ଇଞ୍ଜିନିୟର ଫେଲ ମାରିବା ପରେ ମୁସଲମାନ ମିସ୍ତ୍ରୀ ସ୍ଥାପନ କଲେ ୧୫୦୦କିଲୋର ଶିବଲିଙ୍ଗ

ଭୋପାଳ: ମଧ୍ୟପ୍ରଦେଶରେ ଜଣେ ମୁସଲମାନ ମିସ୍ତ୍ରୀଙ୍କ କାମକୁ ଦେଖି ଲୋକେ ବେଶ ପ୍ରଶଂସା କରୁଛନ୍ତି। ଉକ୍ତ ମିସ୍ତ୍ରୀ ଜଣକ ୧୫୦୦କିଲୋର ଶିବଲିଙ୍ଗକୁ ଏକ ସ୍ବତନ୍ତ୍ର ସ୍ଥାନରେ ସ୍ଥାପନ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଏହି ଶିବଲିଙ୍ଗକୁ ସ୍ଥାପନ କରିବାରେ ଅନେକ ଇଞ୍ଜିନିୟମ ବିଫଳ ହୋଇଥିଲେ ।

ମଧ୍ୟପ୍ରଦେଶର ମନ୍ଦସୋର ଜିଲ୍ଲାରେ ଅଷ୍ଟମୁଖୀ ପ୍ରଭୁ ପଶୁପତିନାଥ ମହାଦେବଙ୍କ ମନ୍ଦିର ଅଛି । ଏଠାରେ ୧୫୦୦ କିଲୋ ଏବଂ ୬.୫୦ ଫୁଟ ଉଚ୍ଚର ଶିବଲିଙ୍ଗ ସ୍ଥାପନ କରାଯିବାର ଥିଲା। ଏହି ଶିବଲିଙ୍ଗକୁ ଜଳାଧାରୀ ଅର୍ଥାତ୍ ଜିଲହରିରେ ସ୍ଥାପନ କରାଯିବାର ଥିଲା। ଏଥିପାଇଁ ଅନେକ ଇଞ୍ଜିନିୟରଙ୍କୁ ଡକାଯାଇଥିଲା। କିନ୍ତୁ ସଠିକ୍ ସ୍ଥାନରେ କେହି ଶିବଲିଙ୍ଗ ସ୍ଥାପନ କରିପାରି ନଥିଲେ। ଏହା ପରେ ଜଣେ ମୁସଲମାନ ମସ୍ତ୍ରୀ ମନ୍ଦିରରେ ଶିବଲିଙ୍ଗ ସ୍ଥାପନ କରିବାରେ ସାହାଯ୍ୟ କରିଥିଲେ।

ଖବର ଅନୁଯାୟୀ, ଯେତେବେଳେ ଅନେକ ଇଞ୍ଜିନିୟର ଶିବଲିଙ୍ଗ ସ୍ଥାପନ କରିବାରେ ବିଫଳ ହୋଇଥିଲେ, ସେତେବେଳେ ସେଠାରେ ଉପସ୍ଥିତ ଥିବା ମକବୁଲ ହୁସେନ୍ ଅନସାରୀ କହିଥିଲେ ଯେ ସେ ଏହି କାମରେ ସାହାଯ୍ୟ କରିବେ।

ଏହା ପରେ ମକବୁଲ୍ ଇଞ୍ଜିନିୟରମାନଙ୍କୁ କହିଥିଲେ ଯେ ଯଦି ଶିବଲିଙ୍ଗକୁ ବରଫ ଉପରେ ରଖାଯାଏ, ତେବେ ବରଫ ଧୀରେ ଧୀରେ ତରଳିବ । ଏହା ଫଳରେ ଶିବଲିଙ୍ଗ ଜଳାଧାରୀ ଭିତରକୁ ଚାଲିଯିବ। ମକବୁଲ ଯେମିତି କହିଥିଲେ  ଇଞ୍ଜିନିୟରମାନେ ମଧ୍ୟ ସେମିତି କରିଥିଲେ। ଏହାପରେ  ଶିବଲିଙ୍ଗ ଉଚିତ ସ୍ଥାନରେ ସ୍ଥାପନ ହୋଇପାରିଥିଲା।

ସମ୍ବନ୍ଧିତ ଖବର