ଆଶ୍ୱିନର ଶରତ ସକାଳରେ ଧରଣୀ ହୋଇଛି ପୁଲକିତ । ଗୃହଠାରୁ ଦେବାଳୟ ପର୍ଯ୍ୟନ୍ତ ସବୁଠାରେ ଜ୍ୟୋତିର୍ମୟୀ ଜଗନ୍ମାତାଙ୍କ ଆଗମନର ପଦଧ୍ୱନି । ଓଡ଼ିଶା ସମେତ ସାରାଦେଶରେ ଆରମ୍ଭ ହୋଇଛି ନବରାତ୍ର ବା ନବଦିନାତ୍ମକ ଶକ୍ତି ପୂଜା । ନବରାତ୍ରର ନଦଦିନରେ ମା’ଙ୍କର ନଅଟି ସ୍ୱରୂପର ଆରାଧନା କରାଯାଏ । ୫ମ ଦିନରେ ମାତାଙ୍କୁ ସ୍କନ୍ଦମାତା ରୂପରେ ଉପସନା କରାଯାଏ ।

Advertisment

ନବଦିନାତ୍ମକ ପୂଜାର ପଞ୍ଚମ ଦିନରେ ସ୍କନ୍ଦମାତାଙ୍କ ଉପାସନା କରାଯାଏ । ଦେବସେନାପତି କୁମାର କାର୍ତ୍ତିକେୟଙ୍କୁ ସ୍କନ୍ଦ ବୋଲି କୁହାଯାଏ । ମା ପାର୍ବତୀ କାର୍ତ୍ତିକେୟଙ୍କ ମାତା ହେବାରୁ ତାଙ୍କୁ ସ୍କନ୍ଦମାତା ବୋଲି କୁହାଯାଏ । ଗ୍ରହମଣ୍ଡଳ ମଧ୍ୟରୁ ବୁଧଗ୍ରହ ମା ସ୍କନ୍ଦମାତାଙ୍କ ଦ୍ୱାରା ପରିଚାଳିତ । ଭଗବତୀ ସ୍କନ୍ଦମାତଙ୍କ ପୂଜାକଲେ ପରିବାରରେ ଅଶାନ୍ତି,କଳହ ଦୂର ହୋଇ ସୁଖଶାନ୍ତି ବିରାଜମାନ କରିଥାଏ । ଗୃହରେ କଳହ,ପରସ୍ପର ମଧ୍ୟରେ ଅବିଶ୍ୱାସ ଓ ଦେ୍ୱଷ ଉତ୍ପନ୍ନ ହେଲେ ମା ସ୍କନ୍ଦମାତାଙ୍କ ଶରଣାପନ୍ନ ହେବା ଆବଶ୍ୟକ । ମାଙ୍କ କୃପାରୁ ପରିବାର ସଦସ୍ୟଙ୍କ ମଧ୍ୟରେ ସ୍ନେହ ସୌହାର୍ଦ୍ଦ ବଢିବା ସହ ସୁଖଶାନ୍ତି ଓ ଐଶ୍ୱର୍ଯ୍ୟ ବୃଦ୍ଧି ହୋଇଥାଏ । ଦେବୀ ଚତୁର୍ଭୁଜା ଉପର ଦୁଇ ହସ୍ତରେ ପଦ୍ମ, ତଳ ବାମ ହସ୍ତରେ ଶିଶୁ କାର୍ତ୍ତିକେୟଙ୍କୁ ଧରିଥାନ୍ତି । ଦକ୍ଷଣ ହସ୍ତଟି ଅଭୟ ମୁଦ୍ରାରେ ଥାଏ । ଗୌରବର୍ଣ୍ଣା ଦେବୀ ସିଂହ ବାହନା ଓ ପଦ୍ମ ଉପରେ ବିରାଜମାନ କରନ୍ତି । ମାତଙ୍କର ତିନୋଟି ନୟନ । 
ଧ୍ୟାନ-
ସିଂହାସନଗତା ନିତ୍ୟଂ ପଦ୍ମାଶ୍ରିତ କରଦ୍ୱୟା ।
ଶୁଭଦାସ୍ତୁସଦା ଦେବୀ ସ୍କନ୍ଦମାତା ଯଶସ୍ୱିନୀ । ।