ଦୋକାନରେ ଛତୁ ଚାଷ

ଯୁକ୍ତରାଷ୍ଟ୍ର ଆମେରିକା ଅନ୍ତର୍ଗତ ଇଣ୍ତିଆନାପୋଲିସ୍‌ରେ ‘କ୍ରୋଜର‌୍‌ ଷ୍ଟୋର୍‌’ରେ ବିଭିନ୍ନ ପ୍ରକାରର ରନ୍ଧନ ସାମଗ୍ରୀ, ପନି-ପରିବା, ଫଳ-ମୂଳ ଆଦି ମିଳିଥାଏ। ‌‘କ୍ରୋଜର୍‌’ର ଏକ ବିଶେଷତ୍ବ ହେଉଛି, ସେଠାରେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଷ୍ଟୋର୍‌ ଭିତରେ ବଡ଼ ବଡ଼ କୁଣ୍ତରେ ମାଟି ଓ ଖତ ପକାଇ ଛତୁ ଚାଷ କରାଯାଉଛି। ଗ୍ରାହକଙ୍କ ପାଇଁ ଅଭିନବ ବ୍ୟବସ୍ଥା; କେହି ଚାହିଁଲେ କୁଣ୍ତରୁ ନିଜ ପସନ୍ଦର ଛତୁ ତୋଳି, କିଣିପାରିବେ। ତାଜା ଛତୁ ନିଜେ ତୋଳିବା ପାଇଁ ସେଠାରେ ବେଶ୍‌ ଭିଡ଼ ହେଉଛି।

ସମ୍ବନ୍ଧିତ ଖବର