ସୁରଟ: ଲୋକସଭା ନିର୍ବାଚନ ୨୦୧୯ରେ ବିଜେପିର ଐତିହାସିକ ବିଜୟ ପୂରା ଦେଶରେ ଚର୍ଚ୍ଚା ହେଉଛି। ଦେଶର ପ୍ରାୟତଃ ପ୍ରତ୍ୟେକ ଜନତା ମୋଦିଙ୍କ ପ୍ରଶଂସା କରିବାକୁ ଲାଗିଛନ୍ତି। ଏହି କ୍ରମରେ ଗୁଜୁରାଟର ସୁରଟରେ ଆଇସ୍କ୍ରିମ୍‌ ପାର୍ଲର ଜଣେ ମାଲିକ ଭିନ୍ନ ଶୈଳୀରେ ମୋଦିଙ୍କ ବିଜୟର ଖୁସି ମନାଇଛନ୍ତି। ମୋଦି ବିଜୟ ହେବାପରେ ଏହି ବ୍ୟକ୍ତି ଜଣକ ‘ମୋଦି ସୀତାଫଳ କୁଲଫି’ର ଆରମ୍ଭ କରିଛନ୍ତି। ଯାହାର ଚାହିଦା ବି ଖୁବ୍‌ ରହିଛି। ବହୁ ସଂଖ୍ୟାରେ ଲୋକମାନେ ଏହାକୁ ଖାଇବାକୁ ପସନ୍ଦ କରୁଛନ୍ତି।

Advertisment

publive-image Newsmobile

ଗୁଜୁରାଟର ସୁରଟରେ ବିବେକ ଅଜମେରା ବସବାସ କରନ୍ତି। ଯିଏକି ଆଇସ୍କ୍ରିମ୍‌ ପାର୍ଲର ମାଲିକ ଅଟନ୍ତି। ଅଜମେରା ବିଜେପି ପୁଣି ଥରେ ଶାସନ କ୍ଷମତାକୁ ଆସିବାରେ ଖୁସି ହୋଇ ‘ମୋଦି ସୀତାଫଳ କୁଲଫି’ର ଆରମ୍ଭ କରିଥିଲେ। ମୋଦି ସୀତାଫଳ କୁଲଫିର ବିଶେଷତ୍ୱ ହେଉଛି, ଏହା ଦେଖିବାକୁ ଅବିକଳ ମୋଦିଙ୍କ ଚେହେରା ଭଳି । ଅଜମେରା ଏଭଳି ୨୦୦ ଆଇସ୍କ୍ରମି ବନାଇ ଥିଲେ। ଲୋକମାନେ ବି ମୋଦିଙ୍କ ଚେହେରା ଥିବା ଏହି ସୀତାଫଳ କୁଲଫିକୁ ବହୁତ ପସନ୍ଦ କରୁଛନ୍ତି।