ମାତାପିତା ଅଫିସ ଚାଲିଯିବା ପରେ ଶିଶୁକୁ ମାଡ଼ ମାରୁଥିଲା ଆୟା, ସିସିଟିଭି ଦେଖାଇଲା ଅସଲ ଚେହେରା

ସୁରଟ: ଆଜିକାଲି ବାହାରେ କାମ କରୁଥିବା ମାତାପିତାମାନେ ନିଜ ପିଲାଙ୍କ ଯତ୍ନ ନେବା ପାଇଁ ଆୟା/ ଘରୋଇ ସହାୟିକା ରଖୁଛନ୍ତି। ଏହା ନୂଆ ନୁହେଁ। ହେଲେ ଗୁଜୁରାଟର ସୁରଟରେ ଘଟିଥିବା ଘଟଣା ଏବେ ଲୋକଙ୍କୁ ଆୟା ରଖିବା ପୂର୍ବରୁ ଭାବିବାକୁ ବାଧ୍ୟ କରିବ ନିଶ୍ଚୟ। ସୁରଟରେ ଜଣେ ଦମ୍ପତ୍ତି ନିଜ ଶିଶୁର ଯତ୍ନ ନେବା ପାଇଁ ଆୟା ରଖିଥିବା ବେଳେ ଅଚିନ୍ତାରେ ଅଫିସ ଯାଉଥିଲେ। ହେଲେ ଅଫିସ ଯିବା ପରେ ଶିଶୁ ଅଧିକ କାନ୍ଦୁଥିବା ନେଇ ପଡ଼ୋଶୀମାନେ କହିବା ପରେ ଉକ୍ତ ଘରୋଇ ସହାୟିକାଙ୍କ କାରନାମା ସାମ୍ନାକୁ ଆସିଥିଲା।

indiatoday

ସୂଚନା ମୁତାବକ, ପଡ଼ୋଶୀଙ୍କ କହିବା ପରେ ଦମ୍ପତ୍ତି ନିଜ ଘରେ ଆୟାର ଅଜାଣତରେ ସିସିଟିଭି ଲଗାଇଥିଲେ। ଘଟଣା ଦିନ ଦୁହେଁ ଅଫିସ ଯାଇ ସିସିଟିଭି ଦେଖିବା ପରେ ଦୁହିଁଙ୍କ ହୋସ ଉଡିଯାଇଥିଲା। ଆୟା ଜଣକ ଶିଶୁର କେଶ ଟାଣିବା ସହ ଶିଶୁର ମୁଣ୍ଡକୁ ଖଟରେ ପିଟି ଦେଉଥିବା ଭଳି ଦୃଶ୍ୟ ମାତାପିତାଙ୍କ ହୃଦୟ ଥରାଇ ଦେଇଥିଲା। ଏହା ଦେଖିବା ପରେ ଦୁହେଁ ତୁରନ୍ତ ଘରକୁ ଆସି ଶିଶୁକୁ ଡାକ୍ତରଖାନା ନେବା ସହ ପୁଲିସରେ ଏ ନେଇ ଅଭିଯୋଗ କରିଥିଲେ। ୩ମାସ ପୂର୍ବରୁ  ଶିଶୁର ଯତ୍ନ ନେବା ପାଇଁ  ଘରୋଇ ସହାୟିକା ରଖାଯାଇଥିବା ବେଳେ ମାତାପିତା ଅଫିସ ଯିବା ପରେ ସେ କିଭଳି ଯତ୍ନ ନେଉଥିଲେ, ତାହା ଦେଖାଇଥିଲା ସିସିଟିଭି। ତେବେ ଅଭିଯୋଗ ସହ ସିସିଟିଭି ଭିଡିଓ ପାଇବା ପରେ ପୁଲିସ ଅଭିଯୁକ୍ତ ମହିଳାକୁ ଗିରଫ କରିଛି।

indiatoday
ସମ୍ବନ୍ଧିତ ଖବର