କଂଗ୍ରେସ ମୁଖ୍ୟାଳୟରେ ଚା’ ପରଷୁ ଥିବା କର୍ମଚାରୀଙ୍କ ପତ୍ନୀ ନିର୍ବାଚନ ଜିତିଲେ

ପିଥେରଗଢ଼: ଉତ୍ତରାଖଣ୍ଡର ପିଥେରଗଢ଼ ଜିଲ୍ଲାରେ କଂଗ୍ରେସ ପାର୍ଟି ମୁଖ୍ୟାଳୟରେ ଚା’ ପରଷୁ ଥିବା ବ୍ୟକ୍ତିଙ୍କ ପତ୍ନୀ ଗ୍ରାମପ୍ରଧାନ ନିର୍ବାଚନରେ ବିଜୟୀ ହେବା ଚର୍ଚ୍ଚାର ବିଷୟ ପାଲଟିଛି। ରାଜ୍ୟର ୧୨ଟି ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ ଫଳାଫଳ ମଙ୍ଗଳବାର ଘୋଷିତ ହୋଇଥିଲା। ଏଥିରେ ନରେନ୍ଦ୍ର ସିଂହ ‘ଅନ୍ନା’ଙ୍କ ୨୨ବର୍ଷୀୟ ପତ୍ନୀ ମଞ୍ଜୁଙ୍କୁ କନାଲିଛିନା ବ୍ଲକ୍‌ର ଅଡଗ୍ରାମରୁ ବିଜୟୀ ଘୋଷଣା କରାଯାଇଥିଲା। ମଞ୍ଜୁ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ବୀଙ୍କୁ ୧୫ ଭୋଟରେ ହରାଇଥିବା ଜଣାପଡ଼ିଛି।

ରାଜ୍ୟ କଂଗ୍ରେସ ପ୍ରବକ୍ତା ଗରିମା ଦସୋନିଙ୍କ କହିବାନୁସାରେ, ନରେନ୍ଦ୍ର ସିଂହ କଂଗ୍ରେସର ଜଣେ ଭଲ କର୍ମଚାରୀ ଅଟନ୍ତି। ପାର୍ଟି ତାଙ୍କ ପତ୍ନୀଙ୍କ ବିଜୟକୁ ନେଇ ଶୁଭେଚ୍ଛା ଜଣାଇଛି। ପାର୍ଟିର ନେତାମାନେ ନରେନ୍ଦ୍ରଙ୍କୁ ଯେତେବେଳେ ଯାହା ବି କହି ଥାଆନ୍ତି ସେସବୁ କିଛି କରିବାକୁ ପ୍ରସ୍ତୁତ ଥାଆନ୍ତି।

ନରେନ୍ଦ୍ର ସିଂହ କହନ୍ତି, ‘ଗ୍ରାମବାସୀ ପତ୍ନୀ ମଞ୍ଜୁଙ୍କୁ ମହିଳା ସଶକ୍ତିକରଣ ଲାଗି ଏକ ନିର୍ବାଚନ ଲଢ଼ିବା ଦରକାର ବୋଲି କହିଥିଳେ । ଏହାପରେ ମଞ୍ଜୁର ନାମ ନିର୍ବାଚନ ପାଇଁ ପଞ୍ଜୀକରଣ କରିଥିଲି। ମୁଁ ୧୦ମ ଶ୍ରେଣୀଯାଏଁ ପାଠ ପଢ଼ିଥିବା ବେଳେ ମଞ୍ଜୁ କଳାରେ ସ୍ନାତକ କରିଛି।’

ସମ୍ବନ୍ଧିତ ଖବର