କୋଇଲା ଖଣି ଶ୍ରମିକମାନଙ୍କର କାର୍ଯ୍ୟ ଓ ବଳିଦାନକୁ ସ୍ବୀକୃତି ଦେବା ଲାଗ ଆଜି ଆମ ଦେଶରେ ‘ଜାତୀୟ କୋଇଲା ଖଣି ଶ୍ରମିକ ଦିବସ’ ପାଳନ କରାଯାଉଛି। ଉଲ୍ଲେଖଯୋଗ୍ୟ, ୧୫୭୫ ମସିହାରେ ସ୍କଟଲାଣ୍ଡର ଜର୍ଜ ବ୍ରୁସ୍‌ ଠାରେ ପ୍ରଥମ କୋଇଲା ଖଣି ଖୋଳାଯାଇଥିଲା। ଆମ ଭାରତରେ ୧୭୭୪ ମସିହାରେ ପ୍ରଥମେ ଇଷ୍ଟ ଇଣ୍ଡିଆ କମ୍ପାନି ଆସନସୋଲ ଓ ଦୁର୍ଗାପୁର ସ୍ଥିତ ରାଣୀଗଞ୍ଜ କୋଇଲା ଖଣିର ଖନନ ଆରମ୍ଭ କରାଇଥିଲା। ସେହିପରି କୋଇଲା ଖନନ ହେଉଛି ସବୁଠାରୁ ବିପଦପୂର୍ଣ୍ଣ ତଥା କଠିନ ବୃତ୍ତି, ଯେଉଁଠି ଖଣିରେ ସୁଡ଼ଙ୍ଗ ଖୋଳି କୋଇଲା ଉତ୍ତୋଳନ କରିବା ପାଇଁ ଖଣି ଶ୍ରମିକମାନେ ଦିନ ତମାମ ଖଟିଥା’ନ୍ତି।

Advertisment

ଏପରିକି କାର୍ଯ୍ୟ ଦିବସ ଶେଷରେ ସେମାନେ ଘରକୁ ଫେରିବେ କି ନା ନାହିଁ ସେ ନେଇ ଅନିଶ୍ଚିତତା ରହିଥାଏ। ସେହିପରି କୋଇଲା ହେଉଛି ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପ୍ରାଥମିକ ଜୀବାଶ୍ମ ଇନ୍ଧନ ଯାହାର ଶକ୍ତି ଉତ୍ପାଦନ ଏବଂ ଇସ୍ପାତ ଓ ସିମେଣ୍ଟ ନିର୍ମାଣରେ ଗୁରୁ ଅବଦାନ ରହିଛି। ତେବେ ଆମେ ସୁଖ-ସୁବିଧାରେ ଜୀବନ ବିତାଇବା ଲାଗି ଆମକୁ କୋଇଲା ପରି ପୃଥିବୀର ସବୁଠୁ ଗୁରୁତ୍ବପୂର୍ଣ୍ଣ ସମ୍ବଳ ହାସଲ ପାଇଁ କଠିନ କାର୍ଯ୍ୟ କରୁଥିବା ସେହି ଶ୍ରମିକମାନଙ୍କ ପାଇଁ ଏପରି ଦିବସ ପାଳନ ଏକ ପ୍ରକୃଷ୍ଟ ଶ୍ରଦ୍ଧାଞ୍ଜଳି। ବିଶେଷ କରି କୋଇଲା ଖଣି ଖନନରେ ଜୀବନ ହାରିଥିବା ଶ୍ରମିକଙ୍କ ସଫଳତାକୁ ସମ୍ମାନ ଜଣାଇବା ସହ ସେମାନେ ସାରା ଜୀବନ ସହି ଆସିଥିବା କଷ୍ଟ ଓ ଦୁଃଖକୁ ମନେ ପକାଇବା ଲାଗି ଏହି ଦିବସ ପାଳନର ପରିକଳ୍ପନା କରାଯାଇଛି। ଭାରତରେ ୨୦୧୭ ମସିହାରୁ ଜାତୀୟ କୋଇଲା ଖଣି ଶ୍ରମିକ ଦିବସ ପାଳନ ପାଇଁ ସରକାର ଘୋଷଣା କରିଥିଲେ।