ପାଣାଜୀ: ଗୋଆର ଦୋବାଲିନ୍ ବିମାନବନ୍ଦରରେ କୁକୁର ଯୋଗୁ ଅନେକ ଯାତ୍ରୀ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ବିମାନବନ୍ଦରରେ ଏକ ବିମାନଟି ଅବତରଣ କରିବାକୁ ଯାଉଥିବା ବେଳେ ହଠାତ୍ ସେଠାରେ ଏକ କୁକୁର ଆସିଯବାରୁ ଆଉ ଅବତରଣ ହୋଇପାରିଥିଲା।
କର୍ମଚାରୀମାନେ କୁକୁରଟିକୁ ହଟାଇବାରୁ ଚେଷ୍ଟା କରିଥିଲେ ବି କୁକୁରଟି କିନ୍ତୁ ରନ୍ୱେ ସାରା ଦୌଡ଼ିବା ଆରମ୍ଭ କରି ଦେଇଥିଲା। ତାଙ୍କୁ ଚାରିପାଖରୁ ଘେରିଯାଇ ରନୱେରୁ ଗୋଡ଼ାଇ ଗୋଡ଼ାଇ ପରେ ବିମାନ ବନ୍ଦର ବାହାରେ ଧରାଯାଇଥିଲା। ହେଲେ ସେହି କାରଣରୁ ବିମାନଟି ଅବତରଣ କରି ପାରିଲାନି। ଫଳରେ ବେଙ୍ଗାଲୁରୁରୁ ଗୋଆକୁ ଆସିଥିବା ବିମାନଟି ପୁଣି ବେଙ୍ଗାଲୁରୁକୁ ଫେରିଗଲା। ଏହି ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। କୁକୁରଟି କେଉଁଠାରୁ ଆସିଥିଲା ତାହା ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଛି।
A #Vistara flight returned to Bengaluru without landing at the Dabolim Airport in #Goa after a stray dog was spotted on the runway by the Air Traffic Controller, a senior official said on November 14.https://t.co/ITUNZGiQme
— The Hindu (@the_hindu) November 14, 2023
କୁହାଯାଉଛି ଯେ ଏୟାର ଟ୍ରାଫିକ ନିୟନ୍ତ୍ରକ ରନୱେରେ ଏକ କୁକୁରକୁ ଦେଖିଥିଲେ। ଭିସ୍ତାରା ଏୟାରଲାଇନ୍ସର ଏକ ବିମାନ ଅବତରଣ କରିବାକୁ ଯାଉଥିଲା। ସେହି କାରଣରୁ ନିୟନ୍ତ୍ର ପାଇଲଟଙ୍କୁ ସୂଚନା ପଠାଇଲେ ଏବଂ ବିମାନ ଅବତରଣ ନକରି ବେଙ୍ଗାଲୁରୁକୁ ଫେରିଗଲା।
ସୋମବାର ଅପରାହ୍ନରେ ଏହି ଘଟଣା ଘଟିଛି ବୋଲି ଅଧିକାରୀ କହିଛନ୍ତି। ଗୋଆ ବିମାନବନ୍ଦରର ନିର୍ଦ୍ଦେଶକ ଏସଭିଟି ଧନଞ୍ଜୟ ରାଓ ମଧ୍ୟ ଏହାକୁ ନିଶ୍ଚିତ କରିଛନ୍ତି।