ନୈନିତାଲର କେଉଁସବୁ ସ୍ଥାନ ନିଶ୍ଚିତ ଦେଖିବେ?

ନୈନିତାଲ ଦେଶର ଏକ ବିଖ୍ୟାତ ପର୍ଯ୍ୟଟନ ସ୍ଥଳ। ଏହାଉ ତ୍ତରାଖଣ୍ଡରେ ଅବସ୍ଥିତ। ଏଠାକୁ ପ୍ରତିବର୍ଷ ଲକ୍ଷଲକ୍ଷ ସଂଖ୍ୟକ ପର୍ଯ୍ୟଟକ ଭ୍ରମଣ ପାଇଁ ଆସିଥାନ୍ତି। ଏହା ନୈନିତାଲ ହ୍ରଦ ନିକଟରେ ଅବସ୍ଥିତ ବୋଲି ଏଭଳି ନାମକରଣ ହୋଇଛି। ତା’ଛଡ଼ା ଏଠାରେ ଥିବା ନୈନା ଦେବୀଙ୍କ ମନ୍ଦିର ପାଇଁ ନୈନିତାଲର ନାମ ରଖଯାଇଥିବା କୁହାଯାଏ। ଏଠାରେଅନେକ ଦର୍ଶନୀୟ ସ୍ଥାନ ରହିଛି। ଏସବୁ ନ ଦେଖିଲେ ଆପଣଙ୍କ ନୈନିତାଲ ଭ୍ରମଣ ଅସଂପୂର୍ଣ୍ଣ ରହିଯିବ।‘ଚାଇନା ପିକ୍‌’ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳ ।ଏହା ହେଉଛି ନୈନିତାଲର ସବୁଠୁଁ ଉଚ୍ଚ ପାହାଡ଼ । ଏହା ଉପରୁ ହିମାଳୟର ଉଚ୍ଚା ଉଚ୍ଚା ଶୃଙ୍ଗକୁ ଦେଖି ହୁଏ । ନୈନିତାଲ ସହରଠାରୁ ପ୍ରାୟ ଛଅ କିଲୋମିଟର ଦୂରରେ ଅବସ୍ଥିତ ‘ଚାଇନା ପିକ୍‌’ରେ ପର୍ଯ୍ୟଟକମାନେ ଟ୍ରେକିଂର ରୋମାଞ୍ଚକର ଅନୁଭୂତି ନେଇପାରିବେ । ଏଠାରେ ଲମ୍ବା ଲମ୍ବା ଗଛ ଓ ପକ୍ଷୀମାନଙ୍କ ସ୍ୱର ମଧ୍ୟ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିଥାଏ । ଏହା ସର୍ବଦା ବରଫ ଦ୍ୱାରା ଆଚ୍ଛାଦିତ ଥାଏ ।
ସଂପୂର୍ଣ୍ଣ ବରଫରେ ଆଚ୍ଛାଦିତ ପର୍ଯ୍ୟଟନ ସ୍ଥଳ ହେଲା ‘ ସ୍ନୋଭ୍ୟୁ’ । ଏହା ମଧ୍ୟ ଏକ ପର୍ବତ, ଯାହା ସମୁଦ୍ରପତ୍ତନଠାରୁ ପ୍ରାୟ ୨୨୭୦ ମିଟର ଉଚ୍ଚରେ ଅବସ୍ଥିତ । ଏହା ମଧ୍ୟ ଦେଖିବାକୁ ଖୁବ୍‌ ସୁନ୍ଦର ।
ନୈନିତାଲର ଅନ୍ୟଏକ ଲୋକପ୍ରିୟ ପାହାଡ଼ ହେଲା ‘ଟିଫିନ୍‌ ଟପ୍‌’, ଯାହା ସହରଠାରୁ ଚାରି କିଲୋମିଟର ଦୂରରେ ଅବସ୍ଥିତ । ଏହା ଉପରୁ ନୈନିତାଲର ଦୃଶ୍ୟ ସହଜରେ ଦେଖି ହୁଏ । ନୈନିତାଲଠାରୁ ପ୍ରାୟ ଏଗାର କିଲୋମିଟର ଦୂରରେ ଅବସ୍ଥିତ ପର୍ଯ୍ୟଟନ ସ୍ଥଳ ହେଲା -ଉବାଲୀ, ଏହାର ଉଚ୍ଚତା ୧,୭୦୬ ମିଟର । ଏଠାରେ ବିଭିନ୍ନ ପ୍ରକାରର ଫଳ ମିଳେ । ଏଠାରେ କଫ୍‌ ଏଡ୍‌ ବର୍ଡଙ୍କ ନାଆଁରେ ଟିବି ସେନେଟେରିୟମ୍‌ ନିର୍ମିତ ହୋଇଚି ।


‘ନୈନିତାଲ’ରେ ରହିବା ପାଇଁ ବିଭିନ୍ନ ସ୍ତରର ହୋଟେଲ୍‌ ଓ ଗେଷ୍ଟ୍‍ହାଉସ୍‌ ରହିଛି । ଏପ୍ରିଲ୍‌ରୁ ଅକ୍ଟୋବର ଯାଏଁ ଆସିବାର ଏଠାକୁ ଉପଯୁକ୍ତ ସମୟ ।

ସମ୍ବନ୍ଧିତ ଖବର