ନୂଆଦିଲ୍ଲୀ: ଅନଲାଇନରେ ବିବାହ ସରିଥିବା ବେଳେ ସମ୍ପ୍ରତି ଜଣେ ବଧୂ ନିଜ ଶାଶୁଘରକୁ ପ୍ରଥମଥର ଆସିଥିବା ଖବର ମିଳିଛି। ତେବେ ଏହି ଘଟଣା ଏବେ ଚର୍ଚ୍ଚାରେ ରହିଛି।

Advertisment

ଚଳିତ ବର୍ଷ ଅର୍ଥାତ ଜାନୁଆରି ୨ ତାରିଖରେ ଭିଡିଓ କନଫରେନ୍ସ ଜରିଆରେ ପାକିସ୍ତାନର କନ୍ୟା ଉରୁଜ ଫାତିମାଙ୍କ ବିବାହ ହୋଇଥିଲା। କିଛି ନିୟମ ହେତୁ ଉରୁଜ ବିବାହ ପରେ ତାଙ୍କ ଶାଶୁଘରକୁ ଆସି ପାରି ନଥିଲେ। ଅନେକ ଦିନର ଅପେକ୍ଷା ପରେ ସେ ନିକଟରେ ତାଙ୍କ ଶାଶୁଘରକୁ ଅର୍ଥାତ ଯୋଦ୍ଧପୁରରେ ଆସି ପହଞ୍ଚିଥିବା କୁହାଯାଉଛି।

ଉରୁଜ ଫାତିମା ପାଖାପାଖି ୧୩୮ଦିନ ପରେ ଶାଶୁଘରକୁ ଅର୍ଥାତ ସ୍ବାମୀଙ୍କ ପାଖରେ ଆସି ପହଞ୍ଚି ଯାଇଛନ୍ତି। ଫାତିମାଙ୍କ ସ୍ବାମୀ ଯୋଦ୍ଧପୁରରେ ଏକ ଘରୋଇ କମ୍ପାନିରେ ଗାଡ଼ି ଚାଳକ ଭାବେ କାମ କରନ୍ତି।

ବରଙ୍କ ଜେଜେବାପା ଭାଲେହ ଖାନ ଠିକାଦାର ଭାବେ କାମ କରନ୍ତି। ସେ କହିଛନ୍ତି କି, କେନ୍ଦ୍ରୀୟ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶିଖାୱତଙ୍କ ସାହାଯ୍ୟରେ ବଧୂ ଉରୁଜ ତାଙ୍କ ଶାଶୁଘରେ ଅର୍ଥାତ ଭାରତରେ ଆସି ପହଞ୍ଚି ପାରିଛନ୍ତି। କାରଣ ତାଙ୍କୁ ଭିସା ମିଳିବାରେ ପାଖାପାଖି ୭ରୁ ୮ମାସ ସମୟ ଲାଗିଯାଇଥିବା ବେଳେ ଅନେକ ଯାଞ୍ଚ ପ୍ରକ୍ରିୟାର ବି ସେ ସାମ୍ନା କରିଥିଲେ।

ନାତିର ବିବାହ ପାକିସ୍ତାନରେ ସ୍ଥିର ହୋଇଥିଲା। କିନ୍ତୁ ଟ୍ରେନ ବନ୍ଦ ହେତୁ ଯାତାୟାତ କରି ହେଲାନାହିଁ। ଏହି କାରଣରୁ ଭିଡିଓ କନଫରେନ୍ସ ଜରିଆରେ ନାତିର ବିବାହ ହୋଇଥିଲା। ଘରେ ଏବେ ‌ବୋହୂ ପହଞ୍ଚିବା ପରେ  ଖୁସିର ମହଲ ଦେଖିବାକୁ ମିଳିଛି।’