ମୁନ୍ନାର ଯାଉଛନ୍ତି ତ ,ଏସବୁ ସ୍ଥାନ ଦେଖିବାକୁ ଭୁଲନ୍ତୁ ନାହିଁ

ଭାରତରେ ଅଧିକାଂଶ ରାଜ୍ୟ ହେଉଛି ପ୍ରାକୃତିକ ପରିବେଷ୍ଟନୀରେ ଘେରା।ଏଥିମଧ୍ୟରୁ ‘କେରଳ’ର କଥା ଏକ୍‌ଦମ୍‌ ନିଆରା।କେରଳରେ କ’ଣ ନାହିଁ।ନଦୀ,ପର୍ବତ,ଝରଣା,ଉଦ୍ୟାନ ସବୁ ପ୍ରାକୃତିକ ସମ୍ଭାରରେ ଭରପୁର ଏଇ ‘କେରଳ’। ‘କେରଳ’ର କେତେକ ଉଲ୍ଲେଖନୀୟ ପର୍ଯ୍ୟଟନ ସ୍ଥଳୀ ମଧ୍ୟରୁ ଗୋଟିଏ ହେଲା ମୁନ୍ନାର  । ତେବେ  ଆସନ୍ତୁ ମୁନ୍ନାର ଏବଂ ଏହାର ନିକଟରେ ଥିବା ପର୍ଯ୍ୟଟନ ସ୍ଥଳୀ ସଂପର୍କରେ ସମ୍ୟକ୍‌ ସୂଚନା ନେବା…

photo-blogspot.com

ମୁନ୍ନାର:- କେରଳରେ ସ୍ଥିତ ‘ମୁନ୍ନାର’କୁ ଦକ୍ଷିଣ ଭାରତର କାଶ୍ମୀର ବୋଲି କୁହାଯାଇଥାଏ।ଏହା ସମୁଦ୍ରପତ୍ତନଠାରୁ ପ୍ରାୟ ଷୋହଳ ଶହ ଫୁଟ୍‌ ଉଚ୍ଚରେ ଅବସ୍ଥିତ।ଏହା କେରଳର ସବୁଠୁଁ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ। ଏହାର ଲୋକପ୍ରିୟତା କେବଳ ଯେ ରାଜ୍ୟ ବା ଦେଶର ପର୍ଯ୍ୟଟକ ମାନଙ୍କ ମଧ୍ୟରେ ରହିଛି,ତା’ ନୁହେଁ ବରଂ ଏଠାକୁ ପ୍ରତିବର୍ଷ ବହୁସଂଖ୍ୟକ ବିଦେଶୀ ପର୍ଯ୍ୟଟକ ମଧ୍ୟ ଆସିଥା’ନ୍ତି।ମୁନ୍ନାର୍‌ କେରଳର ଏକ ସୁନ୍ଦର ଶୈଳନିବାସ।
ଏରାଭିକୁଲମ୍‌ ଜାତୀୟ ଉଦ୍ୟାନ:- ଏହା କେରଳର ଇଡ଼ୁକ୍କି ଜିଲ୍ଲାର ପଶ୍ଚିମ ଘାଟରେ ଅବସ୍ଥିତ।ଏହାକୁ ୟୁନେସ୍କୋ ଦ୍ୱାରା ଓ୍ଵାର୍ଲଡ଼ ହାରିଟେଜ୍‌ ସାଇଜ୍‌ ଭାବେ ମନୋନୀତ କରାଯାଇଛି। ଏହି ଜାତୀୟ ଉଦ୍ୟାନରେ ବର୍ଷସାରା ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ।ମୁନ୍ନାର ହନିମୁନ୍‌,ଡ୍ରାଇଭ୍‌ଓ ରୋମାନ୍‌ସ ପାଇଁ ଏକ ସୁନ୍ଦର ସ୍ଥାନ।
ଇଣ୍ଡୋ ସୁଇସ୍‌ ଡ଼ାଏରୀ ଫାର୍ମ:-ମାଟ୍ଟୁପେଟ୍ଟି ଇଣ୍ଡୋ-ସୁଇସ୍‌ ଫାର୍ମା ସକାଳୁ ସନ୍ଧ୍ୟା ଯାଏଁ ପର୍ଯ୍ୟଟକମାନଙ୍କ ଲାଗି ଖୋଲାରହେ।ଏହା ଇଡ଼ୁକି ପର୍ବତମାଳା ନିକଟରେ ଅବସ୍ଥିତ।ଏଠାରେ ପ୍ରକୃତିର ସ୍ୱର୍ଗ ମାଟ୍ଟୁପେଟ୍ଟି ହ୍ରଦ ମଧ୍ୟ ରହିଛି।ଏହାର ସୌନ୍ଦର୍ଯ୍ୟ ଅବର୍ଣ୍ଣନୀୟ। କୋଚିନ ଆନ୍ତର୍ଜାତୀୟ ବିମାନବନ୍ଦର ଠାରୁ ପ୍ରାୟ ୧୩୦ କିଲୋମିଟର ଦୂରରେ ଅବସ୍ଥିତ।ଏହା ନିକଟତମ ରେଳଷ୍ଟେସନ୍‌ ହେଉଛି କୋଟ୍ଟାୟାମ୍‌ ରେଳଷ୍ଟେସନ୍‌ ,ଯାହାର ଦୂରତା ମୁନ୍ନାର ଠାରୁ ପ୍ରାୟ ୧୪୨ କିଲୋମିଟର।ମାଟ୍ଟୁପେଟ୍ଟି କୁ ମୁନ୍ନାର ଠାରୁ ରାସ୍ତା ବାଟେ ଆସିଲେ ଦୂରତା ହୁଏ ମାତ୍ର ତେର କିଲୋମିଟର,ଏଠାକୁ ମଧ୍ୟ ପର୍ଯ୍ୟଟକମାନେ ବର୍ଷସାରା ଆସିଥା’ନ୍ତି।ଏହା କେରଳର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳ।

photo-tourmyindia.com

ମୁନ୍ନାର ଓ୍ଵାଇଲ୍‌ଡ଼ ଲାଇଫ୍‌ ସାଂକଚୁରୀ:- ଏହା କେରଳର ପଶ୍ଚିମଘାଟର ଇନ୍ଦ୍ରଧନୁ ଛାୟା ଅଞ୍ଚଳରେ ଅବସ୍ଥିତ।ଏଠାରେ ଅନେକ ପ୍ରକାରର ବୃକ୍ଷଲତା ଏବଂ ପ୍ରାଣୀମାନଙ୍କୁ ଦେଖିବାକୁ ମିଳେ। ଏଥିରେ ଘଞ୍ଚ କଣ୍ଟକିତ ଜଙ୍ଗଲ ମଧ୍ୟ ରହିଛି।
ଅନାମୁଡ଼ି:-ଏହାକୁ ଦକ୍ଷିଣ ଭାରତର ହିମାଳୟ ବୋଲି କୁହାଯାଏ।ଏହାର ଉଚ୍ଚତା ୨୬୯୫ ମିଟର।ଏଠାରେ ଏକ ସ୍ୱତନ୍ତ୍ର ଶୈଳୀର ପାର୍କ ରହିଛି।ଏଠାରେ ଏକ ସ୍ୱତନ୍ତ୍ର ଶୈଳୀରେ ପାର୍କ ରହିଛି।ଏଠାରେ ବ୍ୟାଘ୍ର,ସିଂହ ଆଦିଙ୍କୁ ଦେଖିବାକୁ ମିଳେ।
ଇଡ଼ୁକ୍କି ଆର୍କଡ଼୍ୟାମ୍‌:- ଏହା ବିଶ୍ୱର ଦ୍ୱିତୀୟ ଓ ଏସିଆର ପ୍ରଥମ ଆର୍କଡ଼୍ୟାମ୍‌।ଏହା କୁରାଭାନ୍‌ ଓ କୁରୋଧି ପର୍ବତମାଳା ମଧ୍ୟରେ ନିର୍ମିତ ହୋଇଛି।ଏଥିମଧ୍ୟରୁ କୁରାଭାନ୍‌ ସମୁଦ୍ରପତ୍ତନ ଠାରୁ ୫୫୦ ଫୁଟ ଓ କୁରୋଥି ୬୫୦ ଫୁଟ୍‌ ଉଚ୍ଚରେ ଅଛି। ଏହା ନିକଟରେ ଚେରୁଧୋନି ବ୍ୟାରେଜ୍‌ ବି ରହିଛି।ଏହାର ପଶ୍ଚିମ ଦିଗରେ କୁଲାମାଭୁ ଡ଼୍ୟାମ୍‌ ଅବସ୍ଥିତ।ଇଡ଼ୁକ୍କି ଓ୍ଵାଇଲ୍‌ଡ଼ ଲାଇଫ୍‌ ସାଂକଚୁରୀ ମଧ୍ୟ ଏହା ନିକଟରେ ରହିଛି। ଏହା ଦେଶର ଏକ ମର୍ଯ୍ୟାଦାଜନକ ପ୍ରକଳ୍ପ।ଏହା ଇଡ଼ୁକ୍କି ଜିଲ୍ଲାରେ ଅବସ୍ଥିତ ।ଏଠାରେ ଏକ ନୂତନ ଶକ୍ତିକେନ୍ଦ୍ର ପ୍ରତିଷ୍ଠା କରାଯାଇଛି,ଯାହା ଥୋଡ଼ୁପୂଜା ଠାରୁ ପ୍ରାୟ ଉଣେଇଶି କିଲୋମିଟର ଦୂରରେ ଥିବା ମୁଲାମାଟ୍ଟମ୍‌ ଠାରେ ଅବସ୍ଥିତ।
ଏହି ଡ଼୍ୟାମ୍‌ର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ।ଏହି କାରଣରୁ ଏଠାକୁ ଅଧିକାଂଶ ପର୍ଯ୍ୟଟକମାନେ ଆସିଥା’ନ୍ତି।
। ଆସନ୍ତୁ ମୁନ୍ନାର ଏବଂ ଏହାର ନିକଟବର୍ତ୍ତର୍ୀ ଅଞ୍ଚଳରେ ଥିବା ପର୍ଯ୍ୟଟନ ସ୍ଥଳୀ ସଂପର୍କରେ ସମ୍ୟକ୍‌ ସୂଚନା ନେବା…

ସମ୍ବନ୍ଧିତ ଖବର