ପାକସ୍ଥଳୀରେ ଅମ୍ଳତ୍ବ ବା ଏସିଡିଟି ବା ଏସିଡ୍‌ ରିଫ୍ଲକ୍ସ ହେଉଛି ଏକପ୍ରକାର ଗାଷ୍ଟ୍ରୋଇସୋଫାଜିଆଲ୍ ରିଫ୍ଲକ୍ସ ରୋଗ। ପାକସ୍ଥଳୀରେ ଏସିଡ୍‌ ଯେତେବେଳେ ଖାଦ୍ୟନଳୀ ଆଡ଼କୁ ପ୍ରବାହିତ ହୋଇଥାଏ, ସେତେବେଳେ ଏହି ରୋଗ ସୃଷ୍ଟି ହୋଇ ପେଟ ଓ ଛାତିରେ ଯନ୍ତ୍ରଣା ସହ ଅସହଜ ଅନୁଭବ ହୁଏ। ଅମ୍ଳତ୍ବ ସମସ୍ୟାର କେତେକ କାରଣ ହେଉଛି ଭୁଲ୍ ଖାଦ୍ୟ ଚୟନ, ମାତ୍ରାଧିକ ଭୋଜନ, ଧୂମପାନ, ଗର୍ଭଧାରଣ, ମାନସିକ ଚାପ ଓ କୌଣସି ଔଷଧର ପାର୍ଶ୍ବ ପ୍ରତିକ୍ରିୟା। ଏସିଡିଟି ଦୂର କରିବାର କିଛି ସହଜ ଘରୋଇ ଉପଚାର ସମ୍ପର୍କରେ ଆଲୋଚନା କରିବା।

Advertisment

 ସକାଳେ ନଖ ଉଷୁମ ପାଣି ପିଇବା ଦ୍ବାରା ଏସିଡିଟି ଲାଘବ ହୋଇପାରିବ। ଉଷୁମ ପାଣିରେ ଟିକେ ଗୋଲମରିଚ ଗୁଣ୍ଡ ଓ ଲେମ୍ବୁ ରସ ମିଶାଇଲେ ତାହା ଆହୁରି ଭଲ କାମ କରେ। 
 ପଇଡ଼ ପାଣି ଏସିଡିଟିର ଅନ୍ୟତମ ପ୍ରକୃଷ୍ଟ ଉପଚାର। ନିୟମିତ ପଇଡ଼ ପାଣି ପିଇଲେ ପାକସ୍ଥଳୀରେ ଏସିଡ୍‌ର ମାତ୍ରାଧିକ ପ୍ରଭାବ ହ୍ରାସ ପାଏ। 
 ଜିରା ପାଣି ଏକ ପ୍ରାକୃତିକ ଅମ୍ଳତ୍ବ ହରଣକାରୀ ଉପାଦାନ। ଗୋଟିଏ ଚାମଚ ଜିରାକୁ ପାଣିରେ ପକାଇ ତାହାକୁ ୧୦-୧୫ ମିନିଟ୍‌ ଫୁଟାଇ ଏହା ପ୍ରସ୍ତୁତ କରିହେବ। ତାହାକୁ ଥଣ୍ଡା କରି, ଖାଇବା ପରେ ଦିନକୁ ତିନିଥର ପିଇଲେ ଅମ୍ଳତ୍ବ ଦୂର ହୋଇଥାଏ। 
 ଲେମ୍ବୁରସ ଅମ୍ଳତ୍ବ ଦୂର କରିବା ସହ ଶରୀରର ରୋଗ ପ୍ରତିରୋଧକତା ବଢ଼ାଇଥାଏ। ଲେମ୍ବୁରସରେ ଥିବା ଭିଟାମିନ୍‌ ‘ସି’ ପାକସ୍ଥଳୀକୁ ସୁସ୍ଥ ରଖିବା ସହ ଅନ୍ୟାନ୍ୟ ସଂକ୍ରମଣରୁ ରକ୍ଷା କରିଥାଏ।
 ପାଚିଲା କଦଳୀ ଅମ୍ଳତ୍ବ ଦୂର କରିବା ସହ ଗ୍ୟାସ୍‌ ସମସ୍ୟା ଯୋଗୁଁ ଛାତିପୋଡ଼ା ଦୂର କରିଥାଏ। 
 ପୁଷ୍ଟିସାର, କାଲସିଅମ୍‌, ରିବୋଫ୍ଳାଭିନ୍‌ ଓ ଭିଟାମିନ୍‌ ସି’ ଆଦି ଉପାଦାନରେ ଭରପୂର ଦହି ହେଉଛି ଅନ୍ୟତମ ପାକପୀଡ଼ା ଲାଘବକାରୀ। ଏଥିରେ ଥିବା ଉପକାରୀ ଅଣୁଜୀବଗୁଡ଼ିକ ହଜମ ପ୍ରକ୍ରିୟାରେ ସାହାଯ୍ୟ କରି ଏସିଡିଟି ସମସ୍ୟା ଦୂର କରିଥାଏ।