ମୁମ୍ବାଇ: ଚିକିତ୍ସା ବିଜ୍ଞାନରେ ଏପରି କିଛି ଘଟଣା ଦେଖିବାକୁ ମିଳିଥାଏ ଯାହା ଡାକ୍ତରଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦିଏ। ସେଭଳି ଏକ ବିରଳ ଓ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ମହାରାଷ୍ଟ୍ରର ନାଗପୁରରୁ ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ବ୍ୟକ୍ତି ୩୬ ବର୍ଷରୁ ଅଧିକ ସମୟ ଧରି ଯାଆଁଳା ସନ୍ତାନ ସହିତ ଗର୍ଭଧାରଣ ଥିଲେ।
ଏହି ମାମଲା ନାଗପୁରର ସଞ୍ଜୁ ଭଗତଙ୍କ ସହ ଜଡ଼ିତ। ସାଧାରଣ ପିଲାଙ୍କ ତୁଳନାରେ ପିଲାଦିନରୁ ତାଙ୍କ ପେଟ ଟିକେ ଫୁଲି ଯାଇଥିଲା। କିନ୍ତୁ ପରିବାର ଲୋକ ଏହାକୁ ଅଣଦେଖା କରିଥିଲେ। ପରେ ସଞ୍ଜୁ ବଡ଼ ହେବା ସହିତ ତାଙ୍କ ପେଟ ଅସ୍ୱାଭାବିକ ଭାବରେ ବଢ଼ିଥିଲା। ଏଥିପାଇଁ ତାଙ୍କୁ ଲୋକେ ଗର୍ଭବତୀ ପୁରୁଷ ବୋଲି ଡାକୁଥିଲେ। ଲୋକେ ତାଙ୍କୁ ଉପହାସ କରିବା ସହ ପରିବାର ମଧ୍ୟ ଚିନ୍ତାରେ ରହୁଥିଲେ।
ସଞ୍ଜୁ ଭଗତ ଏକ ବିରଳ ରୋଗରେ ଆକ୍ରାନ୍ତ ହୋଇଥିଲେ। ୧୯୯୯ ମସିହାରେ, ସଞ୍ଜୁଙ୍କ ଅବସ୍ଥା ଖରାପ ହେବାକୁ ଲାଗିଲା। ତାଙ୍କ ପେଟ ଫୁଲିବା କାରଣରୁ ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କଲେ। ପରେ ତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ ପାଖକୁ ଯିବାରୁ ତାଙ୍କର ଟ୍ୟୁମର ହୋଇଥିବା ଡାକ୍ତର ପ୍ରଥମେ କହିଥିଲେ। ତାଙ୍କର ଅସ୍ତ୍ରୋପଚାର ସମୟରେ ଡାକ୍ତରମାନେ ଦେଖିବାକୁ ପାଇଲେ ଯେ ପେଟ ଭିତରେ କୌଣସି ଟ୍ୟୁମର ନଥିଲା, ତାଙ୍କ ପେଟ ଭିତରେ ୨ଟି ବିକଶିତ ଭୃଣ ଥିଲା।
ସୂଚନା ଅନୁସାରେ, ସଞ୍ଜୁ ଭଗତ ଏକ ବିରଳ ରୋଗରେ ଆକ୍ରାନ୍ତ ହୋଇଥିଲେ। ୧୯୯୯ ମସିହାରେ, ସଞ୍ଜୁଙ୍କ ଅବସ୍ଥା ଖରାପ ହେବାକୁ ଲାଗିଲା। ତାଙ୍କ ପେଟ ଫୁଲିବା କାରଣରୁ ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କଲେ। ପରେ ତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ ପାଖକୁ ଯିବାରୁ ତାଙ୍କର ଟ୍ୟୁମର ହୋଇଥିବା ଡାକ୍ତର ପ୍ରଥମେ କହିଥିଲେ। ତାଙ୍କର ଅସ୍ତ୍ରୋପଚାର ସମୟରେ ଡାକ୍ତରମାନେ ଦେଖିବାକୁ ପାଇଲେ ଯେ ପେଟ ଭିତରେ କୌଣସି ଟ୍ୟୁମର ନଥିଲା, ତାଙ୍କ ପେଟ ଭିତରେ ୨ଟି ବିକଶିତ ଭୃଣ ଥିଲା। ଡାକ୍ତରମାନେ କହିଥିଲେ ଯେ, ଅସ୍ତ୍ରୋପଚାର ସମୟରେ ସେମାନେ ହାଡ଼, କେଶ, ପାଟି ଏବଂ ଶରୀରର ଅନ୍ୟାନ୍ୟ ଅଂଶ ସମେତ ମଣିଷ ଶରୀରର ଅନେକ ଅଂଶକୁ ଗୋଟିଏ ପରେ ଗୋଟିଏ କାଢ଼ି ଦେଇଥିଲେ। ଏହି ‘ଭୃଣରେ ଭୃଣ’ ଏପରି ଏକ ଅବସ୍ଥା, ଯେତେବେଳେ ଏକ ଯାଆଁଳା ପ୍ରାରମ୍ଭିକ ବିକାଶ ସମୟରେ ଅନ୍ୟ ଏକ ଯାଆଁଳା ଶରୀରକୁ ଆବଦ୍ଧ କରିଥାଏ। ପରେ ବଞ୍ଚିଥିବା ଯାଆଁଳା ଶରୀରରେ ଏକ ଅସାଧାରଣ ମାଂସ ଗଠନ କରେ। କିନ୍ତୁ ଏହାର ମସ୍ତିଷ୍କ, ହୃଦୟ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ନଥାଏ। ଏଥିସହ ସଞ୍ଜୁଙ୍କର ସଫଳତାର ସହିତ ଅସ୍ତ୍ରୋପଚାର କରାଯାଇଥିଲା, ଯାହା ପରେ ସେ ସୁସ୍ଥ ହୋଇଥିଲେ।