ସ୍ବାମୀଙ୍କ ଗାଡ଼ି ଭିତରେ ଆଉ ଜଣେ ମହିଳାଙ୍କୁ ଦେଖି ରାସ୍ତାରେ ହଙ୍ଗାମା କଲେ ସ୍ତ୍ରୀ, ମୁମ୍ବାଇରେ ଟ୍ରାଫିକ୍ ଠପ୍ ! ଭିଡିଓ ଭାଇରାଲ୍‌

ମୁମ୍ବାଇ: ମହିଳାମାନେ ଯେ ନିଜ ସ୍ବାମୀଠାରୁ ପ୍ରତାରଣା କୌଣସି ମତେ ସହି ପାରନ୍ତି ନାହିଁ । ତାହାର ଏକ ଜ୍ବଳନ୍ତ ଉଦାହରଣ ଏବେ ସୋସିଆଲ୍‌ ମିଡିଆରେ ଘୂରିବାରେ ଲାଗିଛି। ଦକ୍ଷିଣ ମୁମ୍ବାଇର ଏକ ‌ରାସ୍ତା ଉପରେ ଜଣେ ମହିଳା ଯେଉଁଭଳି ଆଚରଣ ଦେଖାଇଛନ୍ତି ତାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚୟ।

ସୋସିଆଲ୍‌ ମିଡିଆରେ ମହିଳାଙ୍କ କାରନାମାର ଏକ ଭିଡିଓ ଭାଇରାଲ୍‌‌ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ମହିଳା ଜଣକ ନିଜ ସ୍ବାମୀଙ୍କ ଗାଡ଼ିକୁ ରାସ୍ତା ମଝିରେ ଅଟକାଇବାକୁ ଚେଷ୍ଟା କରୁଛନ୍ତି। ସମାନ ରାସ୍ତାରେ ମହିଳା ଓ ତାଙ୍କ ସ୍ବାମୀ ଦୁଇଟି ଭିନ୍ନ ଗାଡ଼ିରେ ଯାଉଥିଲେ। ମହିଳା ଦେଖିବାକୁ ପାଇଲେ ତାଙ୍କ ସ୍ବାମୀଙ୍କ ଗାଡ଼ିର କଡ଼ ସିଟ୍‌ରେ ଅନ୍ୟ ଜଣେ ମହିଳା ବସିଛନ୍ତି। ତାହାକୁ ଦେଖି ମହିଳା ସହିପାରିଲେ ନାହିଁ ଓ ସେ ନିଜ ଗାଡ଼ିରୁ ଓହ୍ଲାଇ ସ୍ବାମୀଙ୍କ ଗାଡ଼ି ସାମ୍ନାକୁ ଚାଲିଗଲେ। ସ୍ବାମୀଙ୍କ ଗାଡ଼ିକୁ ବିଧା ମାରିବାକୁ ଲାଗିଲେ। ଡ୍ରାଇଭର୍‌ ସିଟ୍‌ ପାଖ କାଚକୁ ମହିଳା ଭାଙ୍ଗିବାକୁ ଚେଷ୍ଟା କରୁଥିବାର ଦେଖିବାକୁ ମିଳିଛନ୍ତି ଭିଡିଓରେ।  ଗାଡ଼ି ଉପରକୁ ମହିଳା ଜଣକ ଚଢ଼ି ମଧ୍ୟ ଯାଇଥିଲେ । ସେତିକି ନୁହେଁ, ତାଙ୍କ ସ୍ବାମୀଙ୍କ ପାଖରେ ବସିଥିବା ଅନ୍ୟ ଜଣେ ମହିଳାଙ୍କୁ ସେ ତାଙ୍କ ଗାଡ଼ିରୁ ଓହ୍ଲାଇ ଯିବାକୁ ବାରମ୍ବାର ଚିତ୍କାର କରି କହୁଥିବାର ଦେଖିବାକୁ ମିଳିଛି।

ମହିଳାଙ୍କ ଏପରି ଆଚରଣରେ ଟ୍ରାଫିକ୍‌ ଜାମ ହେଉଥିବା ଦେଖିବାକୁ ମିଳିଛି। ଏପରିକି ମହିଳା ଜଣକ ଚିଲାଇ ଚିଲାଇ ପୁଲିସ୍‌କୁ ସାହାଯ୍ୟ ମାଗୁଛନ୍ତି। ଭିଡିଓଟିକୁ ଜଣେ ‌ଦେଖଣାହାରୀ ତାଙ୍କ ମୋବାଇଲ୍‌ରେ ସୁଟ୍‌ କରିବା ପରେ ଏହା ଏବେ ସୋସିଆଲ୍‌ ମିଡିଆରେ ଘୂରିବାରେ ଲାଗିଛି।

ସମ୍ବନ୍ଧିତ ଖବର