ଅଭେଦ୍ୟ ଦୁର୍ଗ ‘ମୁରୁଡ଼ ଜ˚ଜିରା’

ଆମ ଦେଶରେ ମାତ୍ର ଅଳ୍ପ କେତେଟି ଦୁର୍ଗ ଅଛି, ଯେଉଁଗୁଡ଼ିକ ଯୁଗ ଯୁଗ ଧରି ଅଭେଦ୍ୟ ରହିପାରିଥିଲା। ସେଥିରୁ ଗୋଟିଏ ହେଲା ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାର ଉପକୂଳବର୍ତ୍ତୀ ମୁରୁଡ଼ଠାରେ ଥିବା ମୁରୁଡ଼-ଜ˚ଜିରା। ‘ଜ˚ଜିରା’ ଶବ୍ଦଟି ଅରବୀ ଶବ୍ଦ ‘ଜଜିରା’ରୁ ଆସିଛି; ଏହାର ଅର୍ଥ ଦ୍ବୀପ। ଏହି ଦୁର୍ଗକୁ ଆକ୍ରମଣ ଦ୍ବାରା କେହି କେବେ ଅଧିକାର କରିଥିବା ଜଣାଯାଏନାହିଁ। ମୁସଲମାନ ଆକ୍ରମଣକାରୀଙ୍କୁ ବାଧା ଦେବା ପାଇଁ ୧୪୯୨ରେ, ପାଣି ଭିତରେ ଏହାକୁ ତିଆରି କରାଇଥିଲେ କୋ˚କଣ ଅଞ୍ଚଳର ଧୀବର ରାଜା- ରାଜା ରାମ ରାଓ ପାଟିଲ। ପାଣି ଭିତରେ ଥିବାରୁ ଏହା ଅଭେଦ୍ୟ ରହିଥିଲା। ମରାଠାମାନେ ଏହାକୁ ଅକ୍ତିଆର କରିବାକୁ ବାରମ୍ବାର ଚେଷ୍ଟାକରି ବିଫଳ ହେଇଥିଲେ। ଶେଷରେ ନିର୍ମାତା ରାଜାଙ୍କ ଜଣେ ବ˚ଶଧରଙ୍କ ସୌଜନ୍ୟରୁ ବୁଝାମଣାକ୍ରମେ ଛତ୍ରପତି ଶିବାଜୀ ମୁରୁଡ଼ ଦୁର୍ଗ ହାସଲ କରିଥିଲେ।

ସମ୍ବନ୍ଧିତ ଖବର