ମାଛ, ଅଣ୍ଡା ଓ ପନିପରିବା ଉତ୍ପାଦନ ବଢ଼ିଛି, କିନ୍ତୁ ଏଯାଏ ଓଡ଼ିଶା ପାଇଁ ଆବଶ୍ୟକ ଲକ୍ଷ୍ୟ ଛୁଇଁ ପାରିନାହିଁ। କୃଷି-ପଶୁସଂପଦ- ସମବାୟ-ଜଳସେଚନ ଓ ଖାଦ୍ୟ େଯାଗାଣ ପ୍ରଭୃତି ବିଭାଗଗୁଡ଼ିକ ମଧ୍ୟରେ ସର୍ବନିମ୍ନ ସମନ୍ବୟ ଅଭାବକୁ ଏ ଦିଗରେ ବଡ଼ କାରଣ ବୋଲି କୁହାଯାଉଛି। ଶୀତଳଭଣ୍ଡାର କ୍ଷେତ୍ରରେ ମଧ୍ୟ ଓଡ଼ିଶା ସରକାର ରଖିଥିବା ଲକ୍ଷ୍ୟ ପୂରଣ କରିପାରି ନାହାନ୍ତି।
ସରକାର ନିଜ ଆୟ ଆଉ ଆଖିଦୃଶିଆ ଭାବେ ବଢ଼ାଇ ପାରୁନାହାନ୍ତି। ଅର୍ଥାତ୍ ରୋଜଗାରର ନୂଆ ଉତ୍ସ ଖୋଜିବାରେ ସରକାରଙ୍କୁ ସେଭଳି ସଫଳତା ମିଳିପାରିନାହିଁ। ଏହି କାରଣରୁ ବେକାରି ଏବେ ବି ଏକ ବଡ଼ ସମସ୍ୟା ଭାବେ ଉଭା େହାଇ ରହିଛି।
ଦୀର୍ଘ ମିଆଦି ଯୋଜନା ପ୍ରସ୍ତୁତି ଓ କାର୍ଯ୍ୟାନ୍ବୟନରେ ଦୂରଦୃଷ୍ଟିର ଅଭାବ କାରଣରୁ ଦାନମାଝୀ ଓ ନଗଡ଼ା ଘଟଣାରେ ଓଡ଼ିଶା ନିନ୍ଦିତ ହୋଇଛି। ଅପହଞ୍ଚ ଇଲାକାକୁ ମୁଖ୍ୟ ରାସ୍ତା ସହ ଯୋଡ଼ାଯାଇ ପାରୁନଥିବା କାରଣରୁ ଗର୍ଭବତୀଙ୍କ ପାଖରେ ଆମ୍ବୁଲାନ୍ସ ପହଞ୍ଚି ପାରୁନାହିଁ। ଅପପୁଷ୍ଟି ଏବେ ବି ଏକ ବଡ଼ ଚ୍ୟାଲେଞ୍ଜ ବୋଲି କୁହାଯାଇପାରେ, ଯେଉଁଥିପାଇଁ ମାଲକାନଗିରିରେ ଜାପାନୀ ଏନ୍ସେଫାଲାଇଟିସ୍ ଭଳି ଘଟଣା ସାମ୍ନାକୁ ଆସୁଛି।
ସଡ଼କ ପରିବହନ କ୍ଷେତ୍ରରେ ସରକାର ସବୁଠାରୁ ବଡ଼ ସଫଳତା ହାସଲ କରିଛନ୍ତି। ହେଲେ ସମାନ୍ତରାଳ ଭାବେ ବର୍ଷକୁ ପାଖାପାଖି ପାଞ୍ଚ ହଜାର ଲୋକ ସଡ଼କ ଦୁର୍ଘଟଣାରେ ଜୀବନ ହାରୁଛନ୍ତି। ଯେଉଁଥିରୁ ୭୦% ତାଙ୍କ ପରିବାରର ରୋଜଗାରିଆ ମୁଣ୍ଡ ଥିଲେ େବାଲି କୁହାଯାଉଛି।
ସ୍ପଷ୍ଟ ଶିକ୍ଷା ନୀତିର ଅଭାବ କାରଣରୁ ରାଜ୍ୟରେ ମାସ ମାସ ଧରି ଅଧ୍ୟାପକ ଆନ୍ଦୋଳନରେ ମାତୁଥିବା ପରି ଅଭାବନୀୟ ଘଟଣା ଘଟୁଛି। ସବୁ ପ୍ରମୁଖ ବିଶ୍ବବିଦ୍ୟାଳୟରୁ ଆନ୍ତର୍ଜାତିକ ସ୍ତରରେ ନାମ ରଖିବା ପରି ଅଥବା ପ୍ରଶାସନିକ ସେବା ପରୀକ୍ଷାରେ କୃତିତ୍ବ ହାସଲ କରିବା ଭଳି ମେଧାବୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମୁଛି।
ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ପୋସ୍କୋ ଇଣ୍ଡିଆ, ମିତ୍ତଲକୁ ଓଡ଼ିଶା ହାତଛଡ଼ା କରିଛି। ଏକାଧିକ ତାପଜ ବିଦ୍ୟୁତ ଉତ୍ପାଦନ ଶିଳ୍ପ ପ୍ରତିଷ୍ଠା ସହ ଓଡ଼ିଶା ଶକ୍ତି କ୍ଷେତ୍ରରେ ବଳକା ବୋଲି ଦାବି କରୁଛି। ଅଥଚ ସମାନ କାରଣରୁ ଜଳବିଦ୍ୟୁତ କ୍ଷେତ୍ରରେ ଗୋଟିଏ େମଗାଵାଟ ଯୋଡ଼ା ଯାଇପାରିଲା ନାହିଁ। ବହୁ ଚର୍ଚ୍ଚିତ ସିଣ୍ଢୋଳ ପ୍ରକଳ୍ପ ଅଧାରେ ଅଟକିଯାଇଛି। ୨୪ ଘଣ୍ଟିଆ ବିଦ୍ୟୁତ ସେବା ପ୍ରଦାନ କ୍ଷେତ୍ରରେ ସରକାର ସଫଳ ହୋଇ ପାରିନାହାନ୍ତି।
ରାଜ୍ୟର ରୋଜଗାର ବଢ଼ିଛି। ଅନାହାର ମୃତ୍ୟୁର କଳଙ୍କ ଲିଭିବା ଆରମ୍ଭ କଲାଣି। ହେଲେ ୧୧ଟି ଜିଲ୍ଲାରେ ଦାଦନ ସମସ୍ୟାର ଚିତ୍ର ବିରୋଧୀଙ୍କୁ ବିରୋଧ ପାଇଁ ଖୋରାକ ଯୋଗାଉଛି। ପ୍ରତିବର୍ଷ ହଜାର ହଜାର ପରିବାର ରାଜ୍ୟ ଛାଡ଼ି କାମଧନ୍ଦା ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରୁଛନ୍ତି।
ଓଡ଼ିଶା ତାହାର କଳାସଂସ୍କୃତି ଓ ପର୍ଯ୍ୟଟନ ସମ୍ଭାବନା ଦୃଷ୍ଟିରୁ ପ୍ରମୁଖ ସ୍ଥାନ ହାସଲ କରିଛି ସତ; ମାତ୍ର ଏ ବର୍ଷଗୁଡ଼ିକରେ ଏ କ୍ଷେତ୍ରରେ କିଛି ଉନ୍ନତି ଘଟିନାହିଁ। ପର୍ଯ୍ୟଟନ ନିଗମ ଯେମିତି ଥିଲା ସେମିତି। ଆମର ବେଳାଭୂମିକୁ ପର୍ଯ୍ୟଟନ ଦୃଷ୍ଟିରୁ ଉପଯୋଗୀ କରି ପାରୁନାହୁଁ। ଏ କ୍ଷେତ୍ରରୁ ନିଯୁକ୍ତି ପାଇଁ ସବୁଠାରୁ ଅଧିକ ସମ୍ଭାବନା ଥିଲେ ହେଁ ଏହାକୁ ଆଦୌ ସେଭଳି ଗୁରୁତ୍ବ ଦିଆଯାଇ ନାହିଁ।
ଭାଷା-ସାହିତ୍ୟ-ସଂସ୍କୃତି ପାଇଁ ସରକାରୀ ତତ୍ପରତା ପ୍ରଚାର ଭିତରେ ସୀମିତ। ଏହା ଭିତରେ ନା ଗଢ଼ି ଉଠିଛି ଶାସ୍ତ୍ରୀୟ ଭାଷା କେନ୍ଦ୍ର ନା ରୂପ ନେଇପାରିଛି ଓଡ଼ିଆ ବିଶ୍ବବିଦ୍ୟାଳୟ। ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ଘୋଷଣାରେ ସୀମିତ ଥିବାବେଳେ ଓଡ଼ିଶୀ ସଂଗୀତକୁ ଏଯାଏ ଶାସ୍ତ୍ରୀୟ ମାନ୍ୟତା ମିଳିନି।
ଦେଶର ୧୦୦ଟି ସ୍ମାର୍ଟ ସିଟି ଚୟନ ପାଇଁ ହୋଇଥିବା ପ୍ରତିଯୋଗିତାରେ ଭୁବନେଶ୍ବର ପ୍ରଥମ ସ୍ଥାନ ହାସଲ କଲା। ଅନ୍ୟ ସହରଗୁଡ଼ିକର ଡିଜାଇନ୍ ଓ ପରିକଳ୍ପନାଠାରୁ ଭୁବନେଶ୍ବରର ପରିକଳ୍ପନା ସଂପୂର୍ଣ୍ଣ ଭିନ୍ନ ଓ ଲୋକଙ୍କ ସହଯୋଗରେ ଓ ଅଧିକ ଲୋକ ଉପକୃତ ହେବା ଭଳି ଯୋଜନାମାନ ଥିଲା। ଏହାସହ ଘରୋଇ ସଂସ୍ଥାର ପୁଞ୍ଜିନିବେଶରେ ବହୁ ବଡ଼ ପ୍ରକଳ୍ପ କରିବାକୁ ଯୋଜନା ହୋଇଥିଲା। ଯେଉଁଥିପାଇଁ ଭୁବନେଶ୍ବରକୁ ଏହି ସଫଳତା ମିଳିଥିଲା। ୫ବର୍ଷରେ ସବୁ ପ୍ରକଳ୍ପ ଶେଷ କରିବାର ଥିଲା। ହେଲେ ଜୁନ୍, ୨୦୨୦ରେ ସ୍ମାର୍ଟ ସିଟି ଘୋଷଣାକୁ ୫ବର୍ଷ ପୂରିବାକୁ ଥିଲେ ହେଁ ଭୁବନେଶ୍ବରରେ ଆଜି ବି ବହୁ ପ୍ରକଳ୍ପ ଆରମ୍ଭ ହୋଇପାରିନି। ବିଶେଷକରି ପିପିପି ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରିବାରେ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ କର୍ତ୍ତୃପକ୍ଷ ଫେଲ୍ ମାରିଛନ୍ତି।