ଲକ୍ଷ୍ନୌ: ଶୀର୍ଷକ ପଢ଼ି ଆପଣ ଏହାକୁ କାଳ୍ପନିକ ବୋଲି ଭାବୁ ଥାଇପାରନ୍ତି। କିନ୍ତୁ ଏମିତି ଏକ ଘଟଣା ଲକ୍ଷ୍ନୌର ଅଲିଗଞ୍ଜ ଅଞ୍ଚଳରେ ବସବାସ କରୁଥିବା ଜଣଙ୍କ ଘରେ ଶୁଣିବାକୁ ମିଳୁଛି। ଏହି ରହସ୍ୟମୟ ଶବ୍ଦ ଶୁଣିବା ପରେ ପରିବାର ମଧ୍ୟରେ କୋକୁଆଭୟ ଖେଳି ଯାଇଛି।
ସୂଚନାଯୋଗ୍ୟ, ଅଲିଗଞ୍ଜରେ ବସବାସ କରୁଥିବା ଆରତୀଙ୍କ ଘର କାନ୍ଥରୁ ଗତ ଦୁଇ ସପ୍ତାହ ଧରି ମେସିନ୍ ଗନ୍ର ଭଳି ଶବ୍ଦ ଶୁଣା ଯାଉଛି । ଏହି ଘରେ ଆରତୀଙ୍କ ସ୍ବାମୀ, ପିଲା ଓ ତାଙ୍କ ବୃଦ୍ଧା ମା’ ଗତ ୨୭ବର୍ଷ ହେବ ରହି ଆସୁଛନ୍ତି। ଏହି ରହସ୍ୟମୟ ଶବ୍ଦ ଆରତୀଙ୍କ ମା’ଙ୍କ କୋଠରୀର କାନ୍ଥରୁ ଶୁଣାଯିବା ସହ ଧୀରେଧୀରେ ଘରସାରା ଶୁଣିବାକୁ ମିଳିଥାଏ।
ଆରତୀ ଭାବିଥିଲେ କି ବୋଧ ହୁଏ ପାଖ ଘରେ କାମ ଚାଲୁଥିବା ହେତୁ ଏପରି ଶବ୍ଦ ଶୁଣାଯାଉଛି। କିନ୍ତୁ ପରେ ଜାଣିବାକୁ ପାଇଲେ ପାଖ ଘରେ ଏପରି କୌଣସି କାମ ହେଉନାହିଁ।
/sambad/media/post_attachments/7135be939d6dcf96fffde518e891e4929ef17240f232051310a126873f130d15.jpg)
ଆରତୀ କହନ୍ତି ସେ ଓ ତାଙ୍କ ସ୍ୱାମୀ ଚାକିରୀ କରୁଥିବାରୁ ଦିନସାରା ସେମାନେ ବାହାରେ ରୁହନ୍ତି। ଘରେ ଝିଅ ଏବଂ ଶାଶୁ ରହୁଥିଲେ । ଦିନେ ସେ ଅଫିସ୍ରୁ ଫେରି ଘର ସାମ୍ନାରେ ସ୍କୁଟି ଧରି ଛିଡ଼ା ହୋଇଥିବା ସମୟରେ ହଠାତ୍ ମେସିନ୍ ଗନ୍ର ଶବ୍ଦ ଏତେ ଜୋରରେ ଆସିଥିଲା କି ସେ ସେଠାରେ ଟଳି ପଡ଼ିଥିଲେ ।୧୨ଦିନ ହେବ ପରିବାରଲୋକ ଭୟରେ ଶୋଇ ପାରି ନାହାନ୍ତି।
ଏ ଘଟଣା ସମ୍ପର୍କରେ ପୁଲିସରେ ଖବର ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି। ମହିଳା ପୁଲିସଙ୍କୁ ଆରତୀଙ୍କ ଘରେ ନିୟୋଜିତ କରାଯାଇଛି । ହେଲେ ପୂର୍ବପରି ଆଉ ସେପରି ଶବ୍ଦ ଶୁଣା ଯାଉନାହିଁ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/Presentation1.jpg)
