ରହସ୍ୟମୟ କଣ୍ଢେଇ ଦ୍ବୀପ

ମେକ୍ସିକୋ ସହରର ଦକ୍ଷିଣ ଭାଗରେ ଜୋଚିମିଲ୍‌କୋ କେନାଲ କଡ଼ରେ ରହିଥିବା କଣ୍ଢେଇ ଦ୍ବୀପ (ସ୍ପେନୀୟ ଭାଷାରେ ‘ଲା ଇସଲା ଡି ଲାସ ମୁନେକାସ’) ସମ୍ପ୍ରତି ବିଶ୍ବବ୍ୟାପୀ ପର୍ଯ୍ୟଟକମାନଙ୍କର ଅନ୍ୟତମ ଆକର୍ଷଣସ୍ଥଳୀ ପାଲଟିଛି। ସେଠାରେ ଦ୍ବୀପ ସାରା ସମସ୍ତ କୋଠାବାଡ଼ି, ଖୁଣ୍ଟ ଓ ଗଛଡାଳ ଆଦି ବିଭିନ୍ନ ଭଙ୍ଗୀ ଏବଂ ଆକାରର କଣ୍ଢେଇମାନ ଝୁଲୁଥିବା ଦେଖାଯାଏ। ଏପରିକି ଦୀର୍ଘଦିନ ଧରି ଝୁଲି ରହିଥିବା ଏହି କଣ୍ଢେଇଗୁଡ଼ିକର ଚାରିପାଖେ ବୁଢ଼ିଆଣି ଜାଲ ମାଡ଼ି ଏକ ରହସ୍ୟମୟ ପରିବେଶର ଭ୍ରମ ସୃଷ୍ଟି କରିଥାଏ। ଏହି କଣ୍ଢେଇଗୁଡ଼ିକୁ ଉକ୍ତ ଦ୍ବୀପର ପୂର୍ବତନ ମାଲିକ ଜୁଲିଆନ ସାଣ୍ଟାନା ଏପରି ସ୍ଥାନିତ କରିଥିବା ଜଣାଯାଏ। ୨୦୦୧ ମସିହାରୁ ବାରେରାଙ୍କର ଦେହାନ୍ତ ହୋଇ ଯାଇଥିବା ବେଳେ ସେ କଣ୍ଡେଇମାନଙ୍କୁ ଏମିତି ଝୁଲାଇବା ପଛରେ ଏକ ରୋଚକ କାରଣ ମଧ୍ୟ ରହିଛି।

ବିଗତ ପଚାଶ ଦଶକରେ ଉକ୍ତ ଦ୍ବୀପରେ ଜଣେ ବାଳିକାର ନିକଟ କେନାଲ ପାଣିରେ ବୁଡ଼ି ମୃତ୍ୟୁ ଘଟିଥିଲା। ତେବେ ତାହାକୁ ବଞ୍ଚାଇ ପାରିନଥିବା ଦୁଃଖରେ ଏବଂ ତାହାରି ସ୍ମୃତିରେ ବାରେରା ଏପରି ବାଳିକା କଣ୍ଢେଇମାନଙ୍କୁ ଦ୍ବୀପ ସାରା ଝୁଲାଇ ରଖିବାକୁ ନିଷ୍ପତ୍ତି ନେଇଥିଲେ। ସେ ଯେତେବେଳେ ଦ୍ବୀପ ବାହାରକୁ ଯାଆନ୍ତି ନୂଆ ନୂଆ କଣ୍ଢେଇ ଆଣି ଗଛ ଡାଳରେ ଟାଣି ଦେଇଥାନ୍ତି। ବର୍ଷା, ପବନ ଓ ଧୂଳିମାଡ଼ରେ କଣ୍ଢେଇଗୁଡ଼ିକ କ୍ରମେ କିଂଭୂତକିମାକାର ହେବା ଆରମ୍ଭ କରିଥିଲେ। କାହାର ପାଦ ନାହିଁ ତ କାହାର ଡେଣା ନାହିଁ, କାହାର ଆଖି କୋରଡ଼ ଭିତରେ ତ କାହାର ପାଟି ଗୁମ୍ଫା ପରି, ଏପରି କଣ୍ଢେଇଗୁଡ଼ିକ ଅତ୍ୟନ୍ତ ବିକୃତ ଓ ବୀଭତ୍ସ ମଧ୍ୟ ଦେଖାଯାଉଛନ୍ତି। ତେବେ ସେଗୁଡ଼ିକ ଅସ୍ବାଭାବିକ ଅବସ୍ଥାରେ ଅଦ୍ୟାବଧି ଝୁଲି ରହି ଏକ ନିଆରା ରହସ୍ୟମୟ ଅନୁଭବ ଆଣିଥାଏ।

ସମ୍ବନ୍ଧିତ ଖବର