ଜାଣନ୍ତୁ କେଉଁ ସବୁ ସମୟରେ ନମସ୍କାର କରିବା ମନା

ହିନ୍ଦୁ ଧର୍ମରେ ନମସ୍କାର ଏକ ବହୁ ପ୍ରଚଳନ ପ୍ରଥା। ବଡ଼ମାନଙ୍କୁ ସାନ ମାନେ ମୁଣ୍ଡ ନୁଆଁଇ ନମସ୍କାର କରିବା ଦ୍ୱାରା ହିଁ ସମ୍ମାନ ପ୍ରଦର୍ଶନ କରିଥାନ୍ତି। ମାତ୍ର ଏହି ନମସ୍କାର ସବୁ ସମୟରେ କରିବା ମନା। ଏମିତି କିଛି ସ୍ଥାନ ଅଛି, ଏମିତି କିଛି ସମୟ ଅଛି ଯେଉଁ ସମୟରେ ନମସ୍କାରକୁ ବାରଣ କରାଯାଇଛି। ଚାଲନ୍ତୁ ଜାଣିବା କେଉଁ ସମୟରେ ଆମେ ନମସ୍କାର କରିବା ଦ୍ୱାରା ପୂଣ୍ୟ ବଦଳରେ ଓଲଟା ପାପ ହୋଇଥାଏ।

ଆପଣ ଯଦି କିଛି ଦେବ ମନ୍ଦିର, ଗ୍ରାମଦେବତୀ, ଠାକୁରଘର କିମ୍ବା କୌଣସି ଈଶ୍ୱରୀୟ ସ୍ଥାନରେ ଅଛନ୍ତି ତେବେ ଅନ୍ୟକୁ ସେଠାରେ ନମସ୍କାର କରନ୍ତୁ ନାହିଁ। ଏପରି କରିବା ଦ୍ୱାରା ଭଗବାନଙ୍କୁ ଅପମାନ ହୋଇଥାଏ। ଭଗବାନଙ୍କ ସ୍ଥାନରେ ସମେସ୍ତ ସମାନ ହୋଇଥାନ୍ତି।

ମୃତ କାର୍ଯ୍ୟ ସମ୍ପାଦନା ବେଳେ ବି ନମସ୍କାର କରିବାକୁ ବାରଣ ରହିଛି। ଶବ କାନ୍ଧେଇ ନେବା ଅବସ୍ଥାରେ କିମ୍ବା ମୁଖା ଅଗ୍ନି ଦେବା ସମୟରେ କାହାରିକୁ ବି ନମସ୍କାର କରନ୍ତୁ ନାହିଁ।

ଶୌଚ ସମୟରେ ବି ବଡ଼ ବଡ଼ ଲୋକେ କାହାକୁ ନମସ୍କାର କରିବାକୁ ମନା କରନ୍ତି। ଯଦି ସେ ସମୟରେ କେହି ବଡ଼ ଲୋକ କିମ୍ବା ସଂପର୍କୀୟଙ୍କୁ ଦେଖନ୍ତି ତେବେ ଆଦୌ ବି ନମସ୍କାର କରନ୍ତୁ ନାହିଁ।

ଶୌଚ ପରି ଖାଇବା ସମୟରେ ବି କାହାକୁ ନମସ୍କାର କରିବା ମନା। ଖାଇବା ସମୟରେ କିମ୍ବା ଖାିବା ଛାଡ଼ି ନମସ୍କାର କରିବା ଉୟଭ ପାପ ହୋଇଥାଏ।

ଛୋଟ ଛୁଆ କାଖରେ ଥିଲେ ବି ନମସ୍କାର କରିବା ଅନଚିିତ। ଆପଣ ଜାଣିଥିବେ ନିଶ୍ଚୟ ଶିଶୁଙ୍କୁ ସ୍ୱୟଂ ଭଗବାନ ମନାଯାଏ। ତେଣୁ ତାଙ୍କୁ କାଖରେ ଧରି କାହାକୁ ନମସ୍କାର କରନ୍ତୁ ନାହିଁ।

ଏହା ବ୍ୟତୀତ ଯଦି ନିଜ ବିବାହ ହେଉଛି ତେବେ ଉଭୟ ବର ଓ କନ୍ୟଙ୍କୁ ନମସ୍କାର ମନା। କାହିଁକି ନା, ସେମାନେ ସେ ସମୟରେ ହର-ପାର୍ବତୀଙ୍କ ରୂପରେ ଥାଆନ୍ତି।

ଏହା ବ୍ୟତୀତ ଖିଅର ହେବା, ତେଲ ଲଗାଇବା ଓ ପାଣିରେ ଥିବା ଅବସ୍ଥାରେ କାହାକୁ ନମସ୍କାର କରିବା ବି ଅନୁଚିତ ବୋଲି ମନାଯାଏ।

ସମ୍ବନ୍ଧିତ ଖବର