ହିନ୍ଦୁ ପୁଅକୁ ପୋଷ୍ୟ ଭାବେ ଗ୍ରହଣ କରିଥିବା ମୁସଲ୍‌ମାନ ପରିବାର ହିନ୍ଦୁ ସଂସ୍କୃତି ଅନୁସାରେ କରାଇଲେ ପୁଅର ବିବାହ

ଡେରାଡୁନ୍‌: ଡେରାଡୁନ୍‌ର ଏକ ମୁସ୍‌ଲମାନ ପରବାର ମାନବିକତାର ଏକ ଜ୍ୱଳନ୍ତ ଉଦାହରଣ ପାଲଟି ଯାଇଛନ୍ତି। ଜାତି, ଧର୍ମର ଊର୍ଧ୍ୱକୁ ଉଠି ଏହି ମୁସଲ୍‌ମାନ ପରିବାର କିଛି ବର୍ଷ ତଳେ ଯେଉଁ ହିନ୍ଦୁ ପୁଅକ ଅନାଥ ଆଶ୍ରମରୁ ପୋଷ୍ୟ ପୁତ୍ର ଭାବେ ଗ୍ରହଣ କରିଥିଲେ ତାଙ୍କୁ ପାପ୍ତ ବୟସ ହେବା ପରେ ହିନ୍ଦୁ ଧର୍ମ ଅନୁସାରେ ନିକଟରେ ବିବାହ କରାଇଛନ୍ତି। ରାକେଶ ରସ୍ତୋଗିଙ୍କୁ ଯେତେବେଳେ ୧୨ ବର୍ଷ ହୋଇଥିଲା ଏହି ମୁସ୍‌ଲମାନ ପରିବାର ତାଙ୍କୁ ଏକ ଅନାଥ ଆଶ୍ରମରୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ। ତେବେ, ଆଶ୍ଚର୍ଯ୍ୟର କଥା ହେଉଛି ଏହି ମୁସ୍‌ଲମାନ ଦମ୍ପତି ତାଙ୍କ ପାଳିତ ପୁତ୍ରର ବିବାହ ହିନ୍ଦୁ ସଂସ୍କୃତି ଅନୁସାରେ କରାଇ ବୋହୂକୁ ଘରକୁ ପାଛୋଟି ଆଣିଛନ୍ତି।

ରାକେଶଙ୍କୁ ପଚରା ଯାଇଥିବା ଏକ ସାକ୍ଷାତକାରରେ ସେ କହନ୍ତି, ‘ମୁଁ ହୋଲି, ଦୀପାବଳିଠାରୁ ନେଇ ଅନ୍ୟାନ୍ୟ ହିନ୍ଦୁ ଉତ୍ସବ ଗୁଡ଼ିକ ପୂର୍ଣ୍ଣ ସ୍ୱାଧୀନତାର ସହ ପାଳନ କରିଥାଏ। ମୋ ପରିବାର ମୋତେ ଅନେକ ଶ୍ରଦ୍ଧା କରନ୍ତି ଏବଂ ପ୍ରତେକ କ୍ଷେତ୍ରରେ ସମର୍ଥନ ବି ଦିଅନ୍ତି। ଏପରିକି ମୋ ବିବାହ ବି ସେମାନେ ହିନ୍ଦୁ ସଂସ୍କୃତି ଅନୁସାରେ କରାଇବା ପାଇଁ ଟିକିଏ ଦ୍ୱିଧା ପ୍ରକାଶ କରିନାହାନ୍ତି।’

ରାକେଶ କହିଛନ୍ତି ଯେ ସେ ଏକ ମୁସ୍‌ଲମାନ ପରିବାରରେ ବଢ଼ିଛନ୍ତି ବୋଲି କେବେ ବି ଅନୁଭବ କରିନାହାନ୍ତି। ମୁଁ କାହାଙ୍କୁ ପୂଜା କରିବି ସେ ନେଇ ବି କେହି ହସ୍ତକ୍ଷେପ କରିନାହାନ୍ତି ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଫେବ୍ରୁଆରି ୯ ତାରିଖରେ ରାକେଶ ହିନ୍ଦୁ ରୀତିନୀତିରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

ସମ୍ବନ୍ଧିତ ଖବର