ଆଜି ଆମ ଦେଶରେ ‘ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ’ ପାଳନ କରାଯାଉଛି। ଦେଶର ପ୍ରଯୁକ୍ତି ବିଦ୍ୟା ଓ ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ବିଶାରଦ, ଗବେଷକ ଓ ଯନ୍ତ୍ରୀମାନଙ୍କର ଅବଦାନ ତଥା ଉପଲବ୍ଧିକୁ ସ୍ବୀକୃତି ଦେବା ପାଇଁ ଏପରି ଦିବସ ପାଳନର ପରିକଳ୍ପନା କରାଯାଇଛି। ୨୫ ବର୍ଷ ତଳେ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ପୋଖରାନ ପରମାଣୁ ପରୀକ୍ଷଣକୁ ସ୍ମରଣୀୟ କରିବା ପାଇଁ ଏହି ଦିବସର ପ୍ରତିଷ୍ଠା କରିଥିଲେ ଏବଂ ୧୯୯୯ ମେ’ ୧୧ ତାରିଖରେ ପ୍ରଥମ କରି ତାହା ପାଳିତ ହୋଇଥିଲା।
ଉଲ୍ଲେଖଯୋଗ୍ୟ, ତାହାର ଠିକ୍ ବର୍ଷକ ତଳେ ୧୯୯୮ ମେ’ ୧୧ ତାରିଖରେ ରାଜସ୍ଥାନର ପୋଖରାନ ଠାରେ ଭାରତୀୟ ସ୍ଥଳସେନା ପକ୍ଷରୁ ୫ଟି ପରମାଣୁ ପରୀକ୍ଷଣ କରାଯାଇଥିଲା ଏବଂ ତାହାର ଆଉ ଦୁଇ ଦିନ ପରେ ଆଉ ଦୁଇଟି ପାରମାଣବିକ ଗଣନ(ଫ୍ୟୁଜନ୍)ର ସଫଳ ପରୀକ୍ଷଣ କରାଇ ଭାରତ ନିଜକୁ ଏକ ସ୍ବୟଂସଂପୂର୍ଣ୍ଣ ପରମାଣୁ ରାଷ୍ଟ୍ର ଭାବେ ଘୋଷଣା କରିଥିଲା। ସେହି ସଫଳ ତଥା ଗୁରୁତ୍ବପୂର୍ଣ୍ଣ ମୁହୂର୍ତ୍ତକୁ ସ୍ମରଣ କରିବା ପାଇଁ ଜାତୀୟ ପ୍ରଯୁକ୍ତି ବିଦ୍ୟା ବିକାଶ ପରିଷଦ ପକ୍ଷରୁ ପ୍ରତିବର୍ଷ ଏଭଳି ଦିବସ ପାଳିତ ହେଉଛି। ଚଳିତବର୍ଷ ଏହି ଦିବସ ପାଳନର ମୁଦ୍ଦା ରହିଛି, ‘ଏକ ସ୍ଥାୟୀ ଭବିଷ୍ୟତ ପାଇଁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଏକୀକୃତ ଆଭିମୁଖ୍ୟ’। ଅର୍ଥାତ୍ ଏକ ସହନଶୀଳ ସ୍ଥାୟୀ ଭବିଷ୍ୟତକୁ ବାସ୍ତବ ରୂପ ଦେବା ଲାଗି ପ୍ରଯୁକ୍ତି ବିଦ୍ୟାର ବ୍ୟବହାରକୁ ଗୁରୁତ୍ବାରୋପ କରିବା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/jgdgjgdjgdjgdjgjgjd.jpg)