ଦିନରେ ଗୃହିଣୀ, ରାତିରେ କ୍ୟାବ୍‌ ଚାଳିକା

ମୁମ୍ବାଇ: ଆପଣଙ୍କ ସହିତ କେବେ ଏମିତି ଘଟିଛି କି ! ଆପଣ କ୍ୟାବ୍‌ ବୁକ୍‌ କରିବେ ଓ ଆପଣଙ୍କୁ ନେବା ପାଇଁ ରାତି ଅଧରେ ବୁର୍ଖା ପରିହିତା ଜଣେ ମହିଳା ଆସି ପହଞ୍ଚିବେ। ତେବେ ଏଭଳି ଘଟଣା ମୁମ୍ବାଇରେ ଦେଖିବାକୁ ମିଳୁଛି।

ମୁମ୍ବାଇରେ ବସବାସ କରୁଥିବା ୩୦ବର୍ଷୀୟା ରିଜଓ୍ଵାନା ଶେଖ୍‌ କ୍ୟାବ୍‌ ଚଳାଇ ଅର୍ଥ ରୋଜଗାର କରନ୍ତି। ତାହା ପୁଣି ଦିନରେ ନୁହେଁ, ରାତିରେ। ଘରେ ତାଙ୍କ ୭ବର୍ଷର ଏକ ଝିଅ ଅଛି। ସେ ଝିଅ ସହିତ ସ୍ୱାମୀ ଓ ଶାଶୁ-ଶ୍ୱଶୁରଙ୍କ କଥା ବୁଝିବାରେ ତିଳେମାତ୍ର ଉଣା କରନ୍ତି ନାହିଁ। ସମସ୍ତଙ୍କ କଥା ବୁଝି ସାରିବା ପରେ, ଘରର ସମସ୍ତ କାମ ଶେଷ କରିବା ପରେ ରିଜଓ୍ଵାନା ରାତି ୮ଟାରେ ବାହାରନ୍ତି ତାଙ୍କ କର୍ମସ୍ଥଳୀକୁ।

ରିଜଓ୍ଵାନା କହିନ୍ତି, ‘ମୋର ପିଲାଦିନ ଲକ୍ଷ୍ମୌରେ ହିଁ କଟିଛି। ଯୋଗେଶ୍ୱର ନାମକ ଜଣେ ବ୍ୟବସାୟୀଙ୍କ ସହିତ ମୋର ବିବାହ ହୋଇଥିଲା। ବିବାହ ପରେ ମୁଁ ମୁମ୍ବାଇ ଚାଲି ଆସିଥିଲି। ପ୍ରଥମେ ମୁଁ ଜଣେ ବିୟୁଟିସିୟାନ୍‌ ଭାବେ କାମ କରୁଥିଲି। କିନ୍ତୁ ଏଥିରୁ ବିଶେଷ କିିଛି ଲାଭ ମିଳି ନଥିଲା। ଶେଷରେ ଅନ୍ୟ କିଛି କାମ କରିବା ପାଇଁ ସ୍ଥିର କରିଥିଲି। ଯଦି ସକାଳ ବେଳେ କିଛି କରି ଥାଆନ୍ତି ତେବେ ଘର ପରିବାରକୁ ସମୟ ଦେଇ ପାରି ନଥାଆନ୍ତି। ତେଣୁ ଓଲା କମ୍ପାନିର କ୍ୟାବ୍‌କୁ ରାତିରେ ଚଳାଇବି ବୋଲି ସ୍ଥିର କରିଥିଲି। ଏଥିପାଇଁ ମୋର ଶାଶୁଘର ଲୋକବି ଖୁବ୍‌ ସମର୍ଥନ କରିଛନ୍ତି। କ୍ୟାବ୍‌ ଚଳାଇ ମାସକୁ ୩୦ରୁ ୪୦ ହଜାର ପର୍ଯ୍ୟନ୍ତ ରୋଜଗାର କରି ନେଉଛି।’

ତେବେ କ୍ୟାବ୍‌ ବୁକିଂ ହୋଇସାରିଲା କରିବା ପରେ ମୁଁ ଯେତେବେଳେ ଲୋକମାନଙ୍କୁ ଫୋନ୍‌ କରି ତାଙ୍କ ଲୋକେସନ୍‌ ପଚାରିଥାଏ ସେମାନଙ୍କ ମୋ ସ୍ୱର ଶୁଣି କିଛି ସମୟ ପାଇଁ ଚୁପ୍‌ ହୋଇ ରହି ଯାଆନ୍ତି। ବାରମ୍ବାର ବାରମ୍ବାର ପଚାରୁ ଥାଆନ୍ତି। ଏହା କ୍ୟାବ୍‌ ବୁକିଂ ନମ୍ବର ତ ! କେବଳ ଏତିକି ନୁହେଁ ମୁଁ ଯେତେବେଳେ ସେମାନେ ଦେଇଥିବା ଲୋକେସନ୍‌ରେ ଯାଇ ପହଞ୍ଚିଯାଏ ସେମାନେ ମୋତେ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥାଆନ୍ତି।

ପ୍ରଥମେ ପ୍ରଥମେ ରାତିରେ ଗାଡ଼ି ଚଳାଇବା ବେଳେ ମୋତେ ବହୁତ ଡର ଲାଗୁଥିଲା। କିନ୍ତୁ ପରେ ପରେ ସବୁକିଛି ସ୍ୱଭାବିକ ହୋଇଯାଇଥିଲା। ମୁଁ ଗାଡ଼ି ଚଳାଉଥିବା ସମୟରେ ନିଜର ସୁରକ୍ଷାକୁ ନେଇ ବେଶ୍‌ ସଚେତନ ଥାଏ।

ଅନେକ ସମୟରେ ରାତିରେ ମୋତେ ଅସମାଜିକ ଯୁବକଙ୍କ ସାମ୍ନା ବି କରିବାକୁ ପଡ଼ିଛି। ତେଣୁ କ୍ୟାବ୍‌ ବୁକିଂ ପାଇଁ ଆସୁଥିବା ସ୍ଥାନ ଓ ଫୋନ୍‌ କରିବା ପରେ ଯଦି ସେହି ବ୍ୟକ୍ତିଙ୍କ ସ୍ୱଭାବ ଭଲ ନଲାଗେ ସେ କ୍ୟାବ୍‌ ବୁକିଂକୁ ବାତିଲ କରି ଦେଇଥାଏ।

ଓଲା ଓ ଉବେର କମ୍ପାନି ତାଙ୍କୁ ପ୍ରଥମେ ଚାକିରି ଦେବାକୁ ମନା କରି ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେମାନେ ମୋର ପ୍ରସ୍ଥାବରେ ରାଜି ହୋଇଯାଇଥିଲେ।

ଓଲା ପ୍ରବକ୍ତାଙ୍କ କହିବାନୁସାରେ, ମହିଳା ଭାଗିଦାରିଙ୍କ ସଂଖ୍ୟା ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି। ମହିଳାଙ୍କ ଭାଗିଦାରି ୪୦ପ୍ରତିଶତ ହୋଇଯାଇଛି। ଏହି ଭାଗିଦାରି କେବଳ ଯେ ମେଟ୍ରୋରେ ତାହା ନୁହେଁ ଅନ୍ୟ ସବୁ ସହରରେ ହୋଇଯାଇଛି। ରିଜଓ୍ଵାନା ଶେଖଙ୍କ ଭଳି ପଶ୍ଚିମ ବସ୍ତିର ୨୫ବର୍ଷୀୟ ବିଦ୍ୟା ସେଲକେ ଓ ୨୩ବର୍ଷର ପ୍ରଜାକ୍ତା ସଲୁଖେ ମଧ୍ୟ ଓଲା ଚାଳିକା ଭାବେ କାମ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର