ହିନ୍ଦୁ ଝିଅର ବାହାଘର କରାଇଲେ ମୁସଲମାନ ସଂପ୍ରଦାୟର ଲୋକେ

ମାଲଦା :ପଶ୍ଚିମବଙ୍ଗର ଏକ ଗ୍ରାମରେ ଜଣେ ହିନ୍ଦୁ ମହିଳାଙ୍କ ବାହାଘର ଆୟୋଜନ ପାଇଁ ମୁସଲିମ ସଂପ୍ରଦାୟର କେତେକ ଲୋକ ଏକାଠି ଆସି ଅର୍ଥ ସଂଗ୍ରହ କରି ବଦନ୍ୟତାର ଏକ ସୁନ୍ଦର ଉଦାହରଣ ସୃଷ୍ଟି କରିଛନ୍ତି । ମାଲଦା ଜିଲ୍ଲାର ଖାନପୁର ଗ୍ରାମର ଜଣେ  ଦିନ ମଜୁରିଆ ତ୍ରିଜିଲାଲ ଚୌଧୁରୀଙ୍କ କନ୍ୟା ସରସ୍ୱତୀଙ୍କର ବାହାଘର ପାଇଁ ମାଆଙ୍କ ପାଖରେ ପଇସା ନଥିଲା । ଏହା ଜାଣିପାରି ସେଠାରେ ଥିବା ଏକ ମାଦ୍ରାସାର ପ୍ରଧାନ ଶିକ୍ଷକ ମୋତିଉର୍‌ ରହମନ୍‌ ତାଙ୍କ ଗ୍ରାମରେ ଥିବା ସମସ୍ତ ମୁସଲମାନ ପରିବାରର ମୁଖିଆଙ୍କୁ ସରସ୍ୱତୀଙ୍କର ବାହାଘର ପାଇଁ କିଛି ଅର୍ଥ ଦାନ କରିବାକୁ ନିବେଦନ କରିଥିଲେ ।

ମାଆ ଶୋଭାରାଣୀ ଝିଅ ସରସ୍ୱତୀର ବାହାଘର ପାଇଁ କଷ୍ଟେମଷ୍ଟେ ୨ ହଜାର ଟଙ୍କା ସଂଗ୍ରହ କରିବାରେ ସକ୍ଷମ ହୋଇଥିଲେ । ଶୋଭାରାଣୀଙ୍କ ଆର୍ଥିକ ସମସ୍ୟା ସଂପର୍କରେ ଅବଗତ ହେବାପରେ ମୋତିଉର୍‌ ରହମନ୍‌ ପ୍ରଥମେ ପଡୋଶୀ ଅବଦୁଲ ବାରି,ଇମାଦୁଲ୍‌ ରହମନ୍‌, ଜଲାଲୁଦ୍ଦିନ ଓ ସହିବୁଲ ଇସଲାମଙ୍କ ସହିତ ଏ ପ୍ରସଙ୍ଗରେ ଆଲୋଚନା କରିଥିଲେ । ସରସ୍ୱତୀ ଅନ୍ୟ ଧର୍ମର ଝିଅ ହୋଇଥିଲେ ବି ସମସସ୍ତେ ତା’ର ବାହାଘର ଖର୍ଚ୍ଚ ଉଠାଇବାକୁ ସହମତ ହୋଇଥିଲେ

ସରସ୍ୱତୀଙ୍କର ବାପା ତ୍ରିଜିଲାଲଙ୍କର ପ୍ରାୟ ତନି ବର୍ଷ ତଳେ ଦେହାନ୍ତ ହୋଇଥିଲା । ତାଙ୍କର ସ୍ତ୍ରୀ ଶୋଭାରାଣୀ ପାଞ୍ଚ ଝିଅ ଓ ଗୋଟିଏ ପୁଅ ଅଛନ୍ତି । ମାଆ ଶୋଭାରାଣୀ ଝିଅ ସରସ୍ୱତୀର ବାହାଘର ପାଇଁ କଷ୍ଟେମଷ୍ଟେ ୨ ହଜାର ଟଙ୍କା ସଂଗ୍ରହ କରିବାରେ ସକ୍ଷମ ହୋଇଥିଲେ । ଶୋଭାରାଣୀଙ୍କ ଆର୍ଥିକ ସମସ୍ୟା ସଂପର୍କରେ ଅବଗତ ହେବାପରେ ମୋତିଉର୍‌ ରହମନ୍‌ ପ୍ରଥମେ ପଡୋଶୀ ଅବଦୁଲ ବାରି,ଇମାଦୁଲ୍‌ ରହମନ୍‌, ଜଲାଲୁଦ୍ଦିନ ଓ ସହିବୁଲ ଇସଲାମଙ୍କ ସହିତ ଏ ପ୍ରସଙ୍ଗରେ ଆଲୋଚନା କରିଥିଲେ । ସରସ୍ୱତୀ ଅନ୍ୟ ଧର୍ମର ଝିଅ ହୋଇଥିଲେ ବି ସମସସ୍ତେ ତା’ର ବାହାଘର ଖର୍ଚ୍ଚ ଉଠାଇବାକୁ ସହମତ ହୋଇଥିଲେ ବୋଲି ଜଣାଯାଇଛି ।

ଏହାପରେ ସମସ୍ତେ ସୁରୁଖୁରୁରେ ଅର୍ଥ ସଂଗ୍ରହ କରି ସରସ୍ୱତୀଙ୍କର ବାହାଘର ତପନ ଚୌଧୁରୀଙ୍କ ସହିତ କରାଇଲେ । ଶୋଭାରାଣୀଙ୍କ ଘର ଆଗରେ ବର ଓ ବରଯାତ୍ରୀମାନଙ୍କୁ ପ୍ରଥମେ ସ୍ୱାଗତ କରିଥିଲେ ନିଜେ ମୋତିଉର୍‌ ରହମନ୍‌ । ସେ କହିଛନ୍ତି ଯେ ସରସ୍ୱତୀଙ୍କ ବାପା ଥିଲେ, ଯାହା କରିଥାଆନ୍ତେ, ତାଙ୍କ ଅନୁପସ୍ଥିତିରେ ଗ୍ରାମବାସୀ ସେହି ଦାୟିତ୍ୱ ନିଭାଇଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଖାନପୁର ଗ୍ରାମରେ ପ୍ରାୟ ୬୦୦ ମୁସଲମାନ ପରିବାର ବସବାସ କରୁଥିବାବେଳେ ମାତ୍ର ୮ ଟି ହିନ୍ଦୁ ପରିବାର ସେଠାରେ ରହୁଛନ୍ତି ।

ସମ୍ବନ୍ଧିତ ଖବର