ନେପିଦା: ମ୍ୟାମାର ଓ ଥାଇଲାଣ୍ଡର ଭୂକମ୍ପ ଘଟଣା ସାରା ବିଶ୍ବରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଭୟଙ୍କର ଭୂକମ୍ପରେ ମ୍ୟାମାର ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଜୀବନ-ମୃତ୍ୟୁ ମଝିରେ ଫଶିଛନ୍ତି ଲୋକେ । ହଜାର ହଜାର ଘର ଭାଙ୍ଗିଯାଇଥିବା ବେଳେ ଏବେବି ଅନେକ ଲୋକ ସେହି ଧ୍ୱଂସାବଶେଷ ତଳେ ପୋତି ହୋଇ ରହିଛନ୍ତି । ମୃତ୍ୟୁ ସଂଖ୍ୟା ୧୬୦୦ ପାର କରିଥିବା ବେଳେ ଆହତଙ୍କ ସଂଖ୍ୟା ୩୫୦୦ ପାଖାପାଖି । ଆଉ ନିଖୋଜ ହଜାର ହଜାର ଲୋକେ ।
Nurses in Hospital try their best to keep infants safe during the Myanmar Earthquake#MyanmarEarthquake #Myanmar #Burma #Thailand #Bangkok pic.twitter.com/CHZCv96bcs
— Culture War Report (@CultureWar2020) March 29, 2025
ପ୍ରକୃତିର କରାଳ ରୂପ ପରେ ଏବେ ସାମ୍ନାକୁ ଆସୁଛି ଅନେକ ହୃଦୟ ବିଦାରକ ଏବଂ କରୁଣ ଦୃଶ୍ୟ ଯାହା ଆଖିରେ ଦେଖିବା କଷ୍ଟକର । ମ୍ୟାମାରରୁ ଆସୁଥିବା ଭୋକର ଚିତ୍ରର ଅନେକଙ୍କୁ ବ୍ୟଥିତ କରୁଛି ହେଲେ ସେମିତି ଏକ ମୃତ୍ୟୁ ସହ ସଂଘର୍ଷର ଦୃଶ୍ୟ ଛାତିକୁ ଦୋହଲାଇ ଦେଇଛି । ମ୍ୟାମାରର ମାଇଟାର ସହରରେ ଭୂକମ୍ପ ପରେ ବଡ ବଡ ବିଲ୍ଡିଂ ଭୁଶୁଡି ପଡିଛି । ଆଉ ସେହି ବିଲ୍ଡିଂର କାନ୍ଥ ତଳେ ଚାପି ହୋଇ ରହିଛନ୍ତି ମାଆ ଛୁଆ । କଅଁଳା ପିଲାକୁ ନିଜ ଛାତି ଉପରେ ଚାପି ଧରିଛି ମାଆ ଜଣଙ୍କ ଆଉ ସେ ନିଜେ କାନ୍ଥ ତଳେ ଚାପି ହୋଇ ରହିଛି । ଉଭୟଙ୍କୁ ଉଦ୍ଧାର କରିବାକୁ ଧିରେ ଧିରେ କାନ୍ଥକୁ ଭଙ୍ଗା ଚାଲିଛି । ଓଃ କେଡେ ଯନ୍ତ୍ରଣା ଦାୟକ ଏ ଚିତ୍ର ।
A mother and a baby stuck beneath a building after R.scale 7.7 magnitude #earthquake. Seeing this sight make me desperately sorry. Besides in MyitTar city, there was a water dam broken;people suffer floods too. Pray for #Myanmar #Burma #WhatsHappeningInMyanmar #MyanmarEarthquake pic.twitter.com/29ifXbgimW
— PyaeSone Loon (@LimMn2) March 28, 2025
ସେହିପରି ଭୂକମ୍ପ ପରେ ବେଘର ହୋଇଥିବା ଲୋକଙ୍କ ପିଲାମାନେ ଭୋକ ଶୋଷରେ ଆଉଟୁ ପାଉଟୁ ହେଉଥିବା ଦେଖିବାକୁ ମିଳିଛି । ରାସ୍ତାକୁ ପଳାଇ ଆସିଥିବା ପିଲାଏ ଖାଦ୍ୟ ଏବଂ ପାନୀୟ ଅଭାବର ଶିକାର ହୋଇଥିବା କୁହାଯାଉଛି ।
Guyssssss they all survived 😭😭😭😭😭😭😭🤍🤍🤍🤍#MyanmarEarthquake #Myanmar pic.twitter.com/JtjHTazwg8
— 𝓢𝓾⁸ ☀️🌻🌈 (@baekaeri_exol) March 29, 2025
ଅନ୍ୟପଟେ ଭୂକମ୍ପରେ ବିରାଟ ବଡ ବଡ ଅଟ୍ଟାଳିକା ଯେତେବେଳେ ଭୁଶୁଡି ପଡିଛି ସେତେବେଳେ ହସ୍ପିଟାଲ ଦୋହଲିଯିବା କେଉଁ ବଡ କଥା । ମ୍ୟାମାରର ଏକ ହସ୍ପିଟାଲରେ ନବଜାତଙ୍କୁ ରଖାଯାଇଥିବା ଏକ କ୍ୟାବିନରେ ଭୂକମ୍ପର ପ୍ରଭାବ ପଡିଛି ଆଉ ନର୍ସଙ୍କ ସମେତ ପିଲାମାନେ ଥିବା ଟ୍ରଲି ବି ଦୋହଲିବାକୁ ଲାଗିଛି । ଗୋଟେ ପରେ ଗୋଟେ ଚିତ୍ର ମ୍ୟାମାରରୁ ଆସୁଥିବା ବେଳେ ସବୁ ଚିତ୍ର ଯନ୍ତ୍ରଣାର କାହାଣୀ କହୁଛି ।