ଏମିତି ଏକ ମନ୍ଦିର ଯେଉଁଠି ପ୍ରଥମେ ରାବଣର ପୂଜା କରାଯାଏ, ପରେ ମହାଦେବଙ୍କର!

ଭାରତରେ ଏମିତି କିଛି ମନ୍ଦିର ଅଛି ଯାହା ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ରାମାୟଣରେ ପତ୍ନୀର ସମର୍ପଣ,ପତିର ମର୍ଯ୍ୟଦା ପାଳନ କରିବା ଆଦି ବିଷୟରେ ବର୍ଣ୍ଣନା କରାଯାଇଛି। ଏଥିସହ ରାମାୟଣରେ ରାବଣର କୁକାର୍ଯ୍ୟ ବିଷୟରେ ବର୍ଣ୍ଣନା ରହିଛି। ଜଣେ ସାଧାରଣ ମଣିଷ ବ୍ୟକ୍ତି ଦ୍ୱାରା ତା’ର ମୃତ୍ୟୁ ହେବ ବୋଲି ସେ ବରଦାନ ପ୍ରାପ୍ତି କରିଥିଲା। କାରଣ ଏହା ରାବଣର ବିଶ୍ୱାସ ବାହାରେ ଥିଲା କି ତାକୁ ଜଣେ ସାଧାରଣ ମଣିଷ ହତ୍ୟା କରିପାରିବ।

ନିଜର ମୃତ୍ୟୁକୁ ନେଇ କେବେ ବି ଚିନ୍ତିତ ନ ଥିଲା ରାବଣ । ସେ ଭାବୁଥିଲା, ସେ ଏତେ ଶକ୍ତିଶାଳୀ ଯେ କୌଣସି ସାମାନ୍ୟ ମଣିଷ ବି ତା’ ପାଖକୁ ସାହସ କରିକି ଆସିପାରିବନି।

ରାବଣ କୁ ବଧ କରିବା ପାଇଁ ଭଗବାନ ବିଷ୍ଣୁ ରାମ ଅବତାର ନେଇଥିଲେ। ରାବଣ ଥିଲା ଭଗବାନ ଶିବଙ୍କର ସବୁଠାରୁ ବଡ଼ ଭକ୍ତ। ଏମିତି ଏକ ସ୍ଥାନ ଅଛି, ଯେଉଁଠି ପ୍ରଥମେ ରାବଣକୁ ପୂଜା କରାଯାଏ। ରାଜସ୍ଥାନର ଉଦୟପୁରରୁ ପ୍ରାୟ ୮୦ କିଲୋମିଟର ଦୂରରେ ଭଗବାନ କମଳାନାଥ ମହାଦେବଙ୍କ ମନ୍ଦିର ରହିଛି, ଯେଉଁଠି ପ୍ରଥମେ ରାବଣକୁ ପୂଜା କରାଯାଏ। ପରେ ଶିବଭଗବାନଙ୍କୁ ପୂଜା କରାଯାଏ। ଏହି ମନ୍ଦିର ନିଜେ ରାବଣ ନିର୍ମାଣ କରିଥିଲା। ଯଦି କୌଣସି କାରଣବଶତଃ ରାବଣର ପୂଜା କରାନଯାଏ, ତା’ହେଲେ ସେହି ପୂଜାକୁ ଖଣ୍ଡି ପୂଜା କୁହାଯାଏ। ନିଜର ଆରାଧ୍ୟ ଦେବତା ଶିବଙ୍କୁ ପ୍ରସନ୍ନ କରିବା ପାଇଁ ରାବଣ କୈଳାସ ପର୍ବତରେ ତପସ୍ୟା କରିବାକୁ ଯାଇଥିଲା। ରାବଣର କଠୋର ତପସ୍ୟାରେ ଶିବ ପ୍ରସନ୍ନ ହୋଇକି ତାକୁ ବର ମାଗିବା ପାଇଁ କହିଥିଲେ। ରାବଣ ବର ରୂପରେ ଭଗବାନ ଶିବଙ୍କୁ ତା ସହିତ ଆସିବା ପାଇଁ କହିଲେ। ମହାଦେବ ରାଜି ହୋଇଗଲେ ଏବଂ ଶିବ ଲିଙ୍ଗ ରୂପରେ ଯିବା ପାଇଁ କହିଲେ। ଯିବା ବେଳେ ସର୍ତ୍ତ ରଖିଲେ ଯେ ଲିଙ୍ଗ ନ ପହଞ୍ଚିବା ଯାଏଁ ତାହା ଯେଭଳି ଭୂମି ସ୍ପର୍ଶ କରିବ ନାହିଁ। ଯଦି ତାହା ଭୂମିକୁ ଛୁଏଁ ତା’ହେଲେ ଶିବ ଲିଙ୍ଗ ସେଇଠି ସ୍ଥାପିତ ହୋଇଯିବ।

ବୈଜନା ଗ୍ରାମ ପାଖରେ କୌଣସି କାରଣରୁ ରାବଣଙ୍କୁ ଶିବଲିଙ୍ଗକୁ ଅନ୍ୟ ଜଣଙ୍କୁ ଦେବାକୁ ପଡ଼ିଲା ଏବଂ ସେହି ବ୍ୟକ୍ତି ଜଣକ ଭାର ବହନ କରି ନ ପାରି ଭୁଲ କ୍ରମେ ଶିବଲିଙ୍ଗକୁ ଭୂମି ଉପରେ ରଖିଦେଲେ । ତା’ପରେ ରାବଣ ଆସି ଯେତେ ଚେଷ୍ଟା କଲେ ମଧ୍ୟ ତାହାକୁ ଉଠାଇ ପାରି ନ ଥିଲେ। ଏହା ଦେଖି ରାବଣ ୧୨ ବର୍ଷ ଯାଏଁ ତପସ୍ୟା କଲେ ଏବଂ ନିଜର ୧୦ଟି ଯାକ ମୁଣ୍ଡକୁ ଶିବଙ୍କ ପାଖରେ ଅର୍ପଣ କରିଥିଲେ। କିନ୍ତୁ ଫଳ କିଛି ବି ହେଲାନି। ଶିବଲିଙ୍ଗ ସେଇଠି ସ୍ଥାପିତ ହେଲା। ସେହି ମନ୍ଦିରକୁ କମଳନାଥ ମହାଦେବ ନାମରେ ପ୍ରସିଦ୍ଧ । ଏଠାରେ ଯେଉଁ ପର୍ଯ୍ୟନ୍ତ ରାବଣର ପୂଜା ସମାପ୍ତ ହୋଇ ନ ଥାଏ, ସେ ପର୍ଯ୍ୟନ୍ତ ଶିବଙ୍କର ଆରଧନା ମଧ୍ୟ ସଂପୂର୍ଣ୍ଣ ହୋଇ ନ ଥାଏ।

ସମ୍ବନ୍ଧିତ ଖବର