ନୂଆଦିଲ୍ଲୀ: ରେଳ ଷ୍ଟେସନରେ ଲୋକମାନେ ସିଟ ପାଇଁ ଦୌଡ଼ାଦୌଡ଼ି ହେଉଥିବା ସମୟରେ ଅନେକ ଯାତ୍ରୀ ଦୁର୍ଘଟଣାର ଶିକାର ହୋଇଥାଆନ୍ତି। ନିକଟରେ ମୁମ୍ବାଇର ମାନଖୁର୍ଦ ରେଳ ଷ୍ଟେସନର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଯେଉଁଥିରେ ରେଳ ଷ୍ଟେସନରେ ଯାତ୍ରୀଙ୍କ ଗହଳି ଭିତରେ ଜଣେ ମହିଳା ଏବଂ ତାଙ୍କ ପିଲା ଚଳନ୍ତା ଟ୍ରେନରୁ ଖସିପଡୁଥିବା ଦେଖିବାକୁ ମିଳୁଛି। ଯାହାଙ୍କୁ ଆରପିଏଫର ଦୁଇଜଣ କର୍ମଚାରୀ ସଙ୍ଗେସଙ୍ଗେ ଉଦ୍ଧାର କରି ନେଇଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓ ଦେଖିବା ପରେ ଲୋକମାନେ ଆରପିଏଫର ଦୁଇଜଣ ଯବାନଙ୍କ କାମକୁ ପ୍ରଶଂସା କରୁଛନ୍ତି । ଏହି ଦୁଇଜଣ ଯବାନ ମହିଳା ଏବଂ ତାଙ୍କ ଶିଶୁଙ୍କ ଜୀବନ ରକ୍ଷା କରିଥିଲେ।
#MissionJeevanRaksha आज अपराध शाखाके अक्षय सोये द्वारा मानखुर्द रेलवे स्टेशनके प्लेटफार्म 2 पर लोकल ट्रेनमें महिला यात्री गोदमें छोटे बच्चेको लेकर चढ़ते समय असंतुलित होकर गिरनेपर बच्चेको पकड़कर सूझबूझसे बच्चेकी जान बचाया @RailMinIndia @RPFCR @RPF_INDIA pic.twitter.com/gBCWulYylo
— RPF Mumbai Division (@RPFCRBB) November 1, 2022
ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଆରପିଏଫର ଦୁଇଜଣ ଯବାନ ମହିଳା ଏବଂ ତାଙ୍କ ପିଲାଙ୍କୁ ଦେବଦୂତ ସାଜି ମୃତ୍ୟୁମୁଖରୁ ରକ୍ଷା କରିଥିଲେ। ଏହି ଘଟଣା ମାନଖୁର୍ଦ ରେଳ ଷ୍ଟେସନର ଦୁଇ ନମ୍ବର ପ୍ଲାଟଫର୍ମରେ ଘଟିଛି |
ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ ଯେତେବେଳେ ମହିଳା ଜଣକ ନିଜ ପିଲାଙ୍କ ସହ ଟ୍ରେନରେ ଚଢ଼ୁଛନ୍ତି, ସେତେବେଳେ ଲୋକଙ୍କ ଭିଡ ଭିତରେ ପଶି ଯାଇଥିଲେ। ଆଉ ଏହି ସମୟରେ ନିଜ ଉପରେ ଭାରସାମ୍ୟ ରକ୍ଷା କରି ନପାରି, ମହିଳା ଏବଂ ତାଙ୍କ ପିଲା ଚଳନ୍ତା ଟ୍ରେନରୁ ଖସିପଡିଥିଲେ। ଏହି ସମୟରେ, ଦୁଇଜଣ ଆରପିଏଫ୍ ଯବାନ ପ୍ରଥମେ ଶିଶୁକୁ ଏବଂ ପରେ ମହିଳାଙ୍କୁ ବଞ୍ଚାଇ ଦେଇଥିଲେ।|