ଥରେ ଭଗବାନ ବିଷ୍ଣୁ ଦେବର୍ଷି ନାରଦଙ୍କୁ ସ୍ମରଣ କରିଲେ। ସେ ନାରଦଙ୍କୁ ନିଜର ଏକ ଇଚ୍ଛା ପ୍ରକାଶ କରିଲେ। ଭଗବାନ କହିଲେ ଯେ ମହାଲକ୍ଷ୍ମୀଙ୍କର ନିଜ ଉପରେ ଖୁବ୍ ଅହଂକାର ରହିଛି। ତାଙ୍କୁ ସେଥିରୁ ନିବୃତ୍ତ କରାଅ। ତା’ପରେ ଭଗବାନଙ୍କ ଆଦେଶରେ ନାରଦ ଲକ୍ଷ୍ମୀଙ୍କ ନିକଟରେ ପହଞ୍ଚିଲେ। ନାରଦଙ୍କୁ ଦେଖି ଲକ୍ଷ୍ମୀଙ୍କ ମୁଖମଣ୍ଡଳରେ ହାସ୍ୟରୋଳ ସୃଷ୍ଟି ହେଲା। ସହାସ୍ୟବଦନରେ ଦେବର୍ଷିଙ୍କୁ ସ୍ୱାଗତ ଜଣାଇ ଲକ୍ଷ୍ମୀ କହିଲେ, ଦେବର୍ଷି ଆପଣ କୁଆଡ଼େ ଯାଇଥିଲେ, ଅନେକ ଦିନ ହେଲା ଆପଣଙ୍କର ଦେଖା ନ ଥିିଲା। କୁହନ୍ତୁ କେମିତି ଆଗମନ ହେଲା?
Sambad is now on WhatsApp
Join and get latest news updates delivered to you via WhatsApp
ନାରଦ କାଳ ବିଳମ୍ବ ନ କରି କହିଲେ, ମାତା! ମୁଁ ତ ଚାରିଆଡ଼େ ବୁଲିବା ଲୋକ, ମତେ ଫୁରସତ୍ କାହିଁ! ହେଲେ ଏଥର ମୁଁ ଚିତ୍ରକୂଟ ଯାଇ ଯାହା ଦେଖିଲିତ, ଭାବିଲି, ତା’ମାତାଙ୍କୁ ନ ଜଣାଇଲେ ଠିକ୍ ହେବ ନାହିଁ। ମୁଁ ଚିତ୍ରକୂଟରେ ଥିବା ମହର୍ଷି ଅତ୍ରିଙ୍କ ଆଶ୍ରମରେ ପହଂଚିଥିଲି। ମୁଁ ସେଠି ମହର୍ଷିଙ୍କ ପତ୍ନୀ ଅନସୂୟାଙ୍କ ଦର୍ଶନ କରି କୃତାର୍ଥ ହୋଇଗଲି। ତିନିଲୋକରେ ତାଙ୍କ ସମକକ୍ଷ ପତିବ୍ରତା ନାରୀ ତ ମୁଁ କୌଣସି ଠାରେ ଦେଖିନାହିଁ।’’
ମହାଲକ୍ଷ୍ମୀଙ୍କୁ ଏକଥା ଭଲ ଲାଗିଲା ନାହିଁ। ସେ ବିରକ୍ତ ଭାବରେ ପଚାରିଲେ,‘‘ହେ ନାରଦ! ସେ କ’ଣ ମୋଠୁଁ ବି ବେଶି ପତିବ୍ରତା? ନାରଦ ଉତ୍ତର ଦେଲେ,‘‘ମାତା! କେବଳ ଆପଣ ନୁହଁନ୍ତି, ବରଂ ତିନିଲୋକ ରେ ଅନସୂୟାଙ୍କ ତୁଳନାରେ କାହାରି ବି ପାତିବ୍ରତ୍ୟ ନାହିଁ।’’ ଏହା କହି ନାରଦ ସେହି ସ୍ଥାନ ପରିତ୍ୟାଗ କରିଲେ ।