ରହସ୍ୟମୟ ପାର୍କି˚:ଗାଡ଼ି ଆଣିବାକୁ ଡରୁଛନ୍ତି ଗ୍ରାହକ

ଇ˚ଲଣ୍ତ୍‌ର କି˚ଗ୍‌ସଉଡ୍‌ରେ ଥିବା ‘ଲିଡ୍‌ଲ ସୁପର‌୍‌ମାର‌୍‌କେଟ୍‌’ର ପାର୍କି˚ରେ ଅସ୍ବାଭାବିକ ଓ ରହସ୍ୟମୟ ଘଟନା ଘଟୁଛି। ପାର୍କି˚ରେ କାର‌୍‌ ରଖି, ଇଲେକ୍‌ଟ୍ରୋନିକ୍‌ସ ଅଟୋ ଲକ୍‌ କଲା ପରେ, ଆଉ ତାଲା ଖୋଲୁନାହିଁ। ପାର୍କି˚ରେ ଲାଗିଥିବା ଇଲେକ୍‌ଟ୍ରୋନିକ୍‌ସ କାମେରାକୁ କେହି କେହି ଏଥି ପାଇଁ ଦାୟୀ କରୁଥିଲେ ହେଁ ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ। ସେଠାରେ କୌଣସି ବୈଦ୍ୟୁତିକ ଚୁମ୍ବକୀୟ କ୍ଷେତ୍ରର ସକ୍ରିୟତା ଯୋଗୁଁ ମଧ୍ୟ ଏ ପରି ଘଟୁଥାଇପାରେ। କାରଣ ଯାହା ବି ହୋଇଥାଉ ନା କାହିଁକି କାର‌୍‌ର ଡୋର‌୍‌ ଲକ୍‌ ନ ଖୋଲିଲେ, ପାର୍କି˚ କରିବ କିଏ? ତେଣୁ, ଗାଡ଼ି ଆଣିବାକୁ ଗ୍ରାହକ ଡରୁଛନ୍ତି।

ସମ୍ବନ୍ଧିତ ଖବର