ତାପମାତ୍ରା ବୃଦ୍ଧି ଯୋଗୁଁ ୨୦୫୦ ବେଳକୁ ତରଳି ଯିବ ବଡ଼ ବଡ଼ ବରଫ ଖଣ୍ଡ, ଘୋର ସଙ୍କଟରେ ପଡ଼ିବ ସାରା ବିଶ୍ୱ!

ଦିନକୁ ଦିନ ଦ୍ରୁତ ଗତିରେ ପୃଥିବୀର ଜଳବାୟୁ ପରିବର୍ତ୍ତନ ହେବାରେ ଲାଗିଛି। ଯେଉଁପରି ଭାବରେ ଜଳବାୟୁ ପରିବର୍ତ୍ତନ ହେଉଛି ତାହାକୁ ଅଟକାଇବା ପାଇଁ ପଡିବ ନଚେତ ଆଗକୁ ଏହା ବଡ ସମସ୍ୟା ରୂପେ ଉଭା ହେବ। ତାପମାତ୍ରା ବୃଦ୍ଧି ଯୋଗୁଁ ୨୦୫୦ ବେଳକୁ ତରଳି ଯିବ ବଡ଼ ବଡ଼ ବରଫ ଖଣ୍ଡ। ଯାହାଫଳରେ ଘୋର ସଙ୍କଟରେ ପଡ଼ିବ ସାରା ବିଶ୍ୱ। ଅଲିଗଡ ବିଶ୍ୱବିଦ୍ୟାଳୟରେ ଜଣେ ଭୂଗୋଳ ପ୍ରଫେସରଙ୍କ କହିବା ଅନୁସାରେ ବର୍ତ୍ତମାନ ସମୟରେ ପୃଥିବୀର ଜଳବାୟୁ ପରିବର୍ତ୍ତନ ହେବାରେ ଲାଗିଛି। ଯେଉଁପରି ଭାବରେ ପରିବର୍ତ୍ତନ ହେଉଛି ତାହାକୁ ନ ରୋକିଲେ ଆଗାମୀ ଦିନରେ ଏହା ବଡ ସମସ୍ୟା ରୂପେ ଉଭା ହେବ। ଏହାସହ ସେ କହିଛନ୍ତି ଯେ, ୨୦୫୦ ସୁଦ୍ଧା ତାପମାତ୍ରା ଏତେ ବଢିବ ଯେ ବରଫ ଧିରେ ଧିରେ ତରଳିବାକୁ ଆରମ୍ଭ କରିବ। ବର୍ତ୍ତମାନ ସମୟରେ ମଧ୍ୟ ପୃଥିବୀର ତାପମାତ୍ରା ଅନେକ ମାତ୍ରାରେ ବଢିବାରେ ଲାଗିଛି। ପୂର୍ବରୁ ଯେପରି ଭାବରେ ସ୍ୱାଭାବିକ ତାପମାତ୍ରା ରହିଥିଲା ଏବେ ତାହାର ଘୋର ପରିବର୍ତ୍ତନ ହେଉଛି ଯେଉଁ କାରଣରୁ ଏପରି ସମସ୍ୟା ହେଉଛି।

ପ୍ରଫେସର ଏପରି ତଥ୍ୟ ୩୦ ଦେଶର ଆୟୋଜନ ଏକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ପୃଥିବୀରେ ଯେଉଁ ସମସ୍ତ ସ୍ଥାନରେ ବରଫ ରହିଛି ସେହି ସ୍ଥାନରେ ଅନେକ ବ୍ୟାକ୍ଟେରିଆ ରହି ସେହି ବରଫକୁ ତରଳ କରିବାରେ ଲାଗିଛନ୍ତି। ଏହାସହ ଗରମ ବଢିବା କାରଣରୁ ବରଫ ମଧ୍ୟ ତରଳିବାରେ ଲାଗିଛି। ପବନରେ ଏହା ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ମଧ୍ୟ ଯାଇପାରିବ। ଏହାସହ ସେ କହିଛନ୍ତି ଯେ, ସେହି ଅଞ୍ଚଳରେ କିଛି ପକ୍ଷୀ ରହୁଛନ୍ତି ତେଣୁ ସେଠାରେ ଗରମ ହେଲେ ସେମାନେ ଅନ୍ୟ ଏକ ସ୍ଥାନକୁ ଯାଇପାରନ୍ତି ଯାହା ଦ୍ୱାରା ପୃଥିବୀର ସନ୍ତୁଳନ ନଷ୍ଟ ହୋଇପାରେ। କେବଳ ଯେ ଅଲିଗଡର ପ୍ରଫେସର ଏପରି ସୂଚନା ଦେଇଛନ୍ତି ତାହା ନୁହେଁ ବରଂ ଜବାହାରଲାଲ ନେହେରୁ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ସମେତ ଅନେକ ବିଶ୍ୱବିଦ୍ୟାଳୟର ପ୍ରଫେସର ଏପରି ଘଟଣା ହୋଇପାରେ ବୋଲି ପୂର୍ବନୁମାନ କରିଛନ୍ତି। ଦିନକୁ ଦିନ ଭାରତରେ ମଧ୍ୟ ପ୍ରଦୂଷଣ ମାତ୍ରା ବଢିବାରେ ଲାଗିଛି। ତେଣୁ ଆମେମାନେ ମଧ୍ୟ ସଚେତନତା ହୋଇ କାମ କରିବା ଆବଶ୍ୟକତା ରହିଛି।

ସାରା ବିଶ୍ୱରେ ଯେଉଁ ସମସ୍ତ ପ୍ରଦୂଷଣ ଦେଶ ବା ସ୍ଥାନ ରହିଛି ତାହାରି ମଧ୍ୟରେ ଭାରତ ମଧ୍ୟ ରହିଛି। ତେଣୁ ଆଗାମୀ ଦିନରେ ଭାରତ ଉପରେ ଏହାର ପଡିପାରେ ଗୁରୁତର ପ୍ରଭାବ। ତେବେ ବରଫ ରହିଥିବା ସ୍ଥାନରେ ସୂର୍ଯ୍ୟଙ୍କ ଅତିବାଇଗଣୀ ରଶ୍ମି ପ୍ରଭାବରେ ବରଫ ତରଳିଯାଉଛି ତେଣୁ ଜଳସ୍ତର ବଢିବାରେ ଲାଗିଛି। ଜଳସ୍ତର ବଢିବା କାରଣରୁ ପୃଥିବୀ ଉପରେ ଏହା କ୍ଷତି କରିପାରେ ବୋଲି ପ୍ରଫେସର ଜଣକ କହିଛନ୍ତି। ୨୦୫୦ ସୁଦ୍ଧା ଏହା ପ୍ରଭାବରେ ଜଳପତ୍ତନ ବଢିବା ସହ ପୃଥିବୀ ଉପରେ ଏକ ବଡ ବିପଦ ଆସିପାରେ ବୋଲି ଆକଳନ କରାଯାଇଛି ।

ସମ୍ବନ୍ଧିତ ଖବର