ସ୍ବାମୀଙ୍କ ମୃତ୍ୟୁ ପରେ ଲକ୍ଷାଧିକ ଟଙ୍କାର ବ୍ୟବସାୟ କରୁଛନ୍ତି ବୃଦ୍ଧା

ନୂଆଦିଲ୍ଲୀ: ମନରେ ଯଦି ସାହସ ଏବଂ ଉତ୍ସାହ ଥାଏ, ତେବେ ଯେକୌଣସି ବୟସରେ ଜଣେ କିଛି ବି କରିବାରରେ ସଫଳ ହୋଇଥ‌ାଏ। ବୟସ ଅଧିକ ହୋଇଯିବାର ଅର୍ଥ ନୁହେଁ ଯେ ବୃଦ୍ଧମାନେ କିଛି କରିପାରିବେ ନାହିଁ । କିଛି ଦିନ ତଳେ ଜଣେ ଭିକାରି ୬୦ବର୍ଷ ବୟସରେ ମଡେଲ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ଠିକ୍ ଏହି ଧାରାରେ ଜଣେ ୯୫ ବର୍ଷ ବୃଦ୍ଧ ବିଜିନେସ ଓମେନ ହୋଇପାରିଛନ୍ତି।

ଚଣ୍ଡିଗଡ଼ରେ ଲକ୍ଷଲକ୍ଷ ଟଙ୍କାର ବ୍ୟବସାୟ କରୁଛନ୍ତି ୯୫ବର୍ଷ ବୃଦ୍ଧା ହରଭଜନ କୌର। ଏହି ବୃଦ୍ଧା ଜଣକ ନିଜର ସ୍ବପ୍ନକୁ ୯୦ବର୍ଷ ବୟସରେ ସାକାର କରିବାକୁ ଚିନ୍ତା କରିଥିଲେ । ହରଭଜନ କୌର  ନିଜ ହାତରେ ମଇଦା ବରଫି ତିଆରି କରି ବିକ୍ରି କରିବା ଆରମ୍ଭ କରିଥିଲେ। ପରିବାର ସଦସ୍ୟ ଏହି ବରଫିକୁ ନେଇ ବଜାରରେ ବିକ୍ରି କରିଥାଆନ୍ତି।  ଧୀରେ ଧୀରେ ଲୋକମାନେ ହରଭଜନଙ୍କ ଘରକୁ ଆସି ଏହି ବରଫି ପାଇଁ ଦାବି କରିଥିଲେ।  ଏଥିସହିତ ପରିବାର ସଦସ୍ୟ ବି ସୋସିଆଲ ମିଡିଆରେ ଏହି ବରଫିର ମାର୍କେଟିଂ ଆରମ୍ଭ କରିଥିଲେ।

କିଛିଦିନ ପରେ ବଜାରରେ ହରଭଜନଙ୍କ ବରଫିର ଚାହିଦା ବୃଦ୍ଧି ପାଇବାରେ ଲାଗିଲ।  ଧୀରେଧୀରେ ହରଭଜନ ବେସନ ବରଫି ସହିତ ଆଚାର, ବାଦାମ ସରବତ, ଲାଉ ଆଇସକ୍ରିମ, ଡାଲି ହାଲୁଆ ଟମାଟୋ ଚଟନି ଇତ୍ୟାଦି ତିଆରି କରିବା ଆରମ୍ଭ କରିଥିଲେ। ବର୍ତ୍ତମାନ ଏହା କେବଳ ଚଣ୍ଡିଗଡ଼ ଏବଂ ପଞ୍ଜାବର ସହରରେ ନୁହେଁ ବରଂ ଆମାଜନରୁ ମଧ୍ୟ ଅନଲାଇନରେ ଅର୍ଡର ହୋଇପାରିବ ।

ସୂଚନାନୁସାରେ, ହରଭଜନ କୌର ସ୍ୱାମୀଙ୍କ ୨୦୦୮ ମସିହାରେ ହୃଦଘାତରେ ମୃତ୍ୟୁ ହୋଇଥିଲା। ସେବେଠାରୁ ସେ ନିଜ ଝିଅ ଘରେ ରହୁଥିଲେ। ଘରେ ସମସ୍ତେ କାମ କରୁଥିବା ବେଳେ ସେ ନିଜକୁ ଏକୁଟିଆ ଅନୁଭବ କରୁଥିଲେ । ତା’ପରେ ସେ ୯୦ବର୍ଷ ବୟସରେ କାମ କରିବାକୁ ସ୍ଥିର କରିଥିଲେ। ଆଜି ୯୫ବର୍ଷ ବୟସରେ ସଫଳ ବିଜିନେସ ଓମେନ ହୋଇ  ଲକ୍ଷଲକ୍ଷ ଟଙ୍କାର ବ୍ୟବସାୟ କରି ପାରୁଛନ୍ତି।

ସମ୍ବନ୍ଧିତ ଖବର