରେ ପ୍ଲାଟଫର୍ମ ନମ୍ବର ୨ରେ ଛିଡ଼ା ହୋଇଥିଲେ। ଏହି ସମୟରେ ତାଙ୍କର ମୁଣ୍ଡ ହଠାତ ବୁଲାଇ ଦେଇଥିଲା। ମୁଣ୍ଡ ବୁଲାଇ ଦେବାରୁ ସେ ଜାଣି ନପାରି ପ୍ଲାଟଫର୍ମରୁ ରେଳ ଧାରଣାକୁ ଖସି ପଡ଼ିଥିଲେ। ଯେମିତି ହିଁ ଆରପିଏଫ କନେଷ୍ଟବଳ ଶ୍ୟାମ ସୁରତ ମହିଳାଙ୍କୁ ପଡ଼ି ଯାଉଥିବା ଦେଖିଥିଲେ ସେ ସମୟ ବିଳମ୍ବ ନକରି ଧାରଣାକୁ ଡେଇଁ ପଡ଼ିଥିଲେ। ଏହି ଘଟଣା ସେଠାରେ ଲାଗିଥିବା ସିସିଟିଭରେ କୈଦ ହୋଇଯାଇଥିଲା। ଏହି ଦୃଶ୍ୟ ଦେଖି ସେଣ୍ଟ୍ରାଲ ରେଲବାଇ ଯବାନଙ୍କୁ ପ୍ରଶଂସା କରିଛନ୍ତି। ଏଥିସହିତ ସୋସିଆଲ ମିଡିଆରେ ଆରପିଏଫ କନେଷ୍ଟବଳ ଶ୍ୟାମ ସୁରତ ନିଜ ଜୀବନକୁ ବାଜି ଲଗାଇ ମହିଳାଙ୍କ ଜୀବନ ବଞ୍ଚାଇ ଥିବା ଦୃଶ୍ୟକୁ ଦେଖି ବ୍ୟବହାରକାରୀ ସୁନ୍ଦରସୁନ୍ଦର ପ୍ରତିକ୍ରିୟା ଦେଇଛନ୍ତି।

ସମ୍ବନ୍ଧିତ ଖବର