ଆଶ୍ୱିନର ଶରତ ସକାଳରେ ଧରଣୀ ହୋଇଛି ପୁଲକିତ । ଗୃହଠାରୁ ଦେବାଳୟ ପର୍ଯ୍ୟନ୍ତ ସବୁଠାରେ ଜ୍ୟୋତିର୍ମୟୀ ଜଗନ୍ମାତାଙ୍କ ଆଗମନର ପଦଧ୍ୱନି । ଓଡ଼ିଶା ସମେତ ସାରାଦେଶରେ ଆରମ୍ଭ ହୋଇଛି ନବରାତ୍ର ବା ନବଦିନାତ୍ମକ ଶକ୍ତି ପୂଜା । ନବରାତ୍ରର ନଦଦିନରେ ମା’ଙ୍କର ନଅଟି ସ୍ୱରୂପର ଆରାଧନା କରାଯାଏ । ୭ମ ଦିନରେ ଭଗବତୀ ଆଦ୍ୟାଶକ୍ତିଙ୍କୁ ଆବାହନ କରାଯାଏ ମା’ କାଳରାତ୍ରୀ ରୂପରେ ।
ନବଦୁର୍ଗାଙ୍କ ସପ୍ତମ ରୂପ ହେଲେ ମା କାଳରାତ୍ରୀ। ସେ ଅତ୍ୟନ୍ତ ଉଗ୍ର ରୂପା, କିନ୍ତୁ ଭକ୍ତମାନଙ୍କ ପାଇଁ ସେ ଶୁଭ ଓ ମଙ୍ଗଳଦାୟିନୀ। ତାଙ୍କର ବର୍ଣ୍ଣ କୃଷ୍ଣ, ବିଶାଳ ଦେହ, ବିକଳ କେଶ, ତିନିଟି ନୟନ ଓ ଅଗ୍ନିସ୍ପୁଲିଙ୍ଗ ପ୍ରସ୍ତୁତ କରୁଥିବା ଶ୍ୱାସ – ଏହିଭଳି ଭୟଙ୍କର ରୂପରେ ସେ ଦେଖାଯାନ୍ତି। ମା କାଳରାତ୍ରୀଙ୍କୁ ଶୁଭଙ୍କରୀ ବୋଲି ମଧ୍ୟ କୁହାଯାଏ, କାରଣ ସେଇ ଭୟଙ୍କର ରୂପରେ ମଧ୍ୟ ଭକ୍ତମାନଙ୍କୁ ଶୁଭ, ସାହସ ଓ ରକ୍ଷା ପ୍ରଦାନ କରନ୍ତି। ଦୁର୍ଗା ସପ୍ତମୀ ତିଥିରେ ତାଙ୍କର ପୂଜା କରାଯାଏ। ହିନ୍ଦୁ ପୁରାଣ ଅନୁସାରେ, ସେଇ ଦେବୀ ଅସୁରମାନଙ୍କୁ ବିନାଶ କରି, ସତ୍ୟ ଓ ନ୍ୟାୟର ପଥକୁ ସ୍ଥାପିତ କରିଥିଲେ। ତାଙ୍କର ପୂଜାରୁ ଭୟ, ବାଧା ଓ ଅଶୁଭ ପ୍ରଭାବ ଦୂର ହୋଇଥାଏ। ମା କାଳରାତ୍ରୀଙ୍କ ସ୍ମରଣରେ ଭକ୍ତମାନେ ଅନ୍ଧକାର ଓ ଭୟକୁ ଜୟ କରି, ଆଲୋକ, ସାହସ ଓ ଆତ୍ମବଳର ସନ୍ଦେଶ ପାଆନ୍ତି।
ଧ୍ୟାନ
ଏକଵେଣୀ ଜପାକର୍ଣପୂର ନଗ୍ନା ଖରାସ୍ଥିତା ।
ଲଂବୋଷ୍ଠୀ କର୍ଣିକାକର୍ଣୀ ତୈଲାଭ୍ୟକ୍ତଶରୀରିଣୀ ॥
ଵାମପାଦୋଲ୍ଲସଲ୍ଲୋହଲତାକଂଟକଭୂଷଣା ।
ଵର୍ଧନମୂର୍ଧ୍ଵଜା କୃଷ୍ଣା କାଲରାତ୍ରିର୍ଭୟଂକରୀ ॥