ଏଡ୍ସକୁ ନେଇ ଆପଣ ଏହି ସବୁ ଭୁଲ୍ଧାରଣା ରଖିଛନ୍ତି କି?
ଏଚ୍ଆଇଭି ଭୂତାଣୁ ସଂକ୍ରମଣରୁ ହେଉଥିବା ଏଡ଼୍ସ ମୁଖ୍ୟତଃ ଏକ ଯୌନ ସଂକ୍ରମିତ ଓ ରକ୍ତ ସଂକ୍ରମିତ ରୋଗ । ଏହା ଦୂରାରୋଗ୍ୟ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ଚିକିତ୍ସା ପାଇଁ କୌଣସି ନିର୍ଦ୍ଦିଷ୍ଟ ଓଷଧ ବାହାର କରାଯାଇପାରି ନାହିଁ । ଏହି ଭାଇରାସ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ନଷ୍ଟ କରିବା ସହ ମଣିଷ ଶରୀରକୁ ଦୁର୍ବଳ କରି ଦେଇଥାଏ । ପ୍ରତିବର୍ଷ ଏହି ରୋଗରେ ପଡ଼ି ଅନେକ ଲୋକ ପ୍ରାଣ ହରାଉଥିଲେ ମଧ୍ୟ ଏହି ରୋଗକୁ ନେଇ ଏବେ ମଧ୍ୟ ଲୋକମାନଙ୍କ ଭିତରେ ସ୍ପଷ୍ଟ ଧାରଣା ନାହିଁ । ଏବେ ମଧ୍ୟ କିଛି ଲୋକ ଏମିତି ଅଛନ୍ତି ଯେଉଁମାନେ ଏଚ୍ଆଇଭି ଭାଇରାସ ବିଷୟରେ ଜାଣି ନ ଥିବା ସହ ତାକୁ ନେଇ ଅନେକ ଭୁଲଧାରଣା ନିଜ ମନରେ ରଖିଛନ୍ତି । ତେବେ ଆସନ୍ତୁ ଜାଣିବା ସେ ସବୁ କ’ଣ….
Sambad is now on WhatsApp
Join and get latest news updates delivered to you via WhatsApp
୧.ଆଜି ମଧ୍ୟ କିଛି ଲୋକ ମଶା କାମୁଡ଼ିଲେ ଏଚ୍ଆଇଭି ଭାଇରସ ବ୍ୟାପେ ବୋଲି ଭୁଲ ଧାରଣା ରଖିଛନ୍ତି । କିଛି ଲୋକ ଏଚ୍ଆଇଭି ସଂକ୍ରମିତ ରୋଗୀକୁ କାମୁଡ଼ିଥିବା ମଶା ଅନ୍ୟକୁ କାମୁଡ଼ିଲେ ତାକୁ ଏଚ୍ଆଇଭି ହୁଏ ବୋଲି ଭାବିଥାନ୍ତି । ଏହା ସଂପୂର୍ଣ୍ଣ ଭୁଲ ।
୨. ପାଣି ଦ୍ୱାରା ଏଚ୍ଆଇଭି ରୋଗ ବ୍ୟାପିଥାଏ ବୋଲି ଲୋକମାନଙ୍କ ମନରେ ଭୁଲଧାରଣା ରହି ଆସିଛି । ଏଚ୍ଆଇଭି ସଂକ୍ରମିତ ରୋଗୀର କପଡ଼ା ସଫା କରିବା ଦ୍ୱାରା, ସେମାନେ ପିଇଥିବା ପାଣି ପିଇବା ଦ୍ୱାରା ଏହି ଭାଇରସ ବ୍ୟାପିଥାଏ ବୋଲି ଭାବି କିଛି ଲୋକ ଏଡ଼୍ସ ରୋଗୀଙ୍କ ସହ ଖରାପ ବ୍ୟବହାର କରିଥାନ୍ତି । କିନ୍ତୁ ଏହି ଧାରଣା ସଂପୁର୍ଣ୍ଣ ଭୁଲ ।
୩.ଏବେ ମଧ୍ୟ କିଛି ଲୋକ ଏଡ଼୍ସ ଚିକିତ୍ସା ସମ୍ଭବ ବୋଲି ମନରେ ଭୁଲ ଧାରଣା ରଖିଛନ୍ତି । କାରଣ ଏ ପର୍ଯ୍ୟନ୍ତ ଏହାର ଚିକିତ୍ସା ସମ୍ଭବ ହୋଇ ପାରି ନାହିଁ ।
୪.କିଛି ଲୋକ ଏବେ ଏଚ୍ଆଇଭି ସଂକ୍ରମିତ ରୋଗୀଙ୍କୁ ଛୁଇଁବା, ତାଙ୍କ ସାଙ୍ଗରେ ଖାଇବା ବା ସେ ବ୍ୟବହାର କରୁଥିବା ଶୌଚାଳୟ ବ୍ୟବହାର କରିବା ଦ୍ୱାରା ଏହି ରୋଗ ବ୍ୟପିଥାଏ ବୋଲି ଭାବିଥାନ୍ତି । ଏହା ସଂପୁର୍ଣ୍ଣ ଭୁଲ । ଏହି ରୋଗ ମା’ କ୍ଷୀର ପିଇବା ଦ୍ୱାରା,ସଂକ୍ରମିତ ରକ୍ତ ବ୍ୟବହାର ଦ୍ୱାରା ବା ଯୌନ ସମ୍ବନ୍ଧ ରଖିବା ଦ୍ୱାରା ବ୍ୟାପିଥାଏ ।