୧୫ ବର୍ଷ ବୟସରେ ଘର ଛାଡିଥିବା ମୁରଲୀଧର ୪୨ ବର୍ଷପରେ ଘରକୁ ଫେରିଲେ

ବାରାଣାସୀ: ଉତ୍ତର ପ୍ରଦେଶର ତତ୍‌କାଳୀନ ବାରାଣାସୀ ଜିଲ୍ଲା ଅନ୍ତର୍ଗତ ଅଞ୍ଚଳର ଘଟଣା। ଏଠାକାର ୧୫ ବର୍ଷର ନାବାଳକ ମୁରଲୀଧର ହାଇସ୍କୁଲ ପରୀକ୍ଷାର ଫଳ ବାହାରିବା ଆଗରୁ ଘର ଛାଡ଼ି ଚାଲିଯାଇଥିଲେ। ତାଙ୍କର ଭଲ ଥିଲା ଯେ ପରୀକ୍ଷାରେ ଖରାପ ଫଳ ହେଲେ,ବାପା ତାଙ୍କୁ ଖୁବ୍‌ ଗାଳି ଦେବେ। ସେ ୪୨ ବର୍ଷ ପରେ ଘରକୁ ଫେରିଛନ୍ତି। ସେହି ସମୟରେ ମୁରଲୀଧରଙ୍କ ପିତା ସଦାନନ୍ଦ ତାଙ୍କ ପୁଅ ନିରୁଦ୍ଦିଷ୍ଟ ଥିବା ନେଇ ଥାନାରେ ଏତଲା ଦେଇଥିଲେ।

ପ୍ରାୟ ୪୨ ବର୍ଷ ପରେ ଏକ ଘରୋଇ ସଂସ୍ଥାର ‘ଅପରେସନ୍‌ ମୁସ୍କାନ୍‌’ ଜରିଆ ମୁରଲୀଧରଙ୍କ ସନ୍ଧାନ ମିଳିଛି। କୋଟାରୁ ତାଙ୍କୁ ପାଇବାରେ ସଫଳ ହୋଇଛି ଏକ ସଂସ୍ଥା। ଇତିମଧ୍ୟରେ ମୁରଲୀଧରଙ୍କ ପିତା ସଦାନନ୍ଦଙ୍କ ମୃତ୍ୟୁ ହୋଇଯାଇଛି । ତାଙ୍କ ମାଆ ଜୀବିତ ଅଛନ୍ତି। ୪୨ ବର୍ଷ ପରେ ପୁଅକୁ ପାଖରେ ପାଇ ତାଙ୍କ ଆଖିରୁ ଲୁହ ଗଡ଼ିଚାଲିଥିଲା। ଏହି ଦୃଶ୍ୟ ଦେଖିବା ପାଇଁ ଗାଆଁର ସବୁ ଗ୍ରାମବାସୀ ସେଠାରେ ଏକତ୍ରିତ ହୋଇଥିଲେ।

ସମ୍ବନ୍ଧିତ ଖବର