ନୋଟରେ ଛପା ଯାଉଥିବା ଏହି ତୀର୍ଯ୍ୟକ୍ ରେଖାର ଅର୍ଥ କ’ଣ ଜାଣନ୍ତୁ

ନୂଆଦିଲ୍ଲୀ: ଆପଣ କେବେ ଭାରତୀୟ ନୋଟରେ ଥିବା ଏହି ତୀର୍ଯ୍ୟକ୍ ରେଖାକୁ ଦେଖିଛନ୍ତି କି? ଯଦି ଆପଣ ଏହି ରେଖାଗୁଡ଼ିକୁ ଧ୍ୟାନ ଦେଇଛନ୍ତି, ତେବେ ଆପଣ ନିଶ୍ଚିତ ଭାବରେ ଦେଖିଥିବେ ଯେ ନୋଟର ମୂଲ୍ୟ ଅନୁଯାୟୀ ସେମାନଙ୍କର ସଂଖ୍ୟା ଭିନ୍ନ ହୋଇଥାଏ। କିନ୍ତୁ, ଆପଣ ଜାଣନ୍ତି କି ଏହି ଧାଡ଼ିଗୁଡ଼ିକ କାହିଁକି ନୋଟ୍ ଉପରେ ଛପା ଯାଇଥାଏ।

ବାସ୍ତବରେ, ଏହି ରେଖାଗୁଡ଼ିକ ନୋଟ୍ ବିଷୟରେ ବହୁତ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଥାଏ | ୧୦୦, ୨୦୦, ୫୦୦ ଏବଂ ୨୦୦୦ ନୋଟରେ ନିର୍ମିତ ଏହି ରେଖାଗୁଡ଼ିକର ଅର୍ଥ କ’ଣ ଆସନ୍ତୁ ଜାଣିବା ।

ନୋଟ୍ ଗୁଡିକରେ ଥିବା ତୀର୍ଯ୍ୟକ୍ ରେଖା ଦୃଷ୍ଟିହୀନମାନଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଥାଏ। ନୋଟ୍ ଉପରେ ଏହି ରେଖାଗୁଡ଼ିକୁ ସ୍ପର୍ଶ କରି ସେମାନେ କେତେ ଟଙ୍କା ନୋଟ୍  ଧରିଛନ୍ତି ତାହା  ଅତି ସହଜରେ କହି ଦେଇ ପାରିଥାଆନ୍ତି।

ସେଥିପାଇଁ ୧୦୦, ୨୦୦, ୫୦୦ ଏବଂ ୨୦୦୦ର ନୋଟରେ ବିଭିନ୍ନ ସଂଖ୍ୟକ ତୀର୍ଯ୍ୟକ୍ ରେଖା ଛପା ଯାଇଥାଏ। ୧୦୦ ଟଙ୍କାର ନୋଟରେ ଉଭୟ ପାର୍ଶ୍ୱରେ ଚାରୋଟି ଧାଡି ଛପା ଯାଇଥାଏ। ଯାହାକୁ ସ୍ପର୍ଶ କରି ଆଖିକୁ ଦିଶୁ ନଥିବା ବ୍ୟକ୍ତି ଜଣକ ସ୍ପଷ୍ଟ ଭାବରେ ବୁଝି ଯାଇଥାଆନ୍ତି ଯେ ତାହ ଏକ ୧୦୦ଟଙ୍କିଆ ନୋଟ ବୋଲି। ସେହିପରି ୨୦୦, ୫୦୦ ଓ ୨୦୦୦ଟଙ୍କିଆ ନୋଟରେ ବି ଏଭଳି ରେଖା ଦିବ୍ୟାଙ୍ଗମାନଙ୍କ ପାଇଁ ଛପା ଯାଇଥାଏ।

 

ସମ୍ବନ୍ଧିତ ଖବର