‘ମୁଁ ଜୀବନ ବଞ୍ଚି ସାରିଛି , ସେ ଚାଲିଗଲେ ତାଙ୍କ ପିଲା ଅନାଥ ହୋଇଯିବେ’, ଏହା କହି ହସ୍ପିଟାଲରେ ନିଜେ ଭର୍ତ୍ତି ହୋଇଥିବା ବେଡ ଛାଡ଼ି ଦେଲେ ବୃଦ୍ଧ

ନୂଆଦିଲ୍ଲୀ: କରୋନାର ଦ୍ବିତୀୟ ଲହର ସାରା ଦେଶରେ ହାହାକାର ପରିସ୍ଥିତି ସୃଷ୍ଟି କରିଛି। ହସ୍ପିଟାଲରେ ବେଡ ସହିତ ଏବେ ଅକ୍ସିଜେନର ଯେଉଁ ଭଳି ସଂକଟ ଦେଖା ଦେଇଛି ତାହାକୁ ଦେଖି ଭୟ ଲାଗୁଛି। କେତେବେଳେ ଯେ କ’ଣ ହେବ ତାହା କେହି ଚିନ୍ତା ବି କରି ପାରୁ ନାହାନ୍ତି।

ଏହି କ୍ରମରେ ନାଗପୁରର ଜଣେ ୮୫ ବର୍ଷୀୟ ବୃଦ୍ଧ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ନାରାୟଣ ରାଓ ଦାଭେଡକର କିଛିଦିନ ତଳେ କରୋନାରେ ସଂକ୍ରମିତ ହୋଇଥିଲେ । ଏମିତିକି ତାଙ୍କର ଅକ୍ସିଜେନ ସ୍ତର କମିଯାଇଥିଲା । ଫଳରେ ତାଙ୍କ ଝିଅ ଓ ଜ୍ୱାଇଁ ତାଙ୍କୁ ଇନ୍ଦିରାଗାନ୍ଧି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସା ପାଇଁ ଦୀର୍ଘ ସମୟରେ ପରେ ତାଙ୍କୁ ହସ୍ପିଟାଲରେ ବେଡ୍ ମିଳିଥିଲା ।

ଏହାରି ଭିତରେ ଜଣେ ମହିଳା ତାଙ୍କ ୪୦ ବର୍ଷର ସ୍ୱାମୀଙ୍କୁ ନେଇ ହସ୍ପିଟାଲରେ ପହଞ୍ଚିଥିଲେ । ସ୍ବାମୀଙ୍କୁ ଚିକିତ୍ସା ଲାଗି ଭର୍ତ୍ତି କରିବା ପାଇଁ ମହିଳାଙ୍କ ପାଖରେ ବେଡ୍ ନଥିବାରୁ ସେ ସମସ୍ତଙ୍କ ପାଖରେ କାକୁତି ମିନତୀ ହେଉଥିଲେ। ତେବେ ଏସବୁ ଦୃଶ୍ୟକୁ ଦେଖି ପାରି ନଥିଲେ ନାରାୟଣ ।

 

ନିଜେ ଦୀର୍ଘ ସମୟ ଅପେକ୍ଷା କରିବା ପରେ ଚିକିତ୍ସା ଲାଗି ପାଇଥିବା ବେଡ ସେ ଉକ୍ତ ମହିଳାଙ୍କ ସ୍ୱାମୀଙ୍କ ପାଇଁ ଛାଡ଼ି ଦେଇଥିଲେ। ତେବେ ବେଡ ଛାଡ଼ିବାକୁ ତାଙ୍କ ଝିଅ ଓ ଜ୍ବାଇଁ ମନା କରିବାରୁ ସେ କହିଥିଲେ, ମୁଁ ମୋ ଜୀବନ ବଞ୍ଚିସାରିଲିଣି । ଏବେ ଅନ୍ୟ କାହାର ଜୀବନ ବଞ୍ଚିଯାଉ । ମୁଁ ଏବେ ସୁସ୍ଥ ଅନୁଭବ କରୁଛି।’

ଏହପରେ ପରିବାରଲୋକେ ତାଙ୍କୁ ଘରକୁ ନେଇଯାଇଥିଲେ । ଘରକୁ ଆସିବାର ୩ଦିନର ପରେ ନାରାୟଣ ରାଓ ଦାଭେଡକର ଦୁନିଆକୁ ଅଲବିଦା କହିଥିଲେ।  ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌଦ୍ୱାନ  ଟ୍ୱିଟ୍ କରି ନାରାୟଣ ରାଓ ଦାଭେଡକରଙ୍କ ଏଭଳି କାମକୁ ପ୍ରଂଶସା କରିଛନ୍ତି। 

ସମ୍ବନ୍ଧିତ ଖବର