ଶ୍ରୀକ୍ଷେତ୍ର ନବୀକରଣ
ଓଡ଼ିଆ ଜାତିକୁ ପରିଚୟ ପ୍ରଦାନ କରୁଥିବା ଜଗନ୍ନାଥ ମନ୍ଦିରକୁ ଅଧିକ ସୁରକ୍ଷିତ ଓ ସୁନ୍ଦର କରିବା ପ୍ରତି ପ୍ରତିବଦ୍ଧତା ପ୍ରଦର୍ଶନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିନା କୌଣସି ବିବାଦରେ ଜବରଦଖଲ ଉଚ୍ଛେଦ ଓ ଜମି ଅଧିଗ୍ରହଣ କାର୍ଯ୍ୟ ଜାରି ରଖିଛନ୍ତି। ସେ କୁହନ୍ତି ଶ୍ରୀମନ୍ଦିର ଓଡ଼ିଆ ସଭ୍ୟତା ପାଇଁ ଏକ ଅମୂଲ୍ୟ ସମ୍ପତ୍ତି। ଏହାର ସୁରକ୍ଷା ପାଇଁ କିଛି କରିପାରିଲେ ଆମ ଜୀବନ ଅର୍ଥପୂର୍ଣ୍ଣ ହୋଇପାରିବ। ପୁରୀ ସହରକୁ ଏକ ବିଶ୍ବସ୍ତରୀୟ ଐତିହାସିକ ସହରରେ ପରିଣତ କରିବା ପାଇଁ ୩୨୦୮ କୋଟି ଟଙ୍କା ବ୍ୟୟରେ ‘ଅବଢ଼ା’ ଯୋଜନାର କାର୍ଯ୍ୟ ଜାରି ରହିଛି।
ମୋ ସରକାର
୨୦୧୯ ମସିହା ଗାନ୍ଧୀ ଜୟନ୍ତୀରେ ଆରମ୍ଭ ହୋଇଥିଲା ମୋ ସରକାର ଯୋଜନା। ଏକ ସଭାରେ ନବୀନ କହିଥିଲେ, ‘ଲୋକମାନେ ହିଁ ପ୍ରକୃତ ସରକାର। ମୋ ସରକାର ହେଉଛି ସେମାନଙ୍କ ସରକାର। ପ୍ରତିଟି ସରକାରୀ କାର୍ଯ୍ୟାଳୟ ନାଗରିକଙ୍କ ଟଙ୍କାରେ ଚାଲୁଛି। ତେଣୁ ଲୋକମାନେ ନିଜ କାମ ପାଇଁ ସରକାରୀ ଅଫିସକୁ ଆସିଲେ କର୍ମଚାରୀମାନେ ସେମାନଙ୍କ ପ୍ରତି ସମ୍ମାନ ଓ ସମ୍ବେଦନା ପ୍ରଦର୍ଶନ କରିବା ଉଚିତ।’ ବିଭାଗୀୟ ମନ୍ତ୍ରୀ, ସଚିବ ଓ ଅନ୍ୟାନ୍ୟ ବିଭାଗୀୟ ମୁଖ୍ୟଙ୍କ ସମେତ ନବୀନ ପଟ୍ଟନାୟକ ନିଜେ ଜନସାଧାରଣଙ୍କୁ ଫୋନ କରି ସରକାରୀ ସେବାରେ ସେମାନେ କେତେ ସନ୍ତୁଷ୍ଟ ସେ ସମ୍ପର୍କିତ ମତାମତ ଗ୍ରହଣ କରିଥାନ୍ତି। ଲୋକଙ୍କ ମତାମତ ଓ ଅଭିଯୋଗ ଆଧାରରେ ସରକାରୀ କର୍ମଚାରୀଙ୍କୁ ପଦୋନ୍ନତି ମିଳିଥାଏ କିମ୍ବା ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ।
bjdodisha.org.in୫-ଟି
ଟ୍ରାନ୍ପରେନ୍ସି (ସ୍ବଚ୍ଛତା), ଟିମ୍ ଵାର୍କ (ସହଯୋଗ), ଟେକ୍ନୋଲୋଜି (ପ୍ରଯୁକ୍ତିବିଦ୍ୟା), ଟାଇମ୍ (ସମୟ) ଓ ଟ୍ରାନ୍ସଫରମେସନ୍ (ସଂସ୍କାର) ଉପରେ ସର୍ବାଧିକ ଗୁରୁତ୍ବ ପ୍ରଦାନ କରି ଓଡ଼ିଶା ଶାସନକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ସମସ୍ତ ସରକାରୀ କାର୍ଯ୍ୟାଳୟରେ ୫-ଟିର ମନ୍ତ୍ରକୁ ଆଦର୍ଶ ଭାବରେ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ। ନାଲି ଫିତା ତଳେ ଯେପରି କୌଣସି କାର୍ଯ୍ୟ ପଡ଼ି ନ ରହେ, କୌଣସି ଯୋଜନା ଘୋଷଣା ହେବା ସଙ୍ଗେ ସଙ୍ଗେ ଯେପରି ଲୋକଙ୍କ ନିକଟକୁ ତାହାର ସୁବିଧା ପହଞ୍ଚିପାରେ ସେ କ୍ଷେତ୍ରରେ ୫-ଟି ଉଲ୍ଲେଖନୀୟ ପ୍ରୟାସ କରିଆସିଛି। ଏବର୍ଷ ବିଧାନସଭାର ବଜେଟ୍ ଅଧିବେଶନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ୫-ଟିର ପ୍ରଶଂସା କରି କହିଥିଲେ ଯେ ଏହା ଜରିଆରେ ପ୍ରଶାସନକୁ ଅଧିକ କ୍ରିୟାଶୀଳ କରାଯାଇଛି ଏବଂ ଏହା ଦ୍ବାରା ରାଜ୍ୟର ସ୍ବାସ୍ଥ୍ୟ, ଶିକ୍ଷା ଆଦି କ୍ଷେତ୍ରରେ ଅଧିକ ପ୍ରଗତି ହୋଇପାରିଛି।
ଏସ୍ସିବି ମେଡିକାଲ୍ର ଉନ୍ନତି
ଏ ବର୍ଷ ପଞ୍ଚାୟତିରାଜ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ସ୍ଥିତ ଏସ୍ସିବି ମେଡିକାଲ୍ କଲେଜ ଓ ହସ୍ପିଟାଲକୁ ବିଶ୍ବସ୍ତରୀୟ କରାଯିବା ବୋଲି ଘୋଷଣା କରିଥିଲେ। ହଜାରେ କୋଟି ଟଙ୍କା ବ୍ୟୟରେ ଜାରି ରହିଥିବା ଏହି ଭିତ୍ତିଭୂମି ବିକାଶ କାର୍ଯ୍ୟକ୍ରମର ଶିଳାନ୍ୟାସ କରି ସେ କହିଥିଲେ ଯେ ଏସ୍ସିବିକୁ ବିଶ୍ବସ୍ତରୀୟ ଅନୁଷ୍ଠାନ ଭାବେ ବିକାଶ କରି ସାଧାରଣ ଲୋକଙ୍କୁ ଓଡ଼ିଶାରେ ହିଁ ବିଶ୍ବସ୍ତରୀୟ ଚିକିତ୍ସା ଯୋଗାଇ ଦେବା ହେଉଛି ବିଜେଡି ସରକାରର ଲକ୍ଷ୍ୟ। ଏସ୍ସିବି ମେଡିକାଲକୁ ସଂଯୋଗ କରୁଥିବା ତାଳଦଣ୍ଡା କେନାଲ ଉପରେ ନିର୍ମିତ ନୂଆ ରାସ୍ତାକୁ ମୁଖ୍ୟମନ୍ତ୍ରୀ ନିକଟରେ ଉଦ୍ଘାଟନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/srimandir-bkm.jpg)