ନାଗ ହତ୍ୟା କରିଥିବା ବ୍ୟକ୍ତିଙ୍କ ପତ୍ନୀଙ୍କୁ ଦଂଶନ କରି ପ୍ରତିଶୋଧ ନେଲା ନାଗୁଣୀ!

କାନପୁର: କାନପୁରର କିଶନପୁର ଗାଁରେ ଦେଖିବାକୁ ମିଳିଛି ଏକ ଅଦ୍ଭୂତପୂର୍ବକ ଘଟଣା। ବିଶ୍ୱାସ ନହେଲେ ବି କଥାଟି ପୂରା ସତ। ନାଗକୁ ମାରିଲେ ନାଗୁଣୀ କିମ୍ବା ନାଗୁଣୀକୁ ମାରିଲେ ନାଗ ପ୍ରତିଶୋଧ ନେବା କଥା ଆପଣ ହୁଏକ କେଉଁ ବହିରେ ପଢ଼ିଥିବେ ନହେଲେ ସିନେମାରେ ଦେଖିଥିବେ। ମାତ୍ର ସେପରି ଏକ ଘଟଣା କିଶନପୁର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଖବରଟି ଏବେ କେବଳ ସଂପୃକ୍ତ ଅଞ୍ଚଳ ନୁହେଁ ବରଂ ସାରା ଦେଶରେ ଚର୍ଚ୍ଚା ପାଲଟିଛି।

ନାଗକୁ ମାରିଲେ ନାଗୁଣୀ କିମ୍ବା ନାଗୁଣୀକୁ ମାରିଲେ ନାଗ ପ୍ରତିଶୋଧ ନେବା କଥା ଆପଣ ହୁଏକ କେଉଁ ବହିରେ ପଢ଼ିଥିବେ ନହେଲେ ସିନେମାରେ ଦେଖିଥିବେ। ମାତ୍ର ସେପରି ଏକ ଘଟଣା କିଶନପୁର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସୂଚନାଯୋଗ୍ୟ, କାନପୁରର କିଶନପୁର ଗାଁରେ ନାଗୁଣୀ ନିଜ ନାଗ ମୃତ୍ୟର ପ୍ରତିଶୋଧ ନେଇଛି। ଗାଁର ଏକ ବ୍ୟକ୍ତିଙ୍କ କହିବା ଅନୁଯାୟୀ, ଗତ ଗୁରବାର ଗ୍ରାମର ସୁରେଶଙ୍କ ଘରୁ ଏକ କଳା ନାଗସାପ ବାହାରକୁ ଆସିଥିଲା। କଳାନାଗ ସାପକୁ ଦେଖି ପରିବାର ଲୋକ ଡରି ଯାଇଥିଲେ। ବିଷାକ୍ତ ନାଗ କାଳେ କାହାର କ୍ଷତି କରିବ ତା ପୂର୍ବରୁ ସୁରେଶ ଏକ ବାଡ଼ି ସାହାଯ୍ୟରେ ନାଗ ସାପକୁ ପିଟି ପିଟି ମାରି ଦେଇଥିଲେ। କିନ୍ତୁ ନାଗକୁ ମାରିବା ଯେ ତାଙ୍କୁ ମହଙ୍ଗା ପଡିବ ସେ କଥା ଆଦୌ ଭାବିନଥିଲେ ସୁରେଶ। ଏକଥା ମଧ୍ୟ ସେ ଜାଣି ନଥିଲେ ଯେ ନାଗ ସହ ତାଙ୍କ ଘରେ ଏକ ନାଗୁଣୀ ମଧ୍ୟ ରହୁଥିଲା। ନାଗ ମରିଯିବା ପରେ ନାଗୁଣୀ ପ୍ରତିଶୋଧ ପରାୟଣା ହୋଇ ଉଠିଲା। ସେ ନାଗକୁ ହରାଇବା ଦୁଃଖରେ ଉତ୍ୟକ୍ତ ହୋଇ ପ୍ରତିଶୋଧ ନେଇଥିବା ଜାଣିବାକୁ ମିଳିଛି। ଆଶ୍ଚର୍ଯ୍ୟର କଥା ହେଉଛି ପ୍ରତିଶୋଧ ନେବା ପରେ ନାଗୁଣୀ ନିଜର ଜୀବନ ହାରି ଦେଇଛି।

ନାଗକୁ ବାଡ଼େଇ ମାରିବା ପରଦିନ ହିଁ ନାଗୁଣୀ ତା’ର ପ୍ରତିିଶୋଧ ପୂରା କରିଛି। ତେବେ, ଜାଣିବାକୁ ମିଳିଛି ଯେ ବାହାରେ ନୁହେଁ କି ଶୋଇଥିବା ଅବସ୍ଥାରେ ନୁହେଁ ଆଶ୍ଚର୍ଯ୍ୟଜନକ ପରିସ୍ଥିତିରେ ଶୁଶେଙ୍କ ପତ୍ନୀକୁ ଦଂଶନ କରିଛି ନାଗୁଣୀ। ସୁରେଶଙ୍କ ପତ୍ନୀ ଘରୁ ଝାଡୁ ବାହାର କରୁଥିବା ବେଳେ ତାଙ୍କୁ ନାଗୁଣୀ ଦଂଶନ କରିଥିଲା। ସୁରେଶଙ୍କ ପରିବାର ଲୋକେ ସଙ୍ଗେ ସଙ୍ଗେ ବିଷ ଝଡ଼ାଇବା ପାଇଁ ତାଙ୍କୁ ଏକ ବାବାଙ୍କ ପାଖକୁ ନେଇ ଯାଇଥିଲେ। ବାବା କିନ୍ତୁ ଏଥିରେ ସଫଳ ହୋଇନଥିଲେ। ସେ ବିଷ ଛଡ଼ାଇ ପାରିବେ ନାହିଁ ବୋଲି କହିବା ପରେ ପରିବାର ଲୋକେ ସୁରେଶଙ୍କ ପତ୍ନୀକୁ ପରବର୍ତ୍ତୀ ମୁହୂର୍ତ୍ତରେ ନିକଟସ୍ଥ ଡାକ୍ତରଖାନାକୁ ନିଆ ଯାଇଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ନାଗୁଣୀ କାଳେ ରାଗ ରଖି ପରିବାରରେ ଆଉ କାହାକୁ ଦଂଶନ କରିବ ସେହି ଭୟରେ ପତ୍ନୀଙ୍କ ମୃତ୍ୟୁ ପରେ ସୁରେଶ ଏକ ସାପୁଆ କେଳାକୁ ଡାକି ନାଗୁଣୀକୁ ଧରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ନାଗୁଣୀ ସାପୁଆ କେଳା ହାତରେ ଧରା ଦେଇଥିବା ସତ, ମାତ୍ର ଧରା ଦେବାର କିଛି ସମୟ ମଧ୍ୟରେ ପ୍ରାଣ ତ୍ୟାଗ କରିଥିଲା। କଥା ଉଠିଛି ଯେ ନାଗ ବିଚ୍ଛେଦ ଦୁଃଖରେ ନାଗୁଣୀ ନିଜେ ହିଁ ତା’ର ଜୀବନ ହାରି ଦେଇଛି!

 

ସମ୍ବନ୍ଧିତ ଖବର