ପ୍ରାଚୀନ ସଭ୍ୟତା ଓ ପ୍ରଥାରେ ଚନ୍ଦ୍ର ଗ୍ରହଣ, ରାଜାଙ୍କ ପାପ ଯୋଗୁଁ ହୋଇଥାଏ ଗ୍ରହଣ!

ବ୍ଲଡ୍‌ ମୁନ୍‌ର ଅର୍ଥ ହେଉଛି, ସାଧାରଣ ଦିନରେ ଚନ୍ଦ୍ରର ଆକାର ଠାରୁ ୧୪ ପ୍ରତିଶତ ଅଧିକ ବଡ଼ ଦେଖାଯାଏ ଓ ୩୦ ପ୍ରତିଶତ ଅଧିକ ଉଜ୍ଜ୍ୱଳତା ଦେଇଥାଏ।

 

  • ଦୁନିଆ ସାରା ଚନ୍ଦ୍ର ଗ୍ରହଣ ସହ ଜଡ଼ିତ ଅନେକ କଥା କାହାଣୀ ରହିଛି। ସେଥି ମଧ୍ୟରୁ ଅନେକ ସକାରାତ୍ମକ ହୋଇଥିବା ବେଳେ ଅନେକ ନକାରାତ୍ମକ।
  • କିଛି ଦେଶରେ ଅନ୍ଧବିଶ୍ୱାସ ପ୍ରଚଳିତ ଅଛି କି ରାକ୍ଷସ ଚନ୍ଦ୍ରକୁ ଗ୍ରାସ କରିଥାଏ, ତେଣୁ ଚନ୍ଦ୍ର ହଠାତ୍‌ ହଜିଯାଏ।

 

ଦକ୍ଷିଣ ଆମେରିକା: ଚନ୍ଦ୍ରକୁ ଜାଗୁଆର ଖାଇଗଲା ବୋଲି ଡରୁଥିଲେ
ଦକ୍ଷିଣ ଆମେରିକାରେ ଲୋକବିଶ୍ୱାସ ରହିଛି କି ଜାଗୁଆର ଚନ୍ଦ୍ର ଉପରେ ଆକ୍ରମଣ କରି ତାକୁ ଗିଳି ଦେଇଥାଏ। ଏଥିପାଇଁ ଗ୍ରହଣ ସମୟରେ ଜହ୍ନର ରଙ୍ଗ ଲାଲ ହୋଇଯାଏ। ଏହା ପରେ ଜାଗୁଆର ପୃଥିବୀକୁ ଆସି ସମସ୍ତଙ୍କୁ ଖାଇଦେବ ବୋଲି ଭୟ ରହିଥାଏ। ଏହି ଭୟରେ ଏହି ସଭ୍ୟତାର ଲୋକେ ଗ୍ରହଣ ଦିନ ଚନ୍ଦ୍ରକୁ ଚାଲୁଣି ମାଧ୍ୟମରେ ଦେଖୁଥିଲେ ଓ କୁକୁରମାନେ ଅଧିକ ଭୋକିବେ ବୋଲି ତାଙ୍କୁ ବାନ୍ଧି ପିଟୁଥିଲେ।

 

ମେସୋପୋଟାମିୟା: ରାଜାଙ୍କ ପାପର ଫଳ
ଚନ୍ଦ୍ର ଉପରେ ରାଜା ଆକ୍ରମଣ କରିଥିବା ଯୋଗୁଁ ଗ୍ରହଣ ଲାଗିଥାଏ। ରାଜାଙ୍କ ଏହି ଆକ୍ରମଣର ପ୍ରଭାବ ପୃଥିବୀରେ ଦୁର୍ଦ୍ଦଶା ଆଣିଥାଏ। ଏହା ରାଜାଙ୍କ ପାପର ଫଳ। ଏହାର ନିରାକରଣ ପାଇଁ ଗ୍ରହଣ ଦିନ ରାଜାଙ୍କ ବଦଳରେ ଅନ୍ୟ ଜଣଙ୍କୁ ରାଜା କରାଯାଉଥିଲା ଓ ବାସ୍ତବିକ ରାଜା କିଛି ସମୟ ପାଇଁ ସାଧାରଣ ବ୍ୟକ୍ତି ଭାବେ ଜୀବନଯାପନ କରୁଥିଲେ। ଗ୍ରହଣ ଶେଷ ହେବା ପରେ ତତ୍କାଳୀନ ରାଜାକୁ ବିଷ ଦେଇ ମାରି ଦିଆଯାଉଥିଲା।

 

ଭାରତ: ଗ୍ରହଣକାଳରେ ସବୁକିଛି ହୋଇଯାଇଥାଏ ଅଶୁଦ୍ଧ
ଆମ ଦେଶରେ ଗ୍ରହଣ ସମୟରେ ଖାଦ୍ୟ ନ ଖାଇବାର ପ୍ରଥା ରହିଛି। ଚନ୍ଦ୍ର ଗ୍ରହଣ ସମୟରେ ଗର୍ଭବତୀ ମହିଳାଙ୍କୁ ଘର ଭିତରୁ ବାହାରକୁ ଯିବା ପାଇଁ ମନା କରା ଯାଇଥାଏ । ବିଶ୍ୱାସ ରହିଛି କି ଏହା ନ ମାନିଲେ ଗ୍ରହଣ ସମୟରେ ଗର୍ଭରେ ଥିବା ଶିଶୁର ମୃତ୍ୟୁ ହୋଇପାରେ। ପୁଣି କିଛି ଲୋକ ବିଶ୍ୱାସ କରନ୍ତି, ଗ୍ରହଣ ସମୟରେ ଗାଧୋଇବା ଉଚିତ ଓ ଆଖପାଖରେ ଥିବା ନକରାତ୍ମକ ସାମଗ୍ରୀକୁ ଫିଙ୍ଗି ଦେବା ଦରକାର।

 

ସମ୍ବନ୍ଧିତ ଖବର