ରହସ୍ୟ ଘେରରେ ୧୨୦୦ ବର୍ଷ ତଳର ପଥର

ନୂଆଦିଲ୍ଲୀ: ଦୁନିଆରେ ଏପରି ବହୁତ କିଛି ବସ୍ତୁ ଅଛି, ଯାହାର ରହସ୍ୟ ଆଜି ପ୍ରର୍ଯ୍ୟନ୍ତ କେହି ଜାଣିପାରିନାହାନ୍ତି । ଏହି ପରି ଏକ ରହସ୍ୟ ତାମିଳନାଡୁ ମହାବଲିପୁରମରେ ଦେଖବାକୁ ମିଳିଛି । ଏଠାରେ ଥିବା ଏକ ପ୍ରାଚୀନ ପଥର ଯାହା କୌଣସି ଆଶ୍ଚର୍ଯ୍ୟଠାରୁ କମ୍‌ ନୁହେଁ । ଅନୁମାନ କରାଯାଉଛି କି ଏହି ପଥର ୧୨୦୦ ବର୍ଷ ପୁରୁଣା ଅଟେ । ଏହି ପଥରର ଉଚ୍ଚତା ୨୦ ଫୁଟ ଓ ଲମ୍ବ ୧୫ ଫୁଟ ଅଟେ । ପଥରଟି ଗୋଟେ ପଟକୁ ଢଳି ରହିଛି, ପଥରର ଆକାର ଏତେ ବଡ ହୋଇ ମଧ୍ୟ ଏହା କିପରି ତଳକୁ ଖସୁ ନାହିଁ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ଏଠାକୁ ଆସୁଥିବା ଦର୍ଶକ ମାନେ ଏହି ବିରାଟକାୟ ୨୫୦ ଟନ ଓଜନର ପଥରକୁ ଦେଖି ନିଜ ଆଖିକୁ ବିଶ୍ୱାଷ କରିପାରୁନାହାଁନ୍ତି ।

                                  amarujala.com

ଏହି ପଥରକୁ ପ୍ରଥମେ ୧୯୦୮ ମସିହାରେ ଖୋଜା ଯାଇଥିଲା । କୁହାଯାଏ କି ପଥରକୁ ତଳକୁ ଆଣିବା ପାଇଁ ୭ଟି ହାତୀ ଦ୍ୱାରା ପଥରକୁ ବନ୍ଧାଯାଇ ତଳକୁ ଆଣିବାକୁ ଚେଷ୍ଟା କରାଯାଇଥିଲା । କିନ୍ତୁ ଏହି ପଥର ନିଜ ଜାଗାରୁ ହଲିନଥିଲା । ଏହି ପଥର କଉ ମଣିଷ ଦ୍ୱାରା ଛିଡା କରାଯାଇଛି ନା ପ୍ରକୃତି ଦ୍ୱାରା ତାହା ଏବେ ପ୍ରଶ୍ନବାଚୀ ହୋଇ ରହିଯାଇଛି ।

ସମ୍ବନ୍ଧିତ ଖବର