ଚାରି ଦଶନ୍ଧି ଧରି ଓଲିଉଡ୍ରେ ସକ୍ରିୟ ଥିବା ଜଣେ ଲୋକପ୍ରିୟ ନିର୍ଦ୍ଦେଶକ ଅବତାର ସିଂହ। ସେ ପ୍ରଶାନ୍ତ ନନ୍ଦ, ମହମ୍ମଦ ମହସୀନ ଓ ରବି କିନ୍ନାଗୀଙ୍କ ପରି ବିଶିଷ୍ଟ ନିର୍ଦ୍ଦେଶକଙ୍କ ସହଯୋଗୀ ଭାବେ କିଛି ସିନେମାରେ କାମ କରିଛନ୍ତି। ପରେ ଅବତାର, ଗଣପତି ଫିଲ୍ମସ୍ ପ୍ରଯୋଜିତ ୧୯୯୨ରେ ମୁକ୍ତିପ୍ରାପ୍ତ ‘ପଞ୍ଜୁରୀ ଭିତରେ ଶାରୀ’ ସିନେମା ଜରିଆରେ ସ୍ବାଧୀନ ଭାବେ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ। ଏହି ସିନେମାରେ ବ୍ୟୋମକେଶ ତ୍ରିପାଠୀ, ବିଜୟ ମହାନ୍ତି, ତନ୍ଦ୍ରା, ମିହିର ଦାସ, ଅପରାଜିତା ଓ ହର ପଟ୍ଟନାୟକ ପ୍ରମୁଖ ଅଭିନୟ କରିଥିଲେ। ଏଥିରେ ତାଙ୍କୁ ଭଲ ସଫଳତା ମିଳିଥିଲା। ତା’ପରେ ସେ ‘ଉଦଣ୍ଡୀ ସୀତା’, ‘ବସୁଧା’, ‘କିଏ କାହାର’, ‘ଜନ୍ମଦାତା’, ‘ତୁ ମୋ ଗାର୍ଲ ଫ୍ରେଣ୍ଡ୍’ ଏବଂ ‘ମୁଁ ଖାଣ୍ଟି ଓଡ଼ିଆ ଝିଅ’ ଆଦି ଓଡ଼ିଆ ଛବିର ନିର୍ଦ୍ଦେଶନା ଦେଇଛନ୍ତି। ଏବେ ବି ସେ ସକ୍ରିୟ ଅଛନ୍ତି। ‘ମୁଁ ଖାଣ୍ଟି
ଓଡ଼ିଆ ଝିଅ’ ହେଉଛି ଏଯାବତ୍ ତାଙ୍କ ନିର୍ଦ୍ଦେଶିତ ଶେଷ ଓଡ଼ିଆ ଛବି। ୨୦୧୭ରେ ମୁକ୍ତିଲାଭ କରିଥିବା ଏହି ଛବିରେ ସିଦ୍ଧାନ୍ତ, ନବାଗତ ରଣବୀର,ଏଲିନା ଓ ପପୁ ପମ୍ପମ୍ ପ୍ରମୁଖ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ।
ତାଙ୍କ କ୍ୟାରିୟର୍ର ଉଲ୍ଲେଖନୀୟ କଥା ହେଲା, ନିର୍ଦ୍ଦେଶକ ଅବତାର ସିଂହଙ୍କ ସବୁ ଛବି ପାରିବାରିକ କାହାଣୀ ଉପରେ ଆଧାରିତ। ଆଜିକାର ଅନ୍ୟତମ ସଫଳ ନିର୍ଦ୍ଦେଶକ ସଞ୍ଜୟ ନାୟକ ଅବତାରଙ୍କ ସହକାରୀ ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ। ଗତ ୭ ବର୍ଷ ଭିତରେ କାହିଁକି ଆଉ ନୂଆ ସିନେମାର ନିର୍ଦ୍ଦେଶନା ଦେଇନାହାନ୍ତି ବୋଲି ପ୍ରଶ୍ନ କରିବାରୁ ଅବତାର ସିଂହ କହନ୍ତି, ‘‘ଏହା ଭିତରେ କିଛି ପ୍ରଯୋଜକ ଆସିଛନ୍ତି। କାହାଣୀ ନେଇ କଥାବାର୍ତ୍ତା ହୋଇଛି। ଆଶା କରୁଛି, ଖୁବ୍ ଶୀଘ୍ର ନୂଆ ସିନେମାର ନିର୍ଦ୍ଦେଶନା ଦେବି।’’
ନମସ୍କାର ନିର୍ଦ୍ଦେଶକ: ଫେରୁଛନ୍ତି ଅବତାର
/sambad/media/post_attachments/wp-content/uploads/2024/06/fshshsfshf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)