ମଧୁମେହଜନିତ ସ୍ନାୟୁ ଯନ୍ତ୍ରଣା ବା ‘ଡାଇବେଟିକ୍ ନ୍ୟୁରୋପାଥି’ ହେଉଛି ଅନିୟନ୍ତ୍ରିତ ମଧୁମେହଜନିତ ଏକ ସାଧାରଣ ଜଟିଳତା। ଏଥିରେ ଆକ୍ରାନ୍ତଙ୍କ ପାଦ ଓ ହାତରେ ଜଳାପୋଡ଼ା, ଝିମ୍ଝିମ୍, ସମ୍ବେଦନହୀନତା ଓ ଭୀଷଣ ଯନ୍ତ୍ରଣା ହୋଇଥାଏ। ଏହାର ପ୍ରତିକାର ପାଇଁ ଡାକ୍ତରୀ ଔଷଧ ଉପଲବ୍ଧ ଥିଲେ ହେଁ ଏହାର ପ୍ରାକୃତିକ ଉପଚାର ଉତ୍ସାହଜନକ ଫଳାଫଳ ଦେଇଆସୁଛି। ପ୍ରତ୍ୟହ ୬୦୦ରୁ ୮୦୦ ମିଲିଗ୍ରାମ୍ ଆଲଫା-ଲିପୋଇକ୍ ଏସିଡ୍(ଏଏଲ୍ଏ) ଭଳି ଆଣ୍ଟିଅକ୍ସିଡାଣ୍ଟ ଗ୍ରହଣ କଲେ ସ୍ନାୟୁ କାର୍ଯ୍ୟରେ ଉନ୍ନତି ସହ ଜଳାପୋଡ଼ା ଭଳି ଲକ୍ଷଣଗୁଡ଼ିକ କମିଥାଏ। ସେହିପରି ମଧୁମେହ ରୋଗୀଙ୍କ ମଧ୍ୟରେ ଅଭାବ ଥିବା ଭିଟାମିନ୍ ବି୧୨ ଓ ବେନ୍ଫୋଟିଆମିନ୍ ସ୍ନାୟୁ ମରାମତି ପାଇଁ ଗୁରୁତ୍ୱପୂର୍ଣ୍ଣ। ସୁତରାଂ ଭିଟାମିନ୍ ବି ଓ ଆଲଫା-ଲାଇପୋଇକ୍ ଏସିଡ୍ ଭଳି ଆଣ୍ଟିଅକ୍ସିଡାଣ୍ଟ ମଧୁମେହ ନ୍ୟୁରୋପାଥିକୁ ରୋକିପାରିବ। ଭିଟାମିନ୍ ଡି ଓ ମ୍ୟାଗ୍ନେସିୟମ୍ର ଅଭାବ ମଧୁମେହ ରୋଗୀଙ୍କ ଯନ୍ତ୍ରଣା ବୃଦ୍ଧି ସହ ଜଡ଼ିତ ଏବଂ ଏହି ଅଭାବ ଦୂର କରି ସ୍ନାୟୁ ସମ୍ବେଦନଶୀଳତା ହ୍ରାସ କରିହେବ। ଦୈନିକ ଚାଲିବା, ଯୋଗ କରିବା କିମ୍ବା ପହଁରିବା ପରି କାର୍ଯ୍ୟକଳାପ ସ୍ନାୟୁକୁ ରକ୍ତ ପ୍ରବାହ ଉନ୍ନତ କରିବା ସହ ଡାଇବେଟିକ୍ ନ୍ୟୁରୋପାଥିର ପ୍ରଭାବ ହ୍ରାସ କରିଥାଏ। ନିୟମିତ ଗତିବିଧି ରକ୍ତଶର୍କରାକୁ ପରିଚାଳନା କରିବାରେ ମଧ୍ୟ ସାହାଯ୍ୟ କରେ, ଯାହା ନ୍ୟୁରୋପାଥିକୁ ଆଗକୁ ବଢ଼ିବାକୁ ଦେଇ ନଥାଏ। ଧ୍ୟାନ, ଗଭୀର ଶ୍ବାସକ୍ରିୟା ସଂପର୍କିତ ବ୍ୟାୟାମ ଓ ଆଙ୍କୁପଙ୍କର୍ ମଧ୍ୟ ମାନସିକ ଚାପକୁ ହ୍ରାସ କରି ସାମଗ୍ରିକ ଯନ୍ତ୍ରଣା ସହନଶୀଳତାକୁ ଉନ୍ନତ କରିଥାଏ।
ମଧୁମେହଜନିତ ସ୍ନାୟୁ ଯନ୍ତ୍ରଣାର ପ୍ରାକୃତିକ ଉପଚାର
ମଧୁମେହଜନିତ ସ୍ନାୟୁ ଯନ୍ତ୍ରଣା ବା ‘ଡାଇବେଟିକ୍ ନ୍ୟୁରୋପାଥି’ ହେଉଛି ଅନିୟନ୍ତ୍ରିତ ମଧୁମେହଜନିତ ଏକ ସାଧାରଣ ଜଟିଳତା। ଏଥିରେ ଆକ୍ରାନ୍ତଙ୍କ ପାଦ ଓ ହାତରେ ଜଳାପୋଡ଼ା, ଝିମ୍ଝିମ୍, ସମ୍ବେଦନହୀନତା ଓ ଭୀଷଣ ଯନ୍ତ୍ରଣା ହୋଇଥାଏ।
/sambad/media/media_files/2025/07/02/gdjgjdgdjdgjc-2025-07-02-00-36-15.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)