ନୂଆଦିଲ୍ଲୀ: ଛୋଟ ଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କ ପରୀକ୍ଷା ଶେଷ ହୋଇଯାଇଛି। ଏଥିସହିତ ଏବେ ଫଳାଫଳ ବାହାରିବା ସମୟ ବି ଆସିଯାଇଛି।। କିଛି ପରୀକ୍ଷାର ଫଳାଫଳ ବାହାରିଥିବା ବେଳେ ଆଉ କିଛି ପରୀକ୍ଷାର ଫଳଫଳ ବାକି ରହି ଯାଇଛି।
ଏଭଳି ସମୟରେ ସୋସିଆଲ ମିଡିଆରେ ପିଲାମାନଙ୍କର ଉତ୍ତର ଖାତାର କିଛି ଫଟୋ ଓ ଭିଡିଓ ଭାଇରାଲ ହୋଇଛି। ପିଲାଙ୍କ ପରୀକ୍ଷା ଉତ୍ତର ଖାତାକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ମଜାଳିଆ ପ୍ରତିକ୍ରିୟା ଦେଇଛନ୍ତି।
ନିକଟରେ ଭାଇରାଲ ହେଉଥିବା ପରୀକ୍ଷା ଉତ୍ତର ଖାତାରେ ଇଂରାଜୀରେ କିଛି ଲେଖାଥିବା ଦେଖିବାକୁ ମିଳୁଛି। ଏହି ଉତ୍ତର ଖାତାରେ ଛାତ୍ର ଜଣକ ପ୍ରତିଟି ପ୍ରଶ୍ନର ଉତ୍ତରରେ ନିଜ ଶିକ୍ଷକଙ୍କ ବିଷୟରେ ଲେଖିଥିଲେ।
ଉଦାହରଣ ସ୍ବରୂପ ଛାତ୍ର ଜଣକ ନିଜ ଉତ୍ତର ଖାତାରେ ପୁଲିସକଚ ନେଇ ଲେଖିଛନ୍ତ, ଏ ପୁଲିସ ମୋ ଶିକ୍ଷକଙ୍କୁ ଧରିନିଅ। ପାଇଲଟ ମୋ ଶିକ୍ଷକଙ୍କ ଉପରେ ବିମାନ ଅବତରଣ କରିଦିଅ। ଏ ନିଆଁ ମୋ ଶିକ୍ଷକଙ୍କୁ ଜାଳି ଦେ।’
ଏହି ଉତ୍ତର ଖାତାକୁ ଶିକ୍ଷକ ଦେଖିବା ପରେ ଏହାର ଏକ ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଯାହାକି ଦେଖୁଦେଖୁ ଭାଇରାଲ ହୋଇଯାଇଥିଲା। ଶିକ୍ଷକ ଜଣକ ଉକ୍ତ ଉତ୍ତର ଖତାରେ ମାର୍କ ଦେବା ସ୍ଥାନରେ ଲେଖିଛନ୍ତି, ମୁର୍ଖତା କିନ୍ତୁ ଖୁବ ସୁନ୍ଦର ।