ମଥାରେ ସିନ୍ଦୂର ଲାଗିବା ମାତ୍ରକେ ସରିଗଲା ପ୍ରେମ, ବିବାହ ସରୁ ସରୁ ପ୍ରତାରଣା ଦେଲେ ସ୍ବାମୀ

ପାଟ୍‌ନା: ବିହାରର ନାଳନ୍ଦାରେ ଏକ ପ୍ରେମୀଯୁଗଳଙ୍କର ହାଇ ଭୋଲ୍‌ଟେଜ୍‌ ଡ୍ରାମା ଦେଖିବାକୁ ମିଳିଛି। ଫେସ୍‌ବୁକ୍‌ ଜରିଆରେ ୬ ମାସ ତଳୁ ହୋଇଥିବା ପ୍ରେମ ମଥାରେ ସିନ୍ଦୂର ଲାଗିବା ମାତ୍ରେ ହିଁ ସରିଯାଇଛି।

ଘଟଣାଟି ଏପରି ।  ଅସ୍ଥାବାଁ ଥାନା ଅଞ୍ଚଳର ମୋହନୀ ଗ୍ରାମର ବାସିନ୍ଦା ଜ୍ଞାନୀ କୁମାର ନିଜ ଉଭଣୀକୁ ପରୀକ୍ଷା ଦେବା ପାଇଁ ବିହାରର ସରିଫସ୍ଥିତ ଏକ ସେଣ୍ଟର୍‌କୁ ନେଇକି ଆସିଥିଲେ। ସେଠାକୁ ସେ ନିଜ ପ୍ରେମିକାଙ୍କୁ ଭେଟିବା ପାଇଁ ଡକାଇଥିଲେ। ଏହି କଥା ପ୍ରେମିକାଙ୍କ ପରିବାର ଲୋକଙ୍କୁ ଜଣା ପଡ଼ିଗଲା। ସେମାନେ ସେଠାରେ ପହଞ୍ଚି ଉଭୟ ପ୍ରେମିକ-ପ୍ରେମିକାଙ୍କ ବିବାହ କରାଇଦେଲେ।

ହେଲେ ଏହି କଥା ଯେତେବେଳେ ପୁଅର ଘର ଲୋକଙ୍କୁ ଜଣାପଡ଼ିଲା ସେମାନେ ଆସି ବିବାହକୁ ବିରୋଧ କଲେ। କେବଳ ପରିବାର ଲୋକ ନୁହେଁ, ନିଜେ ପୁଅ ମଧ୍ୟ ବିବାହ ପାଇଁ ପ୍ରସ୍ତୁତ ନୁହେଁ ବୋଲି କହିଥିଲେ। ତାଙ୍କ ଅନିଚ୍ଛା ସତ୍ତ୍ବେ ଝିଅ ଘର ଲୋକ ତାଙ୍କର ବିବାହ ବଳପୂର୍ବକ କରିଛନ୍ତି ବୋଲି ପ୍ରେମିକ ଜ୍ଞାନୀ କୁମାର କହିବା ପରେ ମାମଲା ଆହୁରି ଜଟିଳ ହୋଇ ପଡ଼ିଥିଲା।

ଏ ସଂପର୍କରେ ପ୍ରେମିକାଙ୍କ କହିବା କଥା ହେଉଛି ଯେ ଦୁହେଁ ଦୁହିଁଙ୍କୁ ୬ ମାସ ହେବ ପ୍ରେମ କରୁଥିଲେ ଓ ଏହି ବିବାହ ଦୁହିଁଙ୍କ ଇଚ୍ଛାରେ ହୋଇଛି। ମାତ୍ର ଜ୍ଞାନୀ କୁମାରଙ୍କ ମାଆବାପା ଏହି ବିବାହକୁ ବିରୋଧ କରିବା ପରେ ସେ ନିଜ ମନ ବଦଳାଇ ଏପରି କହୁଛନ୍ତି। ତେବେ ଜ୍ଞାନୀ କୁମାର ବିବାହ ପରେ କେଉଁ ଆଡ଼େ ଫେରାର୍‌ ହୋଇ ଯାଇଥିବା ବେଳେ ଏବେ ତାଙ୍କୁ ଖୋଜା ଯାଉଛି।

 

ସମ୍ବନ୍ଧିତ ଖବର